Advertisment

Maharastra Politics 2024: ପରିବାରକୁ ଯୋଡିଲା ରାଜନୀତି, ମନ୍ତ୍ରିମଣ୍ଡଳରେ ଭାଇଭଉଣୀ

ମହାରାଷ୍ଟ୍ରରେ ରାଜନୀତି କଥା ଉଠିଲେ ମନକୁ ଆସେ ସେଠାରେ ରାଜନୀତି ପାଇଁ ପରିବାର ଖଣ୍ଡ ଖଣ୍ଡ ହୋଇଯାଏ । ଯେମିତି ଉଦ୍ଧବ ଠାକରେ, ରାଜ ଠାକରେ, ଶରଦ ପାୱାର ଓ ଅଜିତ ପାୱାରଙ୍କୁ ନେଇ ଢେର୍ ଚର୍ଚ୍ଚା ହୁଏ । କିନ୍ତୁ ଏଥର ନିର୍ବାଚନରେ ଗୋଟିଏ ପରିବାର ଯୋଡି ହୋଇଯାଇଛନ୍ତି । ଗୋଟିଏ ପରିବାରର ଦୁଇ ଜଣ ହୋଇଛନ୍ତି ମନ୍ତ୍ରୀ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Cousins Inducted In Maharashtra Cabinet

ପରିବାରକୁ ଯୋଡିଲା ପରିବାର

ମହାରାଷ୍ଟ୍ରର ମହାୟୁତି ସରକାରର କ୍ୟାବିନେଟ୍ ସଂପ୍ରସାରଣରେ ଅନେକ ନୂଆ ନୂଆ କଥା ଦେଖିବାକୁ ମିଳିଛି। ଏହାର ଅନେକ ରାଜନୈତିକ ଦିଗ ବି ରହିଛି। ପରସ୍ପର ପ୍ରତି ଶତ୍ରୁତା ଆଚରଣ କରୁଥିବା ଭାଇଭଉଣୀ ଏହି କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ପୁଣିଥରେ ପ୍ରମାଣିତ ହୋଇଛି ରାଜନୀତିରେ କେହି କାହାର ସବୁଦିନ ପାଇଁ ଶତ୍ରୁ ନୁହଁନ୍ତି କି ମିତ୍ର ନୁହଁନ୍ତି। ମରାଠାୱାଡାର ୬ ଜଣ ନେତା ଏଥର ସାମିଲ୍ ହୋଇଛନ୍ତି ମହାରାଷ୍ଟ୍ର କ୍ୟାବିନେଟରେ। ଏହି ୬ ଜଣଙ୍କ ମଧ୍ୟରେ ଅଛନ୍ତି ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ ଓ ତାଙ୍କ ସଂପର୍କୀୟ ଭାଇ ଧନଞ୍ଜୟ ମୁଣ୍ଡେ। ୨୦୧୪ ମସିହାରୁ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଭାଇଭଉଣୀଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ୨୦୧୯ ନିର୍ବାଚନରେ ବି ଥିଲା ସମାନ ଅବସ୍ଥା । କହିବାକୁ ଗଲେ ଦୁଇ ଜଣଙ୍କ ମଧ୍ୟରେ ଥିଲା ଅହି ନକୁଳ ସଂପର୍କ। ୨୦୦୯ ଓ ୨୦୧୪ରେ ପାର୍ଲି ବିଧାନସଭା ଆସନରୁ ପଙ୍କଜା ବିଜୟୀ ହୋଇଥିଲା ବେଳେ ୨୦୧୯ରେ ସେହି ଆସନରେ ଧନଞ୍ଜୟ ଜିତି ପଙ୍କଜାଙ୍କ ଠାରୁ ଆସନ ଛଡାଇ ନେଇଥିଲେ।

Advertisment

ଅଧିକ ପଢନ୍ତୁ: ଶୀତ ଅଧିବେଶନର ଦିନକ ପୂର୍ବରୁ ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ

ଦୁଇ ଜଣଯାକ ବିଜେପିରେ ଥିଲେ। ପଙ୍କଜା ହେଉଛନ୍ତି ମହାରାଷ୍ଟ୍ରର ଭୂତପୂର୍ବ ଉପମୁଖ୍ୟମନ୍ତ୍ରୀ ଗୋପିନାଥ ମୁଣ୍ଡେଙ୍କ ଝିଅ । ଧନଞ୍ଜୟ ହେଉଛନ୍ତି ଗୋପିନାଥଙ୍କ ଭାଇ ସ୍ୱର୍ଗତ ପଣ୍ଡିତ ଆନ୍ନା ମୁଣ୍ଡେଙ୍କ ପୁଅ। ଏମାନେ ଭୂତପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ପ୍ରମୋଦ ମହାଜନଙ୍କ ସଂପର୍କୀୟ । ପଙ୍କଜା ୨୦୧୪ରୁ ୨୦୧୯ ମଧ୍ୟରେ ଦେବେନ୍ଦ୍ର ଫଡନାବିସଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିଲେ । ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହାବିକାଶ ଅଘାଡି ସରକାରରେ ସାମାଜିକ ନ୍ୟାୟ ମନ୍ତ୍ରୀ ଥିଲେ ଧନଞ୍ଜୟ । ଧନଞ୍ଜୟ ମହାରାଷ୍ଟ୍ର ବିଜେପି ଯୁବମୋର୍ଚ୍ଚାର ସଭାପତି ଥିଲେ । ପରେ ଦଳ ବଦଳାଇ ଏନସିପିରେ ଯୋଗ ଦେଇଥିଲେ । ମନ୍ତ୍ରୀ ବି ହୋଇଥିଲେ । ୨୦୨୨ରେ ସେ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପିରେ ଯୋଗ ଦେଇ ଏକନାଥ ଶିନ୍ଦେଙ୍କ ସରକାରରେ କୃଷି ମନ୍ତ୍ରୀ ହୋଇଥିଲେ । ଏବେ ପୁଣି ସରକାରରେ ମନ୍ତ୍ରୀ ହୋଇଛନ୍ତି । ୨୦୧୪ରୁ ୨୦୧୯ ମଧ୍ୟରେ ଧନଞ୍ଜୟ ବିଧାନ ପରିଷଦକୁ ନିର୍ବାଚିତ ହୋଇ ବିରୋଧୀ ଦଳ ନେତା ହୋଇଥିଲେ । ପଙ୍କଜା ୨୦୨୪ ନିର୍ବାଚନରେ ଲୋକସଭା ନିର୍ବାଚନ ଲଢି ପରାଜିତ ହେବା ପରେ ବିଧାନ ପରିଷଦ ସଦସ୍ୟା ହୋଇଥିଲେ ।

ହେଲେ କଡ ଲେଉଟାଇଲା ରାଜନୀତି । ଏବେ ଭାଇଭଉଣୀ ମନ୍ତ୍ରୀ । ରାଜନୀତିରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଥିବା ଧନଞ୍ଜୟ ଓ ପଙ୍କଜା ଗୋଟିଏ ମେଣ୍ଟରେ ରହିଥିଲେ ୨୦୨୨ରେ । ଦୁଇ ଜଣଙ୍କ ମଧ୍ୟରେ ତିକ୍ତତା ସାମାନ୍ୟ କମିଥିଲା । ଏବେ ଏକାଠି ମିଶି ମନ୍ତ୍ରୀ ମଣ୍ଡଳରେ କାମ କରିବେ । ନାଗପୁରରେ ମନ୍ତ୍ରୀ ଭାବେ ଶପଥ ନେବା ପରେ ପଙ୍କଜା କହିଛନ୍ତି ଯେ, ମୁଁ ଅତୀତରେ ବହୁତ ସଂଘର୍ଷ କରିଛି । ମୁଁ ଗୋପିନାଥ ମୁଣ୍ଡେଙ୍କ ଝିଅ, ପ୍ରେସର୍ ନେଇପାରିବି । ଲୋକଙ୍କ ପାଇଁ କାମ କରିବା ମୋର ମୂଳ ଲକ୍ଷ୍ୟ ।

Advertisment

ଧନଞ୍ଜୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଗତ ନିର୍ବାଚନରେ ପାର୍ଲି ଆସନରେ ଲୋକମାନେ ମୋତେ ବିପୁଳ ସଂଖ୍ୟାରେ ଭୋଟ ଦେଇଛନ୍ତି । ଏହା ସମ୍ଭବ ହୋଇଥିଲା କେବଳ ମୁଣ୍ଡେ ପରିବାର ଏକଜୁଟ୍ ହୋଇଥିବାରୁ । ଏହି ନିର୍ବାଚନରେ ପଙ୍କଜା ବି ତାଙ୍କ ପାଇଁ ବହୁତ କାମ କରିଥିବା କହିଛନ୍ତି ଧନଞ୍ଜୟ ।

ଅଧିକ ପଢନ୍ତୁ: ସମ୍ବିଧାନ ବିତର୍କରେ ଗାନ୍ଧି ପରିବାର ଉପରେ ମୋଦିଙ୍କ ପ୍ରଚଣ୍ଡ ହମଲା

BJP Politics NCP Maharastra Maharastra Govt Formation
Advertisment
Advertisment