• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Nayagarh

asurkumari temple
କେବେ ମିଳିବ ଅସୁରକୁମାରୀ ପୀଠକୁ ମାନ୍ୟତା

ପ୍ରାକୃତିକ ଶୋଭାରାଜିର ଅପୂର୍ବ ଗନ୍ତାଘର, ସବୁଜ ବନାନୀ, ପାହାଡ ଆଉ ଝରଣା ତା ସହ ଜଙ୍ଗଲୀ ଜନ୍ତୁ । ଥରେ ବୁଲି ଆସିବାକୁ ମନ ଚାହିଁବ । ନୟାଗଡ଼ର ଅସୁରକୁମାରୀ ପୀଠ ସତରେ ଖୁବ୍ ସ୍ୱତନ୍ତ୍ର, ଆଉ ଏହାର ପରିବେଶ ବି ବେଶ୍ ନିରୋଳା । ଘଞ୍ଚ ଜଙ୍ଗଲ, ଆଖି ଯୁଆଡେ ଯାଉଛି ସବୁଜ ବଳୟ ।

asurakumari
ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଅସୁରକୁମାରୀ ପୀଠ : ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ସବୁଜ ବନାନୀ

ପ୍ରାକୃତିକ ଶୋଭାରାଜିର ଅପୂର୍ବ ଗନ୍ତାଘର, ସବୁଜ ବନାନୀ, ପାହାଡ ଆଉ ଝରଣା ତା ସହ ଜଙ୍ଗଲୀ ଜନ୍ତୁ । ଥରେ ବୁଲି ଆସିବାକୁ ମନ ଚାହିଁବ । ନୟାଗଡ଼ର ଅସୁରକୁମାରୀ ପୀଠ ସତରେ ଖୁବ୍ ସ୍ୱତନ୍ତ୍ର, ଆଉ ଏହାର ପରିବେଶ ବି ବେଶ୍ ନିରୋଳା । ଘଞ୍ଚ ଜଙ୍ଗଲ, ଆଖି ଯୁଆଡେ ଯାଉଛି ସବୁଜ ବଳୟ ।

SpecialStory | Nayagarh Health Worker Suffering From Kidney Ailments Seeks Help For Treatment
ସମସ୍ତଙ୍କ ସେବା କରୁଥିବା ଶୁଭଶ୍ରୀ ଆଜି ଅସହାୟ

ଦିନେ ଶୁଭଶ୍ରୀ ଶହ ଶହ ରୋଗୀଙ୍କ ସେବା କରୁଥିଲେ। ନର୍ସ ଭାବେ କାମ କରି କରୋନା ସମୟରେ କରୋନା ଯୋଦ୍ଧା ହୋଇଥିଲେ। ଏତେ ସୁନ୍ଦର ଝିଅଟି ଏବେ କିଡନୀ ରୋଗରେ ଆକ୍ରାନ୍ତ। ଯିଏ ଦିନେ ଅନ୍ୟର ସେବା କରୁଥିଲା ଆଜି ସେ ଅନ୍ୟର ସାହାଯ୍ୟକୁ ଅପେକ୍ଷା କରିଛି। ନୟାଗଡ଼ରୁ ଦେଖନ୍ତୁ ଏ ଖବର

Crematorium Park
ମଶାଣି, ଯାହାକୁ ଦେଖିଲେ ମନରେ ଭୟ ଆସେନି; ବରଂ ବୁଲିବାକୁ ଇଚ୍ଛା ହୁଏ

ମଶାଣି, ଏମିତି ଏକ ସ୍ଥାନ ଯାହା ନାଁ ଶୁଣିଲେ ମନରେ ଭୟ ଆସେ। ଅନ୍ତିମ ସଂସ୍କାର ପାଇଁ ଯିଏ ଶବ ସହ ମଣାଶିକୁ ଥରେ ଯାଆନ୍ତି, ସେମାନେ ଦ୍ୱିତୀୟ ଥର ସେଠାକୁ ନଯିବାକୁ ଭଗବାନଙ୍କୁ ପ୍ରାର୍ଥନା କରନ୍ତି। ହେଲେ ଆମେ ଆପଣଙ୍କୁ ଏମିତି ଏକ ମଶାଣି କଥା କହିବା, ଯେଉଁଠିକୁ ଥରେ ଗଲେ ଆପଣ ବାରମ୍ବାର ଯିବାକୁ ଇଚ୍ଛା ପ୍ରକାଶ କରିବେ।

SupremeCourt
ନୟାଗଡ଼ ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲା । ହାଇକୋର୍ଟ ଯିବାକୁ କହିଲେ ସୁପ୍ରିମକୋର୍ଟ

ତେବେ ଏହାରି ମଧ୍ୟରେ ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ଅପହରଣ ହତ୍ୟା ଘଟଣାକୁ ବର୍ଷେ ପୁରିସାରିଛି। ଗତ ବର୍ଷ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଅପହରଣ ହୋଇଥିଲା ଏବଂ ଅପହରଣର ୭ ଦିନ ପରେ ପରୀର ମୃତଦେହ ମିଳିଥିଲା।

ସୁନ୍ଦର ଶ୍ମଶାନ
ମର୍ତ୍ତ୍ୟରେ ସ୍ୱର୍ଗର ଅନୁଭୂତି : ଗାଁର ଅପନ୍ତରା ମଶାଣି ପାଲଟିଛି ପାର୍କ, ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି

ସାଧାରଣତଃ ମଶାଣି କଥା ଶୁଣିଲେ ମନରେ ଭୟ ଆସେ । ଅନେକ କଳ୍ପନା କଳ୍ପନା ଆଉ ଆଇମା’ ଠାରୁ ଶୁଣିଥିବା ଭୂତ କାହାଣୀ କଥା ମନେ ପଡି ଯାଏ । ମଶାଣି କେବଳ ମୃତ ଲୋକ ମାନଙ୍କ ପାଇଁ ପ୍ରଯୁଜ୍ୟ ବୋଲି ମନେ ହୁଏ । ମାତ୍ର ଏମିତି ଏକ ମଶାଣି ଅଛି, ଯେଉଁଠାକୁ ଲୋକମାନେ ବୁଲିବାକୁ ଯାଆନ୍ତି ।

lima das
ଓଡିଶୀ ପାଇଁ ସମର୍ପିତା ଲିମା : ଶାସ୍ତ୍ରୀୟ ନୃତ୍ୟ ଓ ସଂସ୍କୃତି ପାଇଁ ସାରା ଜୀବନ ସାଧନାରେ ନିମଗ୍ନ

ଓଡିଶୀ ନୃତ୍ୟରେ ନାଁ କମେଇଛନ୍ତି ସୁନାମଧନ୍ୟ ଓଡିଶୀ ନୃତ୍ୟ ଗୁରୁ ଲିମା ଦାସ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳାର କିଶୋର ଚନ୍ଦ୍ର ଦାସଙ୍କ ତିନି କନ୍ୟାଙ୍କ ମଧ୍ୟରୁ ମଝିଆଁ ଝିଅ । ଲିମାଙ୍କ ଦ୍ଵାରା ପ୍ରଦର୍ଶିତ ଓଡିଶୀ ନୃତ୍ୟର ନିର୍ଭୁଲ ଏବଂ ନିଖୁଣ ମୁଦ୍ରା ତାଙ୍କୁ ଦେଇଛି ନିଆରା ସ୍ୱତନ୍ତ୍ରତା ଏବଂ ପରିଚୟ । ଦେଶ ବିଦେଶରେ ନୃତ୍ୟ ପ୍ରଦର୍ଶନ କରି ଲିମା ପାଇଛନ୍ତି ଅନେକ ସଫଳତା । ଦୁର୍ଗା ତାଣ୍ଡବ, ଦଶାବତାର ଆଦି ଅନେକ କ୍ଳିଷ୍ଟ ନୃତ୍ୟକୁ ଅତି ଚମତ୍କାର ଭାବେ ପ୍ରଦର୍ଶନ କରି ବେଶ ପ୍ରଶଂସିତ ହୋଇଛନ୍ତି ଲିମା

Mountain Man
ମନ୍ତ୍ରୀ କହିଲେ ରାସ୍ତା ହୋଇପାରିବ ନାହିଁ...ନିଜ ଝୁଙ୍କ୍‌ ଲଗାଇଲେ, ପାହାଡ଼ ଚିରି ଗାଁକୁ ସବୁଦିନିଆ ରାସ୍ତା କଲେ

ବଡ଼ କାମଟିଏ ପାଇଁ ଅଣ୍ଟାରେ ଧନ ସିନା ନଥିଲା, ହେଲେ ମନ କିନ୍ତୁ ଥିଲା ପାହାଡ଼ଠୁ ବି ବଡ଼ ଆଉ ସେଇ ବଡ଼ ମନ ହିଁ ଏକ ବିରାଟ ପାହାଡ଼ର ଛାତି ଚିରି ଦୁର୍ଗମ ଗାଁକୁ ଫିଟାଇ ଦେଇଛି ସବୁ ଦିନିଆ ରାସ୍ତା। ଦୀର୍ଘ ୩୦ ବର୍ଷର ଅକ୍ଲାନ୍ତ ପରିଶ୍ରମର ପରିଚୟ ବିଳମ୍ବରେ ମିଳିଛି ସତ, ହେଲେ କୋଟି କୋଟି ମଣିଷମାନଙ୍କ ଭିତରେ ଆଜି ହୀରା ଭଳି ଝଟକାଇଛି। ଅପାଠୁଆ ହରିହରଙ୍କୁ ପ୍ରକୃତି ଓ ପରିସ୍ଥିତି ଆଗରେ ହାର ମାନିନଥିବା ହରିହରଙ୍କୁ ନେଇ ଏବେ ଜୋରସୋରରେ ସଚାଲିଛି ଚର୍ଚ୍ଚା। ନୟାଗଡ଼ ଓଡ଼ଗାଁ ବ୍ଲକର ଅପହଞ୍ଚ ତୁଲୁବି ଗାଁର ଅଦମ୍ୟ ଇଚ୍ଛାଶକ୍ତିର ମଣିଷ ଟିଏ।

NAYAGARH
ନୟାଗଡ଼ର ମାଉଣ୍ଟେନ ମ୍ୟାନ : ୩୦ ବର୍ଷ ଶ୍ରମଦାନ କରି ଗାଁକୁ ସଡ଼କ ତିଆରି କରିଛନ୍ତି ହରିହର

ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବାଣ୍ଠପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅପହଞ୍ଚ ଗାଁ ହେଉଛି ତୁଲୁବି । ପାହାଡ଼ି ଇଲାକାରେ ଥିବା ତୁଲୁବି ଗାଁକୁ ବିଗତ ଦିନରେ ଗମନାଗମନ ଓ ପରିବହନ ପାଇଁ କୌଣସି ସୁବିଧା ନଥିଲା । ଗାଁ ରାସ୍ତାର ଏଭଳି ଦୂରାବସ୍ଥା ଗଭୀର ଭାବରେ ଆଘାତ ଦେଇଥିଲା ତୁଲୁବି ଗାଁର ଦୁଇ ଭାଇ କୃଷ୍ଣ ବେହେରା ଓ ହରି ବେହରାଙ୍କୁ ।

'Gachha Sir' Of Nayagarh In Odisha
ନୟାଗଡ଼ର ଗଛ ସାର : ଜୀବନର ପ୍ରତିଟି ମୁହୂର୍ତ୍ତ ପରିବେଶ ପାଇଁ ସମର୍ପିତ

ପେଶା ଶିକ୍ଷକ, ନିଶା ପରିବେଶ ସୁରକ୍ଷା । ପରିଚୟ ସମସ୍ତଙ୍କ ପ୍ରିୟ ଗଛ ସାର । ନୟାଗଡ଼ ଜିଲ୍ଲାର କୋଣ ଅନୁକୋଣରେ ଗଛ ସାରଙ୍କ ନାମରେ ପରିଚିତ ଅନ୍ତର୍ଯ୍ୟାମୀ ସାହୁ । ଗଛ ପାଇଁ ଦେଇଛନ୍ତି ତାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ, ଆଉ ସୃଷ୍ଟି କରିଛନ୍ତି ସବୁଜ ବଳୟ । ତେବେ କିଛି ଦିନ ହେବ ଗଛ ସାରଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ଦାବି ହେଉଛି ।

Bisoyee death
ଆଉ ନାହାନ୍ତି ଆଜାଦ ହିନ୍ଦ ଫୌଜି ଈଶ୍ୱର ବିଶୋଇ

ଗତ ୧୫ ତାରିଖରେ ଶହେ ବର୍ଷ ବୟସରେ ଇହ ଲୀଳା ସମ୍ବରଣ କରିଛନ୍ତି ଈଶ୍ୱର ବିଶୋଇ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ମଝିଆଖଣ୍ଡ ଗାଁରେ ୧୧ ନଭେମ୍ବର ୧୯୨୧ ମସିହାରେ ପିତା କୃଷ୍ଣ ବିଶୋଇ ଏବଂ ମାତା ପୂର୍ଣା ଦେବୀଙ୍କ କୋଳ ମଣ୍ଡନ କରିଥିଲେ ଈଶ୍ୱର ।ତେବେ ନିଜ ଦାଦାଙ୍କ ବ୍ୟବସାୟ ବୁଝିବାକୁ ସୁଦୂର ରେଂଗୁନ ଯାଇଥିଲେ ଈଶ୍ୱର । କିନ୍ତୁ ମାତ୍ର ୧୯୪୩ ମସିହାରେ ନେତାଜୀଙ୍କ ଡାକରାରେ ଆଜାଦ ହିନ୍ଦ ଫୌଜରେ ସୈନିକ ଭାବେ ପ୍ରଶିକ୍ଷଣ ନେଇ ୧୯୪୫ ମସିହା ପର୍ଯ୍ୟନ୍ତ ବିଭିନ୍ନ ପ୍ରାନ୍ତ ରେ ସଂଗ୍ରାମ କରିଥିଲେ ଏହି ସଂଗ୍ରାମୀ ଯୋଦ୍ଧା

Subhadra and Dillip
ବୁଲେଟ୍ ଦେଇନପାରିବାରୁ ନୂଆବୋହୂକୁ ଝୁଲାଇଦେଲେ !

ବର ପକ୍ଷରୁ ଦାବି ମୁତାବକ ଯାନି ଯୌତୁକ ସହ ଆସବାବପତ୍ର ଦିଆଯାଇଥିଲା। କିନ୍ତୁ ବାକି ରହିଯାଇଥିଲା ବୁଲେଟ। ବୁଲେଟ ଆଣିବା ପାଇଁ ବୋହୂ ଉପରେ ଶାଶୂଘର ଲୋକେ ବାରମ୍ବାର ଚାପ ପକାଉଥିଲେ।

rape minor
ଦୁଷ୍କର୍ମ ବ୍ୟାଧି : ବାଦ୍‌ ପଡିଲେନି ଦିବ୍ୟାଙ୍ଗ

ନୟାଗଡ଼/ ବାଲେଶ୍ୱର :  ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ନୟାଗଡ଼ ଜିଲ୍ଲା ଇଟାମାଟିରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ପରିବାର ଲୋକେ ଇଟାମାଟି ଥାନାରେ ଅଭିଯୋଗ କରିଛନ୍ତି। ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଦୁଷ୍କର୍ମର ଶିକାର ହୋଇଥିବା ଦିବ୍ୟାଙ୍ଗ ନାବାଳିକା ଜଣକ ୪ ମାସର ଅନ୍ତଃସତ୍ତ୍ୱା ହୋଇଥିବା ସୂଚନା ମିଳିଛି। କିଛି ଦିନ ତଳେ ଇଟାମାଟି ଅଞ୍ଚଳରେ ସଂପୃକ୍ତ ଦିବ୍ୟାଙ୍ଗ ନାବାଳିକାଙ୍କୁ ତାଙ୍କ ଗାଁର ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ତେବେ […]

rape survivor commits suicide
ଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ଅଭିଯୋଗ

ନୟାଗଡ଼: ଶେଷରେ ଜୀବନ ହାରିଲେ ନୟାଗଡ ନୂଆଗାଁ ଥାନା ଅଞ୍ଚଳର ଜଣେ ଦୁଷ୍କର୍ମ ପୀଡ଼ିତା। ଲୋକ ଲଜ୍ଜାରେ ଯୁବତୀ ଜଣକ ବିଷ ପିଇଥିବା ନେଇ ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ଭାଇ। ଘଟଣା ୬ମାସ ତଳେ ହୋଇଥିବା ବେଳେ ଗତ ମାର୍ଚ୍ଚ ମାସରେ ଥାନାରେ ହୋଇଥିଲା ଦୁଷ୍କର୍ମ ଅଭିଯୋଗ। ଏହି ମାମଲାରେ ଅଭିଯୁକ୍ତ ଦେବରାଜ ବାରିକ ଏବେ ଜେଲ୍‌ରେ ଅଛି। ଯୁବତୀ ଜଣକ ଘରେ ଥିବା ବେଳେ ଅଭିଯୁକ୍ତ ଜଣକ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ […]

accident
ଗଛରେ ପିଟି ହେଲା କାର୍‌; ୨ ମୃତ, ୫ ଆହତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଜାନିସାହି ନିକଟରେ ଏକ କାର୍‌ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତାହତ ବୌଦ୍ଧ ଅଞ୍ଚଳର। ସ୍ଥାନୀୟ ଲୋକଙ୍କ ସହାୟତାରେ ‌ଆହତଙ୍କୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା। ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ବୌଦ୍ଧ ଜିଲ୍ଲା ଚରଚରା ଅଞ୍ଚଳର ୭ ଜଣ ଯୁବକ ଖୋର୍ଦ୍ଧାରେ ଏକ ବାହାଘର ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ […]

beo
ଏରିୟର ବିଲ୍ କରାଇବା ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ

ନୟାଗଡ଼: ନୟାଗଡ଼ ଖଣ୍ଡପଡା ବ୍ଳକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ। ଏରିୟର ବିଲ୍ କରାଇଦେବା ପାଇଁ ବିଇଓ ଗଣ ଶିକ୍ଷକ ମାନଙ୍କୁ ୧୦ ପ୍ରତିଶତ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ମଧ୍ୟ ହୋଇଛି।  କିଛି ଗଣ ଶିକ୍ଷକ ଏନେଇ ମୁହଁ ଖୋଲିଥିବା ବେଳେ ବିଇଓ କିନ୍ତୁ ଲାଞ୍ଚ ନେବା ଘଟଣାକୁ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

pari
ପରୀ ଅପହରଣ ଘଟଣାକୁ ପୂରିଲା ବର୍ଷେ: କେବେ ଦଣ୍ଡ ପାଇବ ପ୍ରକୃତ ଦୋଷୀ?

ମାତ୍ର ପୋଲିସ ଏକ ମିସିଙ୍ଗ କେସ କରି ଚୁପ ବସି ଯାଇଥିଲା। ତେବେ ନୟାଗଡ଼ ଏସପି ଏବଂ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ ଅଶୋକ । ହେଲେ ଅପହରଣର ୭ ଦିନ ପରେ ଗାଁ କୁ ପୋଲିସର ଡଗ ସ୍କ୍ୱାର୍ଡ ଆସିଥିଲା ସତ କିନ୍ତୁ କୌଣସି ସନ୍ଧାନ ପାଇ ନଥିଲା । ତେବେ ଡଗ ସ୍କ୍ୱାର୍ଡ ଯିବାର ପର ଦିନ ପରୀର ଗଳିତ , ଖଣ୍ଡବିଖଣ୍ଡିତ ମୃତ ଦେହ ଏକ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଅଶୋକଙ୍କ ବାଡ଼ି ସଂଲଗ୍ନ ପୋଖରୀ କୂଳରୁ ମିଳିଥିଲା।

nayagarh
ଖୋର୍ଦ୍ଧା-ନୟାଗଡ଼ ରାଜପଥ ସମ୍ପ୍ରସାରଣ କାମରେ ଦୁର୍ନୀତି ଅଭିଯୋଗ

ଅବଧିର ଢେର୍ ଦିନ ବିତିଥିଲେବି ସରିପାରୁନି ରାସ୍ତାକାମ । ଖୋର୍ଦ୍ଧା-ନୟାଗଡ଼ ରାଜପଥ ସମ୍ପ୍ରସାରଣ କାମରେ ଯାବତୀୟ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଟେଣ୍ଡର ନେଇଥିବା ଠିକାସଂସ୍ଥା ବିରୋଧରେ ଅସନ୍ତୋଷ ଜାହିର୍ କରିଛନ୍ତି ଲୋକେ । ରଣପୁର ବ୍ଲକ ରାଜସୁନାଖଳା ବଜାର ଅଂଚଳରେ ଡ୍ରେନ୍ କାମ ସଠିକ୍ ଭାବେ ହୋଇନଥିବାବେଳେ ମାସେ ଭିତରେ କିଛି ଭାଙ୍ଗିଯାଇଥିବା ଲୋକେ କହିଛନ୍ତି ।

minor girl
ନୟାଗଡ଼ ନାବାଳିକା ନିଖୋଜ ଘଟଣା, ଦୁଷ୍କର୍ମ ପରେ ଶିଶୁକନ୍ୟାକୁ ହତ୍ୟା କହିଲେ ଏସ୍‌ପି

ନୟାଗଡ଼: ନୟାଗଡ଼ରେ ପୁଣି ପରୀ ରିପିଟ୍ । ଦଶପଲ୍ଲା ବ୍ଲକ ବାଣିଗୋଚ୍ଛା ଅଞ୍ଚଳରେ ନିଖୋଜ ୬ ବର୍ଷର କୁନି ଝିଅର ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ । ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା କହିଲେ ନୟାଗଡ଼ ଏସ୍‌ପି ସିଦ୍ଧାର୍ଥ କାଟାରିଆ…