Advertisment

Mohan Charan Majhi: କୁଖ୍ୟାତ ଲୁଟେରା ସ୍ପାଇଡର ସତୀଶ କଥା କହିଲେ ମୁଖ୍ୟମନ୍ତ୍ରୀ ମୋହନ

'ସେ ଦେଶ ବାହାରେ ଥାଉ କି ପାତାଳରେ ଥାଉ ତାକୁ ଖୋଜି ବାହାର କରିବାକୁ କହିଥିଲି ।' ମୁଁ ଖୁସି ଯେ, ପୋଲିସ ଏହି ସ୍ପାଇଡର ଚୋରକୁ କାବୁ କଲା। ନିଜର ବୁଦ୍ଧିମତା ଓ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ତାକୁ ଧରିଲା । ପୋଲିସକୁ ନେଇ ଅନେକ ଚର୍ଚ୍ଚା ହେଲା କିନ୍ତୁ ପୋଲିସ ସଫଳତାର ସହ କାମ କଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

author-image
Deviprasad Jena

ଲିସର ଭୂୟସୀ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ହୋଇଥିବା ଚୋରି ଘଟଣାର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଏକ ବ୍ଲାଇଣ୍ଡ କେସ୍ ଥିଲା । ଅଭିଯୁକ୍ତ ହାଇଟେକ ଲୁଟେରା ସ୍ପାଇଡର୍ ଡେଇଁ ଡେଇଁ ଲୁଟୁଥିଲା । କାନ୍ଥରେ ଭରା ଦେଇ ଚଢି ଦୁଇ ମହଲାରେ ଚୋରି କରୁଥିଲା । ଚୋରି ଜିନିଷ ଧରି ଚମ୍ପଟ ମାରୁଥିଲା । ଏହି ଘଟଣାରେ ପୋଲିସ ହାତରେ କିଛି ପ୍ରମାଣ ନଥିଲା । ମୁଁ ନିର୍ଦ୍ଦେଶ ଦେଲି, ଚୋର ଯେଉଁଠି ଥିଲେ ଵି ଗିରଫ କରିବାକୁ । ସେ ଦେଶ ବାହାରେ ଥାଉ କି ପାତାଳରେ ଥାଉ ତାକୁ ଖୋଜି ବାହାର କରିବାକୁ କହିଥିଲି ।

Advertisment

ମୁଁ ଖୁସି ଯେ, ପୋଲିସ ଏହି ସ୍ପାଇଡର ଚୋରକୁ କାବୁ କଲା । ନିଜର ବୁଦ୍ଧିମତା ଓ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ତାକୁ ଧରିଲା । ପୋଲିସକୁ ନେଇ ଅନେକ ଚର୍ଚ୍ଚା ହେଲା କିନ୍ତୁ ପୋଲିସ ସଫଳତାର ସହ କାମ କଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସୁନ୍ଦରଗଡ଼ର ଏକ ବ୍ଲାଇଣ୍ଡ କେସରେ ମଧ୍ୟ ପୋଲିସ ସଫଳତାର ସହ କାମ କରିଛି ।

Looted Niranjan Patnaik Mohan Charan Majhi
Advertisment
Advertisment