Advertisment

Dipali's Remarks Spark Debate: ନବଦାସଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ, ସଭାରେ ଦୀପାଳିଙ୍କ ଭାଷଣକୁ ନେଇ ଚର୍ଚ୍ଚା

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ସଭା ଅନୁଷ୍ଠିତ ହୋଇଛି। ସଭାରେ ପୂର୍ବତନ ବିଧାୟିକା ତଥା ନବଦାସଙ୍କ ଝିଅ ଦୀପାଳି ଦାସଙ୍କ ଭାଷଣକୁ ନେଇ ଚର୍ଚ୍ଚା।

author-image
Chinmayee Sahoo
Dipali Das

Dipali Das Photograph: (OTV)

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ସଭା ଝାରସୁଗୁଡ଼ା ବେହେରାମାଲ ସ୍ଥିତ ନବଦାସ ଅଡ଼ିଟୋରିୟମରେ ଅନୁଷ୍ଠିତ ହୋଇଛି। ରାଜସ୍ତ୍ର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତା ଏଥିରେ ଯୋଗ ଦେଇଥିଲେ। ସଭାରେ ପୂର୍ବତନ ବିଧାୟିକା ତଥା ନବଦାସଙ୍କ ଝିଅ ଦୀପାଳି ଦାସଙ୍କ ଭାଷଣକୁ ନେଇ ଚର୍ଚ୍ଚା। 

Advertisment

ଦୀପାଳି କହିଛନ୍ତି, ଘଟଣା ଦିନ ବାପାଙ୍କର ଏକ ମିସ୍ କଲ୍ ୧୨ଟା ୨୭ ମିନିଟ୍ ଆସିଥିବା ବେଳେ ପୋଲିସ FIRରେ ୧୨ଟା ୧୫ରେ ହତ୍ୟାକାଣ୍ଡ ଘଟିଥିବା ଉଲ୍ଲେଖ ରହିଛି। ଯାହାକୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। 

ଦୀପାଳି ଆହୁରି ମଧ୍ୟ କହିଛନ୍ତି, ହତ୍ୟା ଘଟଣାରେ ତଦନ୍ତ ପାଇଁ ଆମ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛୁ। କିନ୍ତୁ ଆଜି ଏହି ପ୍ରଶ୍ନର ଉତ୍ତର ଦେବା ମୋ ପାଇଁ ଉପଯୁକ୍ତ ସ୍ଥାନ ନୁହେଁ ବୋଲି ଦୀପାଳି କହିଛନ୍ତି।

Advertisment

Deepali Das Naba Das
Advertisment
Related Articles
Advertisment