/odishatv-khabar/media/post_attachments/uploadimage/library/16_9/16_9_0/IT_Raid_1750396890.jpg)
IT Raid
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ IT ରେଡ୍ ଜାରି । ଝାରସୁଗୁଡ଼ା ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ହୋଇଛି ଆୟକର ଚଢାଉ । ବିଜେଡିର ଦିବଙ୍ଗତ ନେତା ନବ ଦାସ ତଥା ପୂର୍ବତନ ବିଧାୟିକା ଦିପାଳୀ ଦାସଙ୍କ ଘରେ ଗତକାଲି ମଧ୍ୟ ଚଢାଉ କରିଥିଲା ଆୟକର ବିଭାଗ । ଏକାଥରକେ ୨୦ରୁ ଅଧିକ ସ୍ଥାନରେ ରେଡ ହୋଇଥିଲା । ଝାରସୁଗୁଡା, ସମ୍ବଲପୁର ଓ ଭୁବନେଶ୍ବର ଭଳି ସ୍ଥାନରେ ଏହି ରେଡ୍ କରାଯାଇଥିଲା।
ଆୟକର ଠକେଇ ନେଇ ଅଭିଯୋଗ ଆସିଥିବାବେଳେ ୨୦ରୁ ଅଧିକ ସ୍ଥାନରେ ଗତକାଲି ଇଡି ତନାଘନା କରିଛି । ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ଆୟକର ବିଭାଗ । ପୂର୍ବରୁ ଚଳିତ ବର୍ଷ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ କରାଯାଇଥିଲା । ଭୁବନେଶ୍ବର ଓ ଛତିଶଗଡର ଟିମ ଏହି ରେଡରେ ସାମିଲ ହୋଇଥିବାବେଳେ ବ୍ରଜ ଦାସଙ୍କ ଘରୁ ଏକାଧିକ ବିଳାସପୂର୍ଣ୍ଣ କାର ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ ଯେ, କିଛି ମାସ ପୂର୍ବରୁ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ ପିଏ ଆଶିଷ ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲ। । ଏଥିସହ ଆୟକର ବିଭାଗ ଅଧିକାରୀ ବିଶାଳ ଦାସଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହୋଟେଲକୁ ଡାକି ପ୍ରାୟ ୪ ଘଣ୍ଟା ଧରି ଜେରା କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)