Advertisment

Murder in Nayagarh: ଏ କି ବନ୍ଧୁତା ! ସାଙ୍ଗ ଛାତିରେ ଛୁରୀ ଭୁସି ମାରିଲା ସାଙ୍ଗ

ନୟାଗଡ ଜିଲ୍ଲା ଗଣିଆ ଥାନା ପାଣ୍ଡରାସିଂଘା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ । ସାଙ୍ଗ ଛାତିରେ ଛୁରୀ ଭୁସି ମାରିଲା ସାଙ୍ଗ । ହତ୍ୟା ପରେ ଅଭିଯୁକ୍ତ ଫେରାର୍ ହୋଇଯାଇଥିବା ବେଳେ ଛାନ୍‌ଭିନ୍‌ ଆରମ୍ଭ କରିଛି ଗଣିଆ ପୋଲିସ ।

author-image
Namita Biswal
ଅଦ୍ୟତନ ହୋଇଛି
Murder in Nayagarh

Murder in Nayagarh

ରକ୍ତରେ ଭିଜିଲା ରଜ । ସାଙ୍ଗ ଛାତିରେ ଛୁରୀ ଭୁସିଲା ସାଙ୍ଗ । ଧାରୁଆ ଛୁରୀରେ ସାଙ୍ଗର ଛାତି ଚିରି ଫେରାର୍ ହୋଇଗଲା । ଆଜି ରଜରେ ଗାଁଠୁ ସହର ଉତ୍ସବମୁଖର ଥିବାବେଳେ ନୟାଗଡ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ପାଣ୍ଡରାସିଂଘା ଗାଁରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଜିତୁ ପ୍ରଧାନ । ସାମାନ୍ୟ ବଚସାକୁ କେନ୍ଦ୍ର କରି ଗାଁର ସାଙ୍ଗ ସନିଆ ରାଉତ ତାଙ୍କୁ ଛୁରୀ ଭୁସି ହତ୍ୟା କରିଛି । 

Advertisment

ଅଧିକ ପଢନ୍ତୁ: ରଜରେ ରକ୍ତର ଛିଟା, ଘରୋଇ କଳହରୁ ସ୍ତ୍ରୀ ଓ ଶାଶୁଙ୍କୁ ହାଣିଦେଲେ

ସୂଚନା ମୁତାବକ, ପାଣ୍ଡରାସିଂଘା ଗାଁର ସନିଆ ରାଉତ ଏବଂ ଜିତୁ ପ୍ରଧାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ସାମାନ୍ୟ ବଚସା କିଛି ସମୟରେ ଉଗ୍ର ରୂପ ନେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଛୁରୀରେ ଜିତୁଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା ସନିଆ । ତାଙ୍କ ଛାତିରେ ଛୁରୀ ଭୁସି ଦେଇ ଚମ୍ପଟ ମାରିଥିଲା । ଗାଁ ଲୋକେ ଗୁରୁତର ଅବସ୍ଥାରେ ଜିତଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ନିକଟସ୍ଥ ଗଣିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେତେବେଳକୁ ଜିତୁଙ୍କର ମୃତ୍ୟୁ ହୋଇସାରିଥିଲା ।

ଖବର ପାଇ ଗଣିଆ ପୋଲିସ ମୃତଦେହ ଜବତ କରିବା ସହ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସନିଆ ରାଉତ ଫେରାର୍ ଥିବାବେଳେ ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି କହିଛନ୍ତି ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା । ରଜ ଭଳି ଉତ୍ସବ ଦିନରେ ଏଭଳି ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Advertisment

ଅଧିକ ପଢନ୍ତୁ : ପୁଣି ନବବଧୂର ନରହନ୍ତା ରୂପ: ବିବାହର ୧୫ ଦିନ ପରେ ସ୍ୱାମୀକୁ କୁରାଢ଼ିରେ ହାଣି ହତ୍ୟା

Man Kills Friend Stabbing Nayagarh Murder
Advertisment
Related Articles
Advertisment