/odishatv-khabar/media/media_files/2026/02/06/niranjan-house-loot-2026-02-06-14-29-07.jpg)
NIRANJAN HOUSE LOOT Photograph: (OTV)
ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ହାଇପ୍ରୋଫାଇଲ୍ ଲୁଟ୍ ଘଟଣାରେ ନିର୍ଦ୍ଦୋଷରେ ଖଲାସ ହେଲା ଲୁଟେରା। ସାକ୍ଷପ୍ରମାଣ ଅଭାବରୁ ଜେଲରୁ ମୁକୁଳିଛି ହାଇପ୍ରୋଫାଇଲ୍ ଚୋର ସ୍ପାଇଡର ସତୀଶ।
ଅପରପକ୍ଷ ଆବଶ୍ୟକ ତଥ୍ୟ ପ୍ରମାଣ ଦାଖଲ କରିନପାରିବାରୁ JMFC-୩ କୋର୍ଟ ପକ୍ଷରୁ ସ୍ପାଇଡର ସତୀଶଙ୍କୁ ନଟ୍ ଫାଉଣ୍ଡ ଗିଲ୍ଟି କରି ଖଲାସ୍ କରାଯାଇଛି । ୨୦୨୫ ମସିହା ଜାନୁଆରୀ ୨୬ ତାରିଖରେ ନିରଞ୍ଜନଙ୍କ ଘରେ କଳାକନା ବୁଲାଇଥିଲା ହାଇଟେକ୍ ଚୋର ସ୍ପାଇଡର ସତୀଶ।
ଅଧରାତିରେ ନୟାପଲ୍ଲୀ ସ୍ଥିତ ଘରେ ପଶି ଲୁଟିନେଇଥିଲା ସୁନାଗହଣା ସହି ଟଙ୍କା ଓ ଦାମୀ ଘଡ଼ି। ନିରଞ୍ଜନଙ୍କ ଘରୁ ଚୋରି ପରେ ସେ ପ୍ରଥମେ ବରମୁଣ୍ଡା ଯାଇ ବସ୍ ଯୋଗେ ବିଜୟନଗରମ୍ ଖସିପଳାଇଥିଲା। କିନ୍ତୁ ସ୍ପାଇଡର୍ ସତୀଶ ପିନ୍ଧିଥିବା ରେଡିୟମ୍ ଜୋତା ହିଁ ତାକୁ ଧରା ପକାଇଦେଲା।
ପ୍ରତ୍ୟେକଟି ସିସିଟିଭି ଫୁଟେଜରେ ରେଡ଼ିୟମ୍ ଜୋତା ସହ ସାମ୍ନାକୁ ଆସୁଥିଲା ସତୀଶର ଚେହେରା। ୧୦ ହଜାର ଫୋନ୍ ଓ ୪ଶହ ସିସିଟିଭିର ଯାଞ୍ଚ, ୫୦ ହାର୍ଡକୋର୍ ଚୋରଙ୍କ ହିଷ୍ଟ୍ରିର ଅନୁଧ୍ୟାନ କରି ଶେଷରେ ବିଶାଖାପାଟଣାର ଏକ ଗହଣା ଦୋକାନରୁ ସତୀଶକୁ ଧରିଥିଲା ପୋଲିସ ବହୁ ଆଡମ୍ବରରେ କ୍ରାଇମ ସିନ ରିକ୍ରିଏସନ ମଧ୍ୟ କରାଯାଇଥିଲା।
ଗତବର୍ଷ ଏପ୍ରିଲ ୨୫ରେ ଚାର୍ଜସିଟ ଦାଖଲ ହୋଇଥିଲା। ସତୀଶ ବିରୋଧରେ ୩୪ଟି କେସ ଥିବା ସେତେବେଳେ କୁହାଯାଇଥିଲା । କିନ୍ତୁ ଫିଲ୍ମ ଷ୍ଟାଇଲରେ ଚିତ୍ରଣ କରାଯାଇଥିବା ଏହି କେସ ଗୁଡିକର ପ୍ରମାଣ କୋର୍ଟଙ୍କ ନିକଟରେ ଦାଖଲ କରିପାରିନଥିଲା ପୋଲିସ। ଯେଉଁଥିପାଇଁ ପୋଲିସର ତଦନ୍ତ ପ୍ରକ୍ରିୟାକୁ ଭର୍ତ୍ସନା କରିଛନ୍ତି କୋର୍ଟ।
Revenue Services at Fingertips: ଏଣିକି ଗୋଟିଏ କ୍ଲିକରେ ରାଜସ୍ବ ସେବା, ‘ଆମସାଥୀ' ହ୍ବାଟସଆପ୍ ଚାଟବଟ୍ ବ୍ୟବସ୍ଥାର ଲୋକାର୍ପଣ

Bomb Threats Hit Multiple Courts: କାହା ଟାର୍ଗେଟରେ ୪ କୋର୍ଟ? ପୁଣି ବୋମାରେ ଉଡ଼ାଇ ଦେବାକୁ ଧମକ

New Hope for Odisha Cricket: ୮ଟି ୱିକେଟ୍ ନେଲେ, ତୋଫାନୀ ଜଲୱା ଦେଖାଇଲେ ଓଡ଼ିଆ ପୁଅ

Does Meat Masala Contains Mutton? ମିଟ୍ ମସଲା- ଆମିଷ ନା ନିରାମିଷ, ସତ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ!

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)