• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Murder

‍ଭୟଙ୍କର ହତ୍ୟା
Suicide Note Before Killing: କଳାଯାଦୁର କଳାକାରନାମା… ମାରିବା ପୂର୍ବରୁ ଲେଖାଉଥିଲା ସୁଇସାଇଡ୍ ନୋଟ୍

ଜଣେ ତାନ୍ତ୍ରିକଙ୍କ ସଂସ୍ପର୍ଶରେ ଆସିବା ପରେ ଘର ଭିତରେ ପୂଜା ପାଠ କରିବା ଆରମ୍ଭ କରିଦେଇଥିଲା। ଏହାକୁ ନେଇ ଘରେ ପାଟିତୁଣ୍ଡ ହେଉଥିଲା। ଘରେ ସମସ୍ତେ ତାକୁ ବିରୋଧ କରୁଥିଲେ। ଏହାରି ଭିତରେ ନଭଲସିଂହର ତନ୍ତ୍ର ବିଦ୍ୟା ଆଗେଇ ଚାଲିଥାଏ। ତେବେ ସେ ଟଙ୍କା ଓ ସୁନା ଡବଲ କରିଦେବାକୁ ନେଇ ପ୍ରଚାରପ୍ରସାର କରିଥିଲା।

death
Death in Rehab Centre: ୭ ହଜାର ଟଙ୍କା ପାଇଁ ନିଶା ନିବାରଣ କେନ୍ଦ୍ରରେ ଚାଲିଗଲା ଜୀବନ

ପୁଣି ଥରେ ରାଜଧାନୀର ଏକ ନିଶା ନିବାରଣ କେନ୍ଦ୍ର ବିରୋଧରେ ହତ୍ୟା ଅଭିଯୋଗ। ବଳକା ଟଙ୍କା ପୈଠ ନକରିବାରୁ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାରଲୋକେ।

Murder
Mysterious Death: ୭ ହଜାର ଟଙ୍କା ପାଇଁ ମୋ ପୁଅକୁ ମାରିଦେଲେ; ଛାଟିପିଟି ହୋଇ କାନ୍ଦୁଛି ମା’

ପ୍ରଶାନ୍ତ ୩ ମାସ ହେବ ଝାରପଡ଼ା ମହାଦେବ ନଗରରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ବଳକା ଟଙ୍କା ପୈଠ ନ କରିବାରୁ ତାଙ୍କୁ ନିଶା ନିବାରଣ କେନ୍ଦ୍ରରେ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Murder
Gujarat Murder: ଜହ୍ଲାଦ ପାଲଟିଲେ ୨ ପୁଅ; ମା’ର ପ୍ରେମିକକୁ ଛୁରି ଭୁସିଲେ, ଅନ୍ତବୁଜୁଳା କାଢି ଫୋପାଡି ଦେଲେ

ବିଚ୍‌ ରାସ୍ତାରେ ଲୁହା ରଡ୍‌ରେ ପିଟିଲେ । ବାରମ୍ବାର ଭୁସି ଚାଲିଲେ ଛୁରି । ଏତିକିରେ ମନ ବୁଝିଲାନି । ପେଟ ଚିରି ଅନ୍ତପୁଟା ବାହାର କରି ଖଣ୍ଡ ଖଣ୍ଡ କରି କାଟି ପକାଇଲେ। ମା’ର ପ୍ରେମ ସମ୍ପର୍କକୁ ବରଦାସ୍ତ କରି ନ ପାରି ଏପରି ଜହ୍ଲାଦ ପାଲଟି ଗଲେ ଦୁଇ ପୁଅ।

Murder
Murder: ଅଶାନ୍ତ ରାଜଧାନୀ;ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ!

ଯୁବକଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପୁଲିସ ମୃତ ଯୁବକଙ୍କ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଜଣାଇଛି। ତେବେ ଯୁବକଙ୍କୁ କିଏ ଓ କାହିଁକି ହତ୍ୟା ଟାଙ୍ଗି ଦେଲା ତାହା ଜଣାପଡ଼ିନାହିଁ।

Crime
Youth Hacks Uncle and Aunty: କାକା ଓ ଖୁଡ଼ିଙ୍କ ରକ୍ତରେ ହୋଲି ଖେଳିଲା ପୁତୁରା !

ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ହେବ। ବୁଡୁ ଓ ତାଙ୍କ ପତ୍ନୀ ସଜନା ଗାଁ ଦାଣ୍ଡରେ ଚାଲିଚାଲି ଯାଉଥିଲେ। ଠିକ୍‌ ସେତିକି ବେଳେ ବସନ୍ତ ଏକ ଟାଙ୍ଗିଆରେ ଉଭୟଙ୍କୁ ଆକ୍ରମଣ କରିଥିଲା । ରକ୍ତ ଜୁଡୁବୁଡୁ ହୋଇ ବୁଡୁ ଓ ସଜନା ଗାଁ ଦାଣ୍ଡରେ ଦୌଡ଼ୁଥିଲେ ।

ସ୍ୱପ୍ନରେ ଆସିଲା ମୃତ୍ୟୁ
Abraham Lincoln:  ରାଷ୍ଟ୍ରପତି ନୁହେଁ ଥିଲେ ଯୁଗ ନିର୍ମାତା; ହେଲେ ଭରା ଥିଏଟରରେ ଗୁଳି କରି ହତ୍ୟା କରାଗଲା

ଲିଙ୍କନଙ୍କ ଏହି ଐତିହାସିକ ନିର୍ଣ୍ଣୟକୁ ନେଇ ଅନେକ ଲୋକ ଖୁସି ଥିଲେ, ଅନେକ ଖୁସି ବି ନ ଥିଲେ । ଯେଉଁମାନେ ଏହି ନିୟମକୁ ନେଇ ଖୁସି ନ ଥିଲେ, ସେମାନେ ନିଗ୍ରୋମାନଙ୍କୁ ସବୁବେଳେ ସେମାନଙ୍କ ଦାସ କରି ରଖିବା ସହ ଶୋଷଣ କରିବାକୁ ଚାହୁଁଥିଲେ । ଏହାକୁ ନେଇ ଲିଙ୍କନଙ୍କ ପାଖକୁ ଅନେକ ଧମକପୂର୍ଣ୍ଣ  ଚିଠି ଆସୁଥିଲା ।  ହତ୍ୟା ଧମକ ବି ଆସୁଥିଲା । ଲିଙ୍କନ ଏହି ଚିଠି ସବୁକୁ ସାଇତି କରି ଏକ ଫାଇଲ ଭିତରେ ରଖି ଦେଉଥିଲେ ।

Retired Soldier Murders Wife
ଜହ୍ଲାଦ ସ୍ୱାମୀ; ସ୍ତ୍ରୀକୁ ମାରି କୁକର୍‌ରେ ରାନ୍ଧିଲା

ସ୍ତ୍ରୀକୁ କଲବଲ କରି ମାରିଲା... ଦେହରୁ ମାଂସକୁ ଟିକ୍‌ ଟିକ୍‌ କରି କାଟି, ହାଡ଼ ସବୁକୁ ଅଲଗା କଲା... ଆଉ ତା’ ପରେ ପ୍ରେସରରେ ପାଣି ଦେଇ ସିଟି ମାରିଲା... ସବୁ ପ୍ରମାଣକୁ ନଷ୍ଟ କରିବାକୁ ସିଝିଥିବା ମାଂସକୁ ଆଣି ହେମ ଦସ୍ତାରେ ଛେଚିଲା... ତା’ ପରେ ହ୍ରହରେ ଫିଙ୍ଗିଦେଲା।

Naba Das
ଇତିଶ୍ରୀଙ୍କ ଫର୍ମୁଲାରେ ନବଙ୍କ ହତ୍ୟା !

ନବ ପିନ୍ଧିଥିବା ସାର୍ଟକୁ ପୋଡି ଦିଆଯାଇଛି। ନବଙ୍କ ସହଯୋଗୀ ଶୁଭେନ୍ଦୁଙ୍କ ସାର୍ଟକୁ ଧଳା କରି ଦିଆଯାଇଛି। ପୋଷ୍ଟମର୍ଟମ ରିପୋର୍ଟରେ ରହୁନି ତାଳମେଳ । ନବଙ୍କ ଉପରକୁ ହୋଇଥିବା ୪ ଟି ଗୁଳିରୁ ଗୋଟିଏ ଗୁଳି କିଏ ମାରିଛି ଜଣାପଡୁନି । ନବଙ୍କ ପଛରେ ଆସୁଥିବା କାରରେ ରହିଛି ୫ ଟି ଗନସଟର ଚିହ୍ନ । ଗୋପାଳଙ୍କ ସହ ଆଉ କିଏ ଘଟଣାସ୍ଥଳରେ ଗୁଳି ମାରିଛି ...ଏମିତି ଅନେକ ପ୍ରଶ୍ନ ଉଠିଛି।

Hyderabad
ହାଇଦ୍ରାବାଦରେ ଜଣେ ପୂର୍ବତନ ସେନା କର୍ମଚାରୀ ପତ୍ନୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ପ୍ରେସର କୁକରରେ ସିଝାଇଲେ।

ସଇତାନ ସାଜିଲା, ଜହ୍ଲାଦ ପାଲଟିଗଲା ସ୍ବାମୀ। କ୍ରୁରତାର ସବୁ ସୀମା ଡେଇଁ ପତ୍ନୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ପ୍ରେସର କୁକରରେ ସିଝାଇଲା ମାଂସ ଟୁକୁଡ଼ା। ହାଇଦ୍ରାବାଦରେ ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ଏଭଳି ଲୋହମହର୍ଷଣକାରୀ କାଣ୍ଡ ସାମ୍ନାକୁ ଆସିଛି। 

Hyderabad
Retired Soilder kills Wife: ସଇତାନ ସାଜିଲା ସ୍ବାମୀ, ହତ୍ୟା ପରେ ସ୍ତ୍ରୀକୁ ପ୍ରେସର କୁକରରେ ସିଝାଇଲା

କ୍ରୁରତାର ସବୁ ସୀମା ଡେଇଁ ପତ୍ନୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ପ୍ରେସର କୁକରରେ ସିଝାଇଲା ମାଂସ ଟୁକୁଡ଼ା। ହାଇଦ୍ରାବାଦରେ ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ଏଭଳି ଲୋହମହର୍ଷଣକାରୀ କାଣ୍ଡ ସାମ୍ନାକୁ ଆସିଛି। ପୋଲିସ୍ ଆଗରେ ହତ୍ୟାକାରୀ ସ୍ବାମୀ ସବୁ ମାନିଛି।

Murder
Hyderabad Murder: ସଇତାନ୍ ସ୍ୱାମୀର ଜଘନ୍ୟ କାଣ୍ଡ; ସ୍ତ୍ରୀକୁ ମାରି କୁକରରେ ରାନ୍ଧିଲା, ବଳକା ଅଂଗ ହ୍ରଦରେ ଫିଙ୍ଗିଲା

ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ । ବଚସାରୁ ସ୍ତ୍ରୀକୁ ମାରି କୁକର୍‌ରେ ରାନ୍ଧିଲା ସଇତାନ ସ୍ବାମୀ । ଶରୀରର ଅବଶିଷ୍ଟ ଅଂଶକୁ ଚନ୍ଦନ ହ୍ରଦରେ ଫିଙ୍ଗିଥିଲା। ପୋଲିସ ଆଗରେ ସତ ମାନିଲା।

Naba Das
Naba Das Murder Case: ନବଙ୍କ ସାର୍ଟ ପୋଡ଼ି ଘଟଣା; ହରଡ ଘଣାରେ ହସପିଟାଲ କର୍ତ୍ତୃପକ୍ଷ, ଉଠିଲା ଅନେକ ପ୍ରଶ୍ନ

କୋଭିଡ୍ ପ୍ରୋଟୋକଲ୍ ଆଳରେ ନବଙ୍କ ରକ୍ତ ଭିଜା ସାର୍ଟ ଓ ପ୍ୟାଣ୍ଟ ପୋଡ଼ି ଦିଆଯାଇଛି ବୋଲି ଜଣାପଡ଼ିଛି। ସାର୍ଟ ପୋଡ଼ିଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ କ୍ରାଇମବ୍ରାଞ୍ଚକୁ ଜଣାଇଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବୟାନ ରେକର୍ଡ କୋର୍ଟରେ ଦାଖଲ କରାଯାଇଛି।

Naba  Das
Naba Das Murder Case: କ’ଣ ଲୁଚାଉଥିଲା କ୍ରାଇମବ୍ରାଞ୍ଚ ? କେମିତି ବଦଳି ଗଲା ସାକ୍ଷୀଙ୍କ ସାର୍ଟର ରଙ୍ଗ ?

ସାର୍ଟ ରଙ୍ଗ ବଦଳାଯାଇଛି, ତଦନ୍ତର ଢଙ୍ଗ ବଦଳାଯାଇଛି ତାହା ,ଏବେ ତଦନ୍ତ ସାପେକ୍ଷ ହୋଇଛି। ଅନ୍ୟପକ୍ଷରେ ପୂରା ପ୍ରକ୍ରିୟା ଦେଖିଲେ ଷଡ଼ଯନ୍ତ୍ର ଗନ୍ଧ ଡହ ଡହ ବାରି ହେଉଛି।

Naba Das Murder Case
Naba Das Murder Case: ନବ ଦାସ ହତ୍ୟା ମାମଲାର ତଦନ୍ତରେ କାହିଁକି ନାହିଁ ତାଳମେଳ ?

ଏହି ହାଇପ୍ରୋଫାଇଲ୍ ମାମଲାରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ତଦନ୍ତ ମନିଟରିଂ କରୁଥିଲେ । ଜଣେ ADG ପ୍ରତ୍ୟକ୍ଷ ଭାବେ ତଦାରଖ କରୁଥିଲେ । ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତକୁ ରାଜ୍ୟ ବାହାରକୁ ନିଆଯାଇଥିଲା । ଏବେ କିନ୍ତୁ ତଦନ୍ତ ପ୍ରକ୍ରିୟା ନେଇ ଉଠିଛି ଅନେକ ପ୍ରଶ୍ନ । ଅନେକ ବିଷୟକୁ କରାଯାଇଛି କି ନଜର ଅନ୍ଦାଜ୍ ?

ନବ ଦାସ ହତ୍ୟା ନେଇ ପୁଣି ରାଜନୈତିକ ଉଷ୍ଣତା
Naba Das Murder Mystery: ନବ ଦାସ ହତ୍ୟା ରହସ୍ୟ, ସିବିଆଇ ତଦନ୍ତ ଦାବି ପରେ ପୁଣି ରାଜନୈତିକ ଉଷ୍ଣତା

ଓଡ଼ିଶାର ଆଇନମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ ମଧ୍ୟ ବିିଶାଳ ଦାସ ଓ ଦୀପାଳୀ ଦାସଙ୍କୁ ଲିଖିତ ଭାବରେ ରାଜ୍ୟ ସରକାରଙ୍କୁ ସିବିଆଇ ତଦନ୍ତ ଆଦେଶ ଦେବା ପାଇଁ ଆବେଦନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଶ୍ରୀ ହରିଚନ୍ଦନଙ୍କ ପରାମର୍ଶ ମଧ୍ୟ ବେଶ୍ ପ୍ରଣିଧାନଯୋଗ୍ୟ । କାରଣ ଏକ ଲିଖିତ ଆବେଦନ ସରକାରଙ୍କୁ ଆନୁଷ୍ଠାନିକ ଭାବେ ସିବିଆଇ ତଦନ୍ତ ଆଦେଶ ଦେବା ଲାଗି ପଥ ପରିଷ୍କାର କରିବ ।

father shoots daughter
Father Shoots Daughter: ବାହା ହେବାକୁ ଅମଙ୍ଗ ହେଲା ଝିଅ; ଗାଁ ସଭାରେ ଗୁଳି ମାରିଦେଲେ ବାପା-ଭାଇ

ତନୁଙ୍କ ବିବାହ ଜାନୁଆରୀ ୧୮ ରେ ହେବାର ଥିଲା । ଏହାର ମାତ୍ର ଚାରି ଦିନ ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଛି। ଅଭିଯୁକ୍ତ ବାପା ମହେଶ ଗୁର୍ଜରଙ୍କୁ ଗିରଫ କରାଯାଇଛି ଏବଂ ହତ୍ୟାରେ ବ୍ୟବହୃତ ପିସ୍ତଲ ମଧ୍ୟ ଜବତ କରାଯାଇଛି। ରାହୁଲଙ୍କୁ ଖୋଜିବା ପାଇଁ ପୋଲିସ ତଦନ୍ତ ଆରମ୍ଭ ହୋଇଛି।

Murder
Tosses Coin To Decide Kill Teen: ଜୀବନ ମରଣ ନିର୍ଦ୍ଧାରଣ କଲା ଟସ, ମୃତଶରୀର ସହ ଦୁଷ୍କର୍ମ

୧୮ ବର୍ଷୀୟା ଯୁବତୀଙ୍କୁ ହତ୍ୟା କରିବା ପରେ ମରଶରୀର ସହିତ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ତେବେ ହତ୍ୟା କରିବ କି ନାହିଁ ଏହାର ନିଷ୍ପତ୍ତି କଏନ ଟସ କରି ନେଇଥିବା ସ୍ବୀକାର କରିଛି ହତ୍ୟାକାରୀ।

Bhubaneswar Murder
Bhubaneswar Murder: ସହଦେବ ନାୟକ ହତ୍ୟାକାଣ୍ଡ ପଛରେ କିଏ ? କାରଣ କ’ଣ ? 

ସେମାନଙ୍କୁ ଫାଶିଦଣ୍ଡ ଦେଇଦେବା ଉଚିତ...ନଚେତ୍ ଏନକାଉଣ୍ଟର କରାଯାଉ...ଆଜି ସହଦେବଙ୍କୁ ହତ୍ୟା କଲେ, କାଲି ଆଉ କାହାର ମୁଣ୍ଡ ନେଇଯିବେ...ନିଶା ପାଇଁ ଏମାନେ ନେଇଯିବେ ଜୀବନ, ବସ୍ତିରୁ ଏମାନଙ୍କୁ ତୁରନ୍ତ ହଟାଯାଉ...ଏମିତି ଥିଲା ମଥା ସିନ୍ଦୂର ହରାଇ ଶୋକରେ ଥିବା ପତ୍ନୀଙ୍କ ଦରଦଭରା ନିବେଦନ।

murder
Five of Family found Dead: ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତ ଦେହ ବେଡ ବକ୍ସରୁ ଉଦ୍ଧାର କରାଯାଇଛି। ଦମ୍ପତିଙ୍କ ସହ ୩ ଜଣ ଶିଶୁ ରହିଥିବା ବେଳେ କ୍ଷତ ବିକ୍ଷତ ଶରୀର ଥିବାରୁ ହତ୍ୟା ସନ୍ଦେହ କରାଯାଇଛି। ସ୍ବାମୀ ସ୍ତ୍ରୀଙ୍କ ସହିତ ୩ଜଣ ଝିଅଙ୍କୁ ମଧ୍ୟ ହତ୍ୟା କରାଯାଇଛି।

MURDER
Bhubaneswar Sahadev Nayak Murder: ସହଦେବ ନାୟକ ହତ୍ୟାକାଣ୍ଡ: ପୋଲିସର ସିନ୍ ରିକ୍ରିଏସନ

ରାଜଧାନୀରେ ସଦଦେବ ନାୟକ ହତ୍ୟା ମାମଲାରେ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି ପୋଲିସ। ଗିରଫ ୩ ଅଭିଯୁକ୍ତଙ୍କୁ ସାଙ୍ଗରେ ନେଇ ସିନ୍ ରିକ୍ରିଏସନ୍ କରିଛି ପୋଲିସ। ଧଉଳି ନିକଟ ଦୟାନଦୀ ବ୍ରିଜ ପାଖରେ ସରଜମିନ ତଦନ୍ତ ହୋଇଛି।

murder
Bhubaneswar Murder: ରାଜଧାନୀରେ ଚାଞ୍ଚଲ୍ୟ; ଯୁବକଙ୍କ ମୁଣ୍ଡ କାଟି ବିଚ୍ ରାସ୍ତାରେ ଫିଙ୍ଗିଦେଲେ !

ସକାଳୁ ସକାଳୁ ଯୁବକଙ୍କ ମୁଣ୍ଡ କାଟି ରାସ୍ତାରେ ଫିଙ୍ଗିଦେଲେ। ରାଜଧାନୀ ଭୁବନେଶ୍ୱରରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। କିଏ ଓ କାହିଁକି ଏଭଳି ବୀଭତ୍ସ ହତ୍ୟା କରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ମୃତ ଯୁବକଙ୍କ ପରିଚୟ ମଧ୍ୟ ଅସ୍ପଷ୍ଟ ରହିଛି।

ସାମ୍ବାଦିକଙ୍କୁ ହତ୍ୟା ପଛର କାହାଣୀ
Mukesh Chandrakar Murder Case: ବେକ ମୋଡ଼ିଲେ, ହାର୍ଟ କାଢ଼ିଲେ, ଲିଭରକୁ କଲେ ୪ ଖଣ୍ଡ

ଦୁର୍ବୃତ୍ତମାନେ ମୁକେଶଙ୍କ ବେକ ମୋଡ଼ି ଭାଙ୍ଗି ଦେଇଛନ୍ତି । ହାର୍ଟ ବାହାର କରିଦେଇଛନ୍ତି । ଲିଭରକୁ ୪ ଖଣ୍ଡ କରିଦେଇଛନ୍ତି । ମୁଣ୍ଡକୁ ପ୍ରବଳ ପ୍ରହାର କରିଛନ୍ତି । ମୁଣ୍ଡରେ ୧୫ଟି ଫ୍ରାକ୍ଚର ଅଛି । ପିଟି ପିଟି ପଞ୍ଜରା ହାଡ଼ ଭାଙ୍ଗି ଦେଇଛନ୍ତି । ଏହି ଡାକ୍ତରଜଣକ କହିଛନ୍ତି, ମୋ ଜୀବନରେ ମୁଁ ଅନେକ ଶବ ବ୍ୟବଚ୍ଛେଦ କରିଛି । କିନ୍ତୁ ଏଭଳି ଶବ ବ୍ୟବଚ୍ଛେଦ କେବେ କରିନାହିଁ ।

ବିଜେପି ନେତାଙ୍କୁ ହତ୍ୟା ଅଭିଯୋଗ
BJP Leader Murdered : କାରକୁ ୩ ଥର ଧକ୍କା ଦେଲା ହାଇୱା, ୨ ବିଜେପି ନେତା ମୃତ

ଏହା ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟା ତାକୁ ନେଇ ସସପେନ୍ସ ଲାଗି ରହିଛି। ହତ୍ୟା ଅଭିଯୋଗ ଆଣିଛନ୍ତି ବିଜେପି ନେତା ତଥା ଆହତ ବିଜେପି କର୍ମୀ। ମୃତ ବିଜେପି ନେତାଙ୍କ ପରିବାର ପକ୍ଷରୁ ମଧ୍ୟ ହତ୍ୟା ଅଭିଯୋଗ କରାଯାଇଛି ।  ହାଇୱାଟି ସେମାନଙ୍କୁ ତିନି ତିନି ଥର ଧକ୍କା ଦେଇଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବିଜେପି କର୍ମୀ କହିଛନ୍ତି।

wife murdered
Husband Murdered Wife: ପିଶାଚ ସାଜିଲା ସ୍ବାମୀ, ସ୍ତ୍ରୀକୁ ମାରି ଖଟରେ ଲୁଚାଇଲା

୭ ଜନ୍ମ ପାଇଁ ସୁରକ୍ଷା ଦେବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ପ୍ରତିଶ୍ରୁତି ଦେଇଥିବା ହାତ ଶେଷରେ ଜୀବନ ନେଇଛି। ସୁରକ୍ଷା ପାଇଁ ଧରିଥିବା ହାତ ଶେଷରେ ବଇରୀ ସାଜିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ଖଟ ଭିତରେ ଶବକୁ ଲୁଚାଇ ଫେରାର ହୋଇ ଯାଇଛି ସ୍ବାମୀ। ଶବ ପଚି ଶଢି ଦୁର୍ଗନ୍ଧ ଆସିବା ପରେ ଖବର ପାଇ ପୋଲିସ ଆସି ଶବକୁ ଉଦ୍ଧାର କରିଛି।