Advertisment

Tragic Drowning of Three Children in Nayagarh: ଦୁଃଖଦ ଘଟଣା; ବୁଡ଼ିଗଲେ ୩ ନାବାଳକ

ଆଜି ୩ଜଣ ନାବାଳକ ଗୋଡ଼ିବିଡା ଗାଁ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଜଣେ ନାବାଳକଙ୍କ ଗୋଡ଼ ଖସି ଯାଇଥଲା। ନାବାଳକ ଜଣଙ୍କ ବୁଡ଼ି ଯାଇଥିଲେ। ଏହି ସମୟରେ ଅନ୍ୟ୨ ଜଣ ନାବାଳକ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେମାନେ ମଧ୍ୟ ବୁଡ଼ି ଯାଇଥିଲେ।

author-image
Tapaswini Nayak
Drowning

Drowning

ନାୟଗଡ଼ ଜିଲ୍ଲା ଦଶପଲ୍ଲାର ଗୋଡ଼ିବିଡା ଗାଁରେ ଦୁଃଖଦ ଘଟଣା ଘଟିଛି। ପୋଖରୀରେ ବୁଡ଼ି ୩ ଜଣ ନାବାଳକଙ୍କର ମୃତ୍ୟୁ ଘଟିଛି। ୨ମୃତକଙ୍କ ବୟସ ୧୧ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବୟସ ୯ବର୍ଷ ହୋଇଥିବା ସୂଚନା ରହିଛି।

Advertisment

ଅଧିକ ପଢ଼ନ୍ତୁ: ହୀରାକୁଦ ଡ୍ୟାମରେ ବୁଡ଼ିଗଲେ ଭିସୁଟ୍‌ ଛାତ୍ରୀ

ଆଜି ୩ଜଣ ନାବାଳକ ଗୋଡ଼ିବିଡା ଗାଁ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଜଣେ ନାବାଳକଙ୍କ ଗୋଡ଼ ଖସି ଯାଇଥଲା। ନାବାଳକ ଜଣଙ୍କ ବୁଡ଼ି ଯାଇଥିଲେ। ଏହି ସମୟରେ ଅନ୍ୟ୨ ଜଣ ନାବାଳକ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେମାନେ ମଧ୍ୟ ବୁଡ଼ି ଯାଇଥିଲେ।

ପରିବାର ଲୋକେ ପିଲାମାନଙ୍କୁ ଖୋଜାଖୋଜି କରିଥିଲେ, ହେଲେ ପାଇନଥିଲେ। ପରେ ଗାଁ ପୋଖରୀରୁ ୩ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ନାବାଳକଙ୍କ ମୃ୍ତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Advertisment

ଅଧିକ ପଢ଼ନ୍ତୁ: ରାଜଧାନୀରେ ଏନକାଉଣ୍ଟର, କୁଖ୍ୟାତ ବ୍ରାଉନସୁଗାର ବେପାରୀ ଗୁରୁତର

Nayagarh Drowning Deadbody
Advertisment
Advertisment