Advertisment

Spider Satish: ସ୍ପାଇଡର୍ ସଉକ୍ ଏମିତି ... କୁକୁର ଖେଳିବାକୁ କିଣିଥିଲା ଲକ୍ଷେ ଟଙ୍କାର ବଲ୍

ଚୋର ସ୍ପାଇଡର୍ ସତୀଶର ଥିଲା ଅଲଗା ଦୁନିଆ। ରାତିରେ ଚୋରି କରୁଥିଲା, ଦିନରେ ସୌଖିନ ଜୀବନ ଜିଉଁଥିଲା। ବଞ୍ଚିବାର ଥିଲା ଅଲଗା ଅନ୍ଦାଜ୍।

author-image
Tapaswini Nayak
ଅଦ୍ୟତନ ହୋଇଛି
Niranjan patnaik

Niranjan patnaik

ହଲିଉଡ୍ ମୁଭି ସ୍ପାଇଡର୍ ମ୍ୟାନ କଥା ସମସ୍ତେ ଜାଣନ୍ତି। ଫିଲ୍ମର ନାୟକ କେମିତି ନିଜେ ସ୍ପାଇଡର୍ ସାଜି ବିପଦରେ ପଡ଼ିଥିବା ଲୋକଙ୍କୁ କରୁଥିଲେ ସାହାଯ୍ୟ। ପ୍ରତିବନ୍ଧକକୁ ଖାତିର ନକରି ଲୋକଙ୍କ ପାଖରେ ପହଞ୍ଚୁଥିଲେ। ହେଲେ ଆଜି ଏମିତି ଜଣେ ସ୍ପାଇଡର୍ ମ୍ୟାନଙ୍କ ବିଷୟରେ କଥା ହେବା ଯାହାର ଚିତ୍ର ଓ ଚରିତ୍ର ଅଲଗା। ଲୋକଙ୍କୁ ସାହାଯ୍ୟ ନୁହେଁ, ବରଂ ଚୋରି କରୁଥିଲା ତା ପୁଣି ଅଭିନବ ଢଙ୍ଗରେ। ପୋଲିସ ଡାଏରୀରେ ଏହି ଚୋରର ନାଁ ସ୍ପାଇଡର୍ ସତୀଶ। 

Advertisment

ଚୋର ସ୍ପାଇଡର୍ ସତୀଶର ଥିଲା ଅଲଗା ଦୁନିଆ। ରାତିରେ ଚୋରି କରୁଥିଲା, ଦିନରେ ସୌଖିନ ଜୀବନ ଜିଉଁଥିଲା। ବଞ୍ଚିବାର ଥିଲା ଅଲଗା ଅନ୍ଦାଜ୍। ସୌଖୀନ ମିଜାଜର ଥିଲା ସତୀଶ। ଥିଲା କୁକୁର ସଉକ । ଘରେ ରଖିଥିଲା ଦାମୀ କୁକୁର। କୁକୁରଙ୍କ ଖାଇବାରେ ଖର୍ଚ୍ଚ କରୁଥିଲା ଲକ୍ଷ ଲକ୍ଷ ଟଙ୍କା। କୁକୁର ଖେଳିବାକୁ କିଣୁଥିଲା ଲକ୍ଷେ ଟଙ୍କିଆ ବଲ୍।

ପ୍ରତି ମାସରେ କୁକୁରଙ୍କ ପାଇଁ ସ୍ପା', ବାଥରେ ବି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ସତୀଶ ନିରଞ୍ଜନଙ୍କ ଘରୁ ଚୋରି କରିବା ପରେ କିଣିଥିଲା ‘ସ୍ପିନ୍ସ’ ନାମକ ଦାମୀ କୁକୁର। ଯାହାକୁ ସେ ଇଣ୍ଡୋନେସିଆରୁ ୨ ଲକ୍ଷ ଟଙ୍କାରେ କିଣିଥିଲା। ସେହି ଦାମୀ କୁକୁର ଖେଳିବାକୁ କିଣିଥିଲା ଲକ୍ଷେ ଟଙ୍କିଆ ବଲ୍। ଏଥିସହ ସତୀଶ ନିଜ ଘରେ ରଖିଥିଲା ୪ଟି ବିଦେଶୀ କୁକୁର। ଯାହା ପାଇଁ ଖର୍ଚ୍ଚ କରୁଥିଲା ଲକ୍ଷ ଲକ୍ଷ ଟଙ୍କା।

Advertisment

ସୂଚନାଯୋଗ୍ୟ, ଜାନୁଆରୀ ୨୬ ତାରିଖରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହୋଇଥିଲା। ଚୋରଟି ବିଳମ୍ବିତ ରାତିରେ ନିରଞ୍ଜନଙ୍କ ଘରେ ପଶି ଅଢ଼େଇ ଲକ୍ଷ ଟଙ୍କା କ୍ୟାସ ଓ ୫୦ ଲକ୍ଷ ଟଙ୍କାର ଗହଣାଗାଣ୍ଠି ନେଇ ଚମ୍ପଟ ମାରିଥିଲା।

ଚୋରକୁ ଧରିବା ପାଇଁ କମିଶନରେଟ୍ ପୁଲିସର ୩ଟି ସ୍ପେଶାଲ ଟିମ୍ ଗଠନ କରାଯାଇଥିଲା। ସିସିଟିଭିକୁ ଆଧାର କରି ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ନିରଞ୍ଜନଙ୍କ ଘରୁ ଚୋରି ପରେ ଚୋରକୁ ଧରିବା ପୋଲିସ୍ ପାଇଁ ଥିଲା ବଡ଼ ଚାଲେଞ୍ଜ। କିନ୍ତୁ ସ୍ପାଇଡର୍ ସତୀଶ ପିନ୍ଧିଥିବା ରେଡିୟମ୍ ଜୋତା ହିଁ ଧରା ପକାଇଦେଲା। କାରଣ ନିରଞ୍ଜନଙ୍କ ଘରୁ ଚୋରି ପରେ ସେ ପ୍ରଥମେ ବରମୁଣ୍ଡା ଯାଇ ବସ୍ ଯୋଗେ ବିଜୟନଗରମ୍ ଖସିପଳାଇଥିଲା।

ଆଉ ପ୍ରତ୍ୟେକଟି ସିସିଟିଭି ଫୁଟେଜରେ ରେଡ଼ିୟମ୍ ଜୋତା ସହ ସାମ୍ନାକୁ ଆସୁଥିଲା ସତୀଶର ଚେହେରା। ଫେସ୍ ଏନହାନ୍ସ ଜରିଆରେ ପୋଲିସ୍ ତାକୁ ପିଛା କରୁଥିଲା, ଖୋଜୁଥିଲା ସତୀଶର ପୁରୁଣା କ୍ରାଇମ୍ ରେକର୍ଡ। ଏଥିପାଇଁ ୧୦ ହଜାର ଫୋନ୍ ଓ ୪ଶହ ସିସିଟିଭିର ଯାଞ୍ଚ, ୫୦ ହାର୍ଡକୋର୍ ଚୋରଙ୍କ ହିଷ୍ଟ୍ରିର ଅନୁଧ୍ୟାନ କରିଥିଲା ପୋଲିସ। ଆଉ କେରଳରୁ ତଥ୍ୟ ପାଇବା ପରେ କେରଳ, ଆନ୍ଧ୍ର, ତେଲେଙ୍ଗାନା ଓ ଓଡ଼ିଶାରେ ସତୀଶକୁ ଧରିବା ପାଇଁ ଜାଲ ବିଛାଇଥିଲା ସ୍ପେଶାଲ୍ ସ୍କ୍ବାଡ୍। ଏଥିପାଇଁ ୫ ହଜାର କିଲୋମିଟର ଘୁରିବାକୁ ପଡ଼ିଥିଲା ପୋଲିସକୁ। ଶେଷରେ ବିଶାଖାପାଟଣାର ଏକ ଗହଣା ଦୋକାନରୁ ସତୀଶକୁ ଧରିଥିଲା ପୋଲିସ।

ଅଧିକ ପଢ଼ନ୍ତୁ: Spider Satish: ନିରଞ୍ଜନ ପଟ୍ଟନାୟକଙ୍କ ଘରେ କଳାକନା ବୁଲାଇଥିଲା ‘ସ୍ପାଇଡର୍ ସତୀଶ୍’

Congress Niranjan Patnaik
Advertisment
Advertisment