/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749008977.jpg)
Gun factory
ଜଙ୍ଗଲ ଭିତରେ ବେଆଇନ ଭାବେ ଚାଲୁଥିଲା ଦେଶୀ ବନ୍ଧୁକ କାରଖାନା। କାରଖାନା ଠାବ କରିବା ପରେ ଅଚାନକ ରେଡ୍ କରିଛି ପୋଲିସ। ଚଢାଉ ବେଳେ ଦେଶୀ ବନ୍ଧୁକ କାରଖାନା ଠାବ କରିବା ସହ ୩ ଜଣଙ୍କୁ ଗିରଫ କରିଛି ନୟାଗଡ଼ ପୋଲିସ।
Advertisment
ସୂଚନାନୁଯାୟୀ, ଦଶପଲ୍ଲା ଥାନା ଅନ୍ତର୍ଗତ ମଧ୍ୟଖଣ୍ଡ ଜଙ୍ଗଲ ଭିତରେ ବହୁ ଦିନରୁ ଏହି ଦେଶୀ ବନ୍ଧୁକ ଫ୍ୟାକ୍ଟ୍ରି ଚାଲୁଥିଲା। ଖବର ପାଇ ନୟାଗଡ ଓ ଦଶପଲ୍ଲା ଥାନା ପୋଲିସ ମିଳିତ ଚଢ଼ାଉ କରିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଦଶପଲ୍ଲା ଥାନା ଦ୍ବାରଗାଁର ରାଜେଶ ପ୍ରଧାନ, ବିଭୁତି ପରିଡା ଓ ତପନ ପରିଡା। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି।
ଅଭିଯୁକ୍ତଙ୍କ ପାଖରୁ ୨ଟି ଦେଶୀ ବନ୍ଧୁକ ସମେତ ଅନେକ ବନ୍ଧୁକ ତିଆରି ସରଞ୍ଜାମ ଓ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି। ଏହି ଘଟଣାରେ ଆଉ ଯେଉଁମାନଙ୍କର ସଂପୃକ୍ତି ରହିଛି ଖୁବଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ନୟାଗଡ଼ ଏସପି କହିଛନ୍ତି। ଏ ନେଇ ତଦନ୍ତ ଚାଲିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)