Advertisment

ଶିବସେନା ଓ ଏନସିପି ପରେ ଆସୁଛି କି ଜେଡିୟୁ ପାଳି? ଟେନସନରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର !

ଉଦ୍ଧବ ଓ ଶରଦଙ୍କ ପରିଣତି ଭୋଗିବେ କି ନୀତୀଶ? ମହାରାଷ୍ଟ୍ରରେ ଗତବର୍ଷ ଶିବସେନା ଏବଂ ଏବର୍ଷ ଏନ୍‌ସିପି ଦୁଇଫାଳ ହୋଇଯିବା ପରେ ବିହାରରେ ବି ଆଗକୁ ରାଜନୈତିକ ଛକାପଞ୍ଝା ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
JDU

JDU

ଉଦ୍ଧବ ଠାକରେ ଓ ଶରଦ ପାୱାରଙ୍କ ଅବସ୍ଥା ଦେଖି ଛାନିଆ ନୀତୀଶ କୁମାର। ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ଘାରିଛି ଦଳ ଭାଙ୍ଗିଯିବାର ଟେନସନ୍। କାରଣ ଚର୍ଚ୍ଚା ହେଉଛି ଯେ, ମହାରାଷ୍ଟ୍ରରେ ଶିବସେନା ଓ ଏନସିପି ବିଦ୍ରୋହ ପରେ ବିହାରରେ ବି ସମାନ ସ୍ଥିତି ଦେଖିବାକୁ ମିଳିପାରେ କିଛି ଦିନ ଭିତରେ । ନୀତୀଶଙ୍କ ଦଳ ଜେଡିୟୁରେ ବହୁ ବିଧାୟକ ଅସନ୍ତୁଷ୍ଟ ଅଛନ୍ତି ଏବଂ ଏନଡିଏରେ ସାମିଲ ହେବାକୁ ଯୋଗାଯୋଗ ଜାରି ରଖିଛନ୍ତି ବୋଲି ଦାବି କରିଛି ବିଜେପି। ତେବେ ଜେଡିୟୁ ଏଭଳି ଦାବିକୁ ଖଣ୍ଡନ କରିଛି ।...

Advertisment

ମହାରାଷ୍ଟ୍ରରେ ଗତବର୍ଷ ଶିବସେନା ଏବଂ ଏବର୍ଷ ଏନ୍ସିପି ଦୁଇଫାଳ ହୋଇଯିବା ପରେ ବିହାରରେ ବି ଆଗକୁ ରାଜନୈତିକ ଛକାପଞ୍ଝା ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଆଶଙ୍କା କରାଯାଉଛି ଯେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁରେ ବି ଆଗାମୀ ଦିନରେ କିଛି ବିଧାୟକ ବିଦ୍ରୋହ କରିପାରନ୍ତି । ଜେଡିୟୁର କିଛି ସାଂସଦ ଓ ବିଧାୟକ ନୀତୀଶ କୁମାରଙ୍କ ଉତ୍ତରାଧିକାରୀ ଭାବେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ଗ୍ରହଣ କରିପାରୁନାହାନ୍ତି ।

ସେମାନେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିତ ବିରୋଧୀ ଦଳର ନେତା ଭାବେ ମଧ୍ୟ ମାନିବାକୁ ନାରାଜ । ଏଭଳି ସ୍ଥିତିରେ ସେମାନେ ବିଜେପି ସମେତ ଅନ୍ୟ କିଛି ଦଳ ସହିତ ଯୋଗାଯୋଗରେ ଥିବା ଦାବି କରିଛନ୍ତି ବିଜେପି ନେତା ସୁଶୀଲ ମୋଦି । କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ ମଧ୍ୟ ସମାନ ଧରଣର ଆଶଙ୍କା କରିଛନ୍ତି । ଏଲଜେପି (ରାମ ବିଳାସ) ନେତା ଚିରାଗ ପାଶୱାନ ଦାବି କରିଛନ୍ତି ଯେ, ବହୁ ଜେଡିୟୁ ନେତା ତାଙ୍କ ସହିତ ଯୋଗାଯୋଗରେ ଅଛନ୍ତି ଏବଂ ବିହାରରେ ଖୁବଶୀଘ୍ର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହୋଇପାରେ ।...

Advertisment

ଏ ଭିତରେ ସୂଚନା ମିଳିଛି ଯେ, ଜେଡିୟୁ ବିଧାୟକମାନଙ୍କ ସହିତ ଜଣ ଜଣ କରି ବ୍ୟକ୍ତିଗତ ଭାବେ ରୁଦ୍ଧଦ୍ୱାର ବୈଠକ କରୁଛନ୍ତି ନୀତୀଶ। ବିହାରରେ ମହାରାଷ୍ଟ୍ର ଭଳି ସ୍ଥିତି ଉପୁଜିବା ଡରରେ ସେ ଏଭଳି କରୁଥିବା କହିଛନ୍ତି ବିଜେପି ନେତା ସୁଶୀଲ ମୋଦି । କହିଛନ୍ତି, ବିଗତ ୧୩ ବର୍ଷରେ ନୀତୀଶ କେବେବି ଦଳର ବିଧାୟକଙ୍କୁ ଭେଟିନାହାନ୍ତି। ଏପରିକି ବିଜେପି ସହ ମେଣ୍ଟ ଭାଙ୍ଗିବା ସମୟରେ ବି ସେ ବିଧାୟକଙ୍କ ସହ ଆଲୋଚନା କରିନଥିଲେ । ତେଣୁ ଅସନ୍ତୋଷ ବଢ଼ୁଥିବାରୁ ଏବେ କେବଳ ବିଦ୍ରୋହ ଭୟରେ ସେଭଳି କରୁଛନ୍ତି । ଏହାର ଜବାବ ରଖିଛି ଜେଡିୟୁ ।...

ମହାଗଠବନ୍ଧନରେ ରହିଲେ ଜେଡିୟୁ ଭାଗରେ ଅତି ବେଶୀରେ ୧୦ଟି ଲୋକସଭା ଆସନରେ ଲଢ଼ିବାକୁ ସୁଯୋଗ ମିଳିବ । ଫଳରେ ବହୁ ସାଂସଦ ଟିକେଟ୍ ପାଇବେନି । ଏହା ମଧ୍ୟ ଜେଡିୟୁରେ ଅସନ୍ତୋଷ କୁହୁଳିବାର ଆଉ ଏକ କାରଣ ବୋଲି ଆଶଙ୍କା କରିଛନ୍ତି ବିଜେପି ନେତା ସୁଶୀଲ ମୋଦି ।...

Nitish Kumar Shiv Sena NCP JDU
Advertisment
Advertisment