/odishatv-khabar/media/media_files/2025/12/02/murder-2025-12-02-20-14-52.jpg)
murder Photograph: (OTV)
ଇନ୍ଦୋରର ବହୁ ଚର୍ଚ୍ଚିତ ସୋନମ ରାଜା ରଘୁବଂଶୀ ହତ୍ୟା ଘଟଣା ଏଯାଏଁ ଲୋକଙ୍କ ମନରୁ ଲିଭିନାହିଁ। ଗୁଜରାଟରେ ଏବେ ଚକିତ କଲା ଭଳି ଏକ ଘଟଣା ଘଟିଛି। ଭଦୋଦରାରେ ଜଣେ ସ୍ତ୍ରୀ ତାଙ୍କ ପ୍ରେମିକଙ୍କ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ସ୍ୱାମୀଙ୍କ ମୃତ୍ୟୁକୁ ସ୍ୱାଭାବିକ କହି ପୋତି ଦେଇଛନ୍ତି। କିନ୍ତୁ ହଠାତ୍ ୫ ଦିନ ପରେ ପରିବାର ଲୋକେ ସନ୍ଦେହ କରିବାରୁ ପୁଲିସ ମାଟି ତଳୁ ମୃତକଙ୍କ ଶବ କାଢ଼ିଲା। ବ୍ୟବଚ୍ଛେଦ କରିବା ପରେ ଗୋଟିଏ ସୁଚିନ୍ତିତ ହତ୍ୟା ଷଡ଼ଯନ୍ତ୍ର ପର୍ଦ୍ଦାଫାସ ହୋଇଥିଲା। ମୁମ୍ବାଇରେ ରହୁଥିବା ପ୍ରେମିକଙ୍କ ସହ ମିଶି ପତ୍ନୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଘଟଣା ହଇଚଇ ସୃଷ୍ଟି କରିଛି।
ନିଦ ବଟିକା ଖୁଆଇବା ପରେ ହତ୍ୟା
ତାଣ୍ଡଲଜା ଅଞ୍ଚଳର ବାସିନ୍ଦା ୨୫ ବର୍ଷୀୟା ଗୁଲ୍ ବାନୁ ତାଙ୍କ ପ୍ରେମିକ ତୌସିଫ୍ ସହିତ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ନଭେମ୍ବର ୧୮ ତାରିଖ ରାତି। ପତ୍ନୀ ପ୍ରଥମେ ତାଙ୍କ ସ୍ୱାମୀ ୩୨ ବର୍ଷୀୟ ଇର୍ଶାଦ ଭଞ୍ଜାରାଙ୍କୁ ନିଦ ବଟିକା ଖୁଆଇ ଦେଇଥିଲେ। ଆଉ ତା'ପରେ ରାତି ୧୨ ଟା ବେଳେ ସେ ଅଚେତ ହୋଇପଡ଼ିଥିଲେ। ଶୋଇଥିବା ସମୟରେ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିଲେ ପତ୍ନୀ। ପରିବାର ଲୋକଙ୍କୁ ମୃତ୍ୟୁ ସମ୍ପର୍କରେ ଜଣାଇଲେ ନାହିଁ। ଶବକୁ ମାଟି ତଳେ ପୋତିଦେଲେ। ଏହା ଏକ ସ୍ୱାଭାବିକ ମୃତ୍ୟୁ ବୋଲି ପରେ ସମସ୍ତଙ୍କୁ କହିଥିଲେ। କିନ୍ତୁ ଘର ଭିତରେ ଇର୍ଶାଦଙ୍କୁ ହତ୍ୟା କରାଯାଇଥିବା ଓ ହତ୍ୟାକାରୀ ଘର ଭିତରେ ପରିବାର ସଦସ୍ୟଙ୍କ ଭିତରେ ରହୁଥିବା କଥା କେହି ଜାଣିନଥିଲେ। କିନ୍ତୁ ଷଡ଼ଯନ୍ତ୍ର ବେଶି ସମୟ ଚାପି ହୋଇ ରହିନଥିଲା। ଯେତେବେଳେ ରହସ୍ୟ ସାମନାକୁ ଆସିଲା, ସମସ୍ତଙ୍କ ପାଦ ତଳୁ ମାଟି ଖସିଯାଇଥିଲା।
କଲ୍ ଡିଟେଲ୍ ପରିବାରର ସନ୍ଦେହ ବଢାଇଲା
ପରିବାର ଲୋକଙ୍କ ସନ୍ଦେହ ବଢ଼ିଥିଲା। ଇର୍ଶାଦଙ୍କ ମୋବାଇଲ କଲ୍ ଡିଟେଲ୍ ସନ୍ଦେହକୁ ଅଧିକ ବଢ଼ାଇ ଦେଇଥିଲା। ଗୁଲବାନୁ ଦିନକୁ ଅନେକ ଥର ତୌସିଫ୍ ସହିତ କଥା ହୋଇଥିଲେ। କୌଣସି କାରଣ ନଥାଇ ଏଭଳି ଲମ୍ବା ସମୟ କଥା ହେବା ଘଟଣା ରହସ୍ୟ ସୃଷ୍ଟି କରିଥିଲା। ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏହି ଦିଗକୁ ତଦନ୍ତ ପରିସରଭୁକ୍ତ କରିଥିଲା। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ମାଟି ଖୋଳାଗଲା। ମାଟି ତଳୁ ଇର୍ଶାଦଙ୍କ ମୃତଦେହ କଢ଼ାଗଲା। ତାଙ୍କ ଶବକୁ ବ୍ୟବଚ୍ଛେଦ କରାଗଲା। ପ୍ରାଥମିକ ରିପୋର୍ଟରୁ ମୃତ୍ୟୁ ସ୍ବାଭାବିକ ନଥିଲା। ତାଙ୍କୁ ହତ୍ୟା କରାଯାଇଥିଲା। ତୌସିଫ୍ ଏବଂ ଗୁଲବାନୁଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା। ଗୁଲବାନୁକୁ ପୁଲିସ ଗିରଫ କରିଛି। ଏଥିରେ ତୌସିଫ୍ ଓ ଅନ୍ୟ ଜଣେ ଅଭିଯୁକ୍ତ ବି ସାମିଲ ଅଛନ୍ତି। ତେବେ ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ ଏହି ହତ୍ୟାକଣ୍ଡର କାହାଣୀ ଲେଖାଯାଇଥିଲା। ତେବେ ନିଜ ସ୍ବାମୀଙ୍କୁ କାହିଁକି ହତ୍ୟା କଲେ? କାହିଁକି ନିଜ ହାତରେ ସିନ୍ଦୂର ପୋଛିଲା ପତ୍ନୀ?
ସେ ତାଙ୍କ ସ୍ୱାମୀଙ୍କୁ କାହିଁକି ହତ୍ୟା କଲେ?
ଗୁଲବାନୁ ପ୍ରାୟ ଏକ ବର୍ଷ ତଳେ ଉତ୍ତର ପ୍ରଦେଶର ଜଣେ ଦର୍ଜୀ ତୌସିଫଙ୍କ ସହ ସମ୍ପର୍କରେ ଆସିଥିଲେ। ଦୁଇଜଣଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସେମାନେ ଘର ଛାଡ଼ି ଚାଲିଯିବାକୁ ଯୋଜନା କରିଥିଲେ। କିନ୍ତୁ ପରେ ଇର୍ଶାଦଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଏମାନେ ଗଲା ତିନି ମାସ ଧରି ଇର୍ଶାଦଙ୍କୁ ହତ୍ୟା କରିବାକୁ ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଥିଲେ। ଶେଷରେ ଯୋଜନା ମୁତାବକ ଇର୍ଶାଦଙ୍କୁ ଦୁପଟା ସାହାଯ୍ୟରେ ହତ୍ୟା କରାଯାଇଥିଲା। ତୌସିଫ ଏବଂ ତାଙ୍କ ମାମୁ ପ୍ରଥମେ ନିଜ ହାତରେ ଇର୍ଶାଦଙ୍କୁ ଗଳାକାଟି ହତ୍ୟା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଚେତ ହେବା ସତ୍ତ୍ୱେ ଇର୍ଶାଦ ଉଠିପଡ଼ିବାକୁ ଉଦ୍ୟମ କରିଥିଲେ। ମୁହଁ ଖୋଲି ଚିତ୍କାର କରିଥିଲେ। ଗୁଲବାନୁ ତାଙ୍କ ପିଲାମାନେ ଉଠି ପଡ଼ିବା ଭୟରେ ତୌସିଫଙ୍କୁ ତାଙ୍କର ଦୁପଟା ଦେଇଥିଲେ। ସେଥିରେ ହତ୍ୟା କରାଯାଇଥିଲା। କେହି ଏହି ହତ୍ୟାକାଣ୍ଡର ଟିକିଏ ବି ସୁରାକ ପାଇନଥିଲେ।
SOP & Guidelines: ଦଶମ, ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର , ଆସିଲା ପ୍ରାକ୍ଟିକାଲ ପରୀକ୍ଷା ଗାଇଡଲାଇନ....

Chennai Metro Passengers: ଟନେଲ୍ ଭିତରେ ଫସେଇ ଦେଲା ମେଟ୍ରୋ ରେଳ , ଶୁଭିଲା ଏମିତି କୋଳାହଳ...ଭିଡିଓ ଭାଇରାଲ

India Defeats Pakistan: ପାକିସ୍ତାନୀ ଖେଳାଳିଙ୍କ କମେଣ୍ଟର ଜବାବ ମୈଦାନରେ ଦେଲେ

Example Of Humanity: ପାଖରେ ପଡିଥିଲା ବିଡା ବିଡା ଟଙ୍କା , ମାନବିକତା ଭୁଲିଲେନି ଅଟୋ ଡ୍ରାଇଭର

Free Training By Barik Sir : ବାରିକ ସାରଙ୍କ ପାଖକୁ ଗଲେ ଚାକିରି ପକ୍କା , ଅନେକ ଗରିବ ଅସହାୟଙ୍କ ସାହାରା ସାଜିଛନ୍ତି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)