Advertisment

Zubeen Garg’s Death Was No Accident: ଜୁବୀନ ଗର୍ଗଙ୍କ ମୃତ୍ୟୁ ସାଧାସିଧା ହତ୍ୟା, ଜଣେ ମାରିଛନ୍ତି ଓ ଅନ୍ୟମାନେ ସାହାଯ୍ୟ କରିଛନ୍ତି

ଗାୟକ ଜୁବୀନ ଗର୍ଗଙ୍କୁ ହତ୍ୟା କରାଯାଇଛି । ଏହା ଏକ ସିଧାସଳଖ ହତ୍ୟା । ଏମିତି ଚକିତ କରିଦେଲା ଭଳି ଖବର ଏବେ ସାମନାକୁ ଆସିଛି । ତେବେ ଏହା ପଛରେ ଥିବା ଷଡଯନ୍ତ୍ର ସାରା ରାଜ୍ୟବାସୀଙ୍କୁ ଆହୁରି ଚକିତ କରିଦେବ ।

author-image
Tapan Swain
Murder

Murder Photograph: (OTV)

ଏହା ହତ୍ୟାକାଣ୍ଡ, ଏଥିରେ କିଛି ଡାଉଟ୍ ନାହିଁ । ତଦନ୍ତରେ ହତ୍ୟାକାଣ୍ଡ ସ୍ପଷ୍ଟ ହୋଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସିଙ୍ଗାପୁରରେ ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁକୁ "ସିଧାସଳଖ ହତ୍ୟା" ବୋଲି ଘୋଷଣା କରିଛନ୍ତି ।  । ବିଧାନସଭାରେ ସେ କହିଛନ୍ତି ଯେ ଜଣେ ମାରିଛନ୍ତି, ଅନ୍ୟମାନେ ତାଙ୍କୁ ସହାୟତା କରିଛନ୍ତି ।

Advertisment

ଜୁବୀନଙ୍କ ମୃତ୍ୟୁ ଉପରେ ଆଲୋଚନା ପାଇଁ ବିରୋଧୀଙ୍କ ପକ୍ଷରୁ ଏକ ମୁଲତବୀ ପ୍ରସ୍ତାବ ଆଗତ ହୋଇଥିଲା । ଏହା ଉପରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ନିଶ୍ଚିତ ଭାବେ ଏକ ହତ୍ୟାକାଣ୍ଡ ଏଥିରେ ସନ୍ଦେହ ନାହିଁ ।  

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ  ବିଶ୍ଵ ଶର୍ମା ଲୋକପ୍ରିୟ ଗାୟିକା କୁବୀନ ଗର୍ଗଙ୍କ ମୃତ୍ୟୁକୁ ‘ସାଦାସିଧା ହତ୍ୟା’ ବୋଲି ବର୍ଣ୍ଣ ନାକରିଛନ୍ତି । ରାଜ୍ୟ ବିଧାନସଭାରେ କହିଛନ୍ତି ଯେ "ଜଣେ ବ୍ୟକ୍ତି ତାଙ୍କୁ ହତ୍ୟା କରିଥିଲେ ଏବଂ ଅନ୍ୟମାନେ ତାଙ୍କୁ ସାହାଯ୍ୟ କରିଥିଲେ"।

Advertisment

ପ୍ରାଥମିକ ତଦନ୍ତ ପରେ ଆସାମ ପୋଲିସ ନିଶ୍ଚିତ ହୋଇଥିଲା ଯେ ଏହା ମୃତ୍ୟୁ ମାମଲା ନୁହେଁ, ବରଂ ଏହା ଏକ ସରଳ ହତ୍ୟା ଥିଲା । ସେଥିରପାଇଁ ତାଙ୍କ ମୃତ୍ୟୁର ତିନି ଦିନ ମଧ୍ୟରେ ମାମଲାରେ BNS ଧାରା 103 ଯୋଡା ଯାଇଥିଲା ବୋଲି ସେ କହିଛନ୍ତି। 

୭ଜଣ ଗିରଫ ହୋଇଛନ୍ତି

ସେ କହିଛନ୍ତି ଯେ ରାଜ୍ୟ ପୋଲିସର ସିଆଇଡି ଅଧୀନରେ ଥିବା ଏସଆଇଟି ଏପର୍ଯ୍ୟନ୍ତ ସାତ ଜଣଙ୍କୁ ଗିରଫ କରିଛି ।  ୨୫୨ ଜଣ ସାକ୍ଷୀଙ୍କୁ ଜେରା କରିଛି ଏବଂ ମାମଲା ସହିତ ଜଡିତ ୬୯ଟି ସାମଗ୍ରୀ ଜବତ କରିଛି।

ଜଣେ ଅଭିଯୁକ୍ତ ଗର୍ଗକୁ ହତ୍ୟା କରିଥିଲା ଏବଂ ଅନ୍ୟମାନେ ତାକୁ ସାହାଯ୍ୟ କରିଥିଲେ। ହତ୍ୟା ମାମଲାରେ ଅନ୍ୟମାନେ ସଂପୃକ୍ତ ଅଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି, ଡିସେମ୍ବରରେ ହତ୍ୟା ମାମଲାର ଚାର୍ଜସିଟ୍ ଦାଖଲ ହେବା ପରେ ତଦନ୍ତକୁ ବ୍ୟାପକ କରାଯିବ । ଅବହେଳା, ଅପରାଧିକ ବିଶ୍ଵାସ ଭଙ୍ଗ ଏବଂ ଅନ୍ୟାନ୍ୟ ଦିଗଗୁଡିକୁ ମଧ୍ୟସାମିଲ୍ କରାଯିବ । 

ଶର୍ମା କହିଛନ୍ତି ଯେ SIT ଏକ କଡା ଚାର୍ଜସିଟ୍ ଦାଖଲ କରିବ । ଅପରାଧ ପଛରେ ଥିବା ଉଦ୍ଦେଶ୍ୟ ରାଜ୍ୟବାସୀଙ୍କୁ ଚକିତ କରିବ ବୋଲି ସେ କହିଛନ୍ତି । 

ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଭାଷଣ ଦେବା ସମୟରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ଗତ ସେପ୍ଟେମ୍ବର ୧୯ ତାରିଖରେ ସିଙ୍ଗାପୁରରେ ସମୁଦ୍ରରେ ଗାଧୋଇଲା ବେଳେ ପ୍ରସିଦ୍ଧ ଗାୟକ ଜୁବୀନଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିଲା ।  

ବିରୋଧୀ ଦଳ ନେତା ଦେବବ୍ରତ ସାଇକିଆ ଏବଂ ସ୍ବାଧୀନ ବିଧାୟକ ଅଖଳ ଗୋଗୋଇଙ୍କ ଦ୍ବାରା ପୃଥକ ଭାବରେ ଆଗତ ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ବାଚସ୍ପତିଙ୍କୁ ଆଲୋଚନା ପାଇଁ ଅନୁମତି ଦେବା ପାଇଁ ଅନୁରୋଧ କରିବା ପରେ ଗୃହୀତ ହୋଇଥିଲା।

ଶର୍ମା କହିଛନ୍ତି ଯେ ସରକାର "ଏହି ମାମଲାକୁ ମଧ୍ୟ ସମାନ ଭାବରେ ଗ୍ରହଣ କରିଛନ୍ତି" ଏବଂ ପ୍ରସ୍ତାବ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।  ସେ ମଧ୍ୟ କହିଛନ୍ତି ଯେ ସରକାରୀ ଦଳ ବିତର୍କରେ ଅଂଶଗ୍ରହଣ କରିବ ନାହିଁ । କେବଳ ସରକାର କି ପ୍ରକାରର ପଦକ୍ଷେପ ନେଇଛନ୍ତି, ତାହା ଉପରେ ଆନୁଷ୍ଠାନିକ ପ୍ରତିକ୍ରିୟା ଉପସ୍ଥାପନ କରିବେ।

ସେ ଦିନର କାର୍ଯ୍ୟସୂଚୀରେ ତାଲିକାଭୁକ୍ତ ଗୁରୁତ୍ବପୂର୍ଣ ବିଲ୍ ଏବଂ ପରିପୂରକ ଅନୁଦାନ ଉପସ୍ଥାପନ କରିବାକୁ ଅନୁମତି ଦେବାକୁ ମଧ୍ଯ ଗୃହକୁ ଅନୁରୋଧ କରିଥିଲେ।
ବାଚସ୍ପତି ବିଶ୍ବଜିତ ଦୈମାରୀ ମୁଲତବୀ ପ୍ରସ୍ତାବକୁ ଅନୁମତି ଦେଇ କହିଥିଲେ ଯେ ଆଲୋଚନା ପରେ ନିର୍ଦ୍ଧାରିତ ବିଲ୍ ଗୁଡିକ ଉପସ୍ଥାପନ କରାଯିବ। ସେ ସଦସ୍ୟମାନଙ୍କୁ ଏପରି ମନ୍ତବ୍ୟରୁ ଦୂରେଇ ରହିବାକୁ ସତର୍କ କରାଇଥିଲେ ଯାହା ତଦନ୍ତରେ ବାଧା ସୃଷ୍ଟି କରିପାରେ।
ମୃତ୍ୟୁ ହୋଇଥିଲା।

ଆସାମ ପୋଲିସର ଏକ ସ୍ବତନ୍ତ୍ର ତଦନ୍ତ ଦଳ ଏହି ୫୨ ବର୍ଷୀୟ ଗାୟକ ଜୁବୀନ ଗର୍ଗଙ୍କ  ମୃତ୍ୟୁର ତଦନ୍ତ କରୁଛି। ଏଥି ସହିତ ପୃଥକ ଭାବେ ଗୌହାଟି ହାଇକୋର୍ଟର ବିଚାରପତି ସୌମିତ୍ର ସାଇକିଆଙ୍କ ନେତୃତ୍ବରେ ଗଠିତ ଏକ ଜଣିକିଆ କମିଶନ ବୟାନ ରେକର୍ଡ କରିବା ଏବଂ ପ୍ରମାଣ ଦାଖଲ କରିବାର ଶେଷ ତାରିଖ ଡିସେମ୍ବର ୧୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

କମିଶନ ନଭେମ୍ବର ୩ ତାରିଖରେ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପ୍ରାସଙ୍ଗିକ ସୂଚନା ଥିବା ବ୍ୟକ୍ତିମାନଙ୍କୁ କାର୍ଯ୍ୟ ଦିବସରେ ସକାଳ ୧୦.୩୦ ରୁ ସନ୍ଧ୍ୟା ୫ଟା ମଧ୍ୟରେ ନୋଟାରୀଙ୍କ ପାଥରେ ହୋଇଥିବା ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି।
ତଦନ୍ତ ଜାରି ରହିଥିବା ବେଳେ ଗତ ମାସରେ ଗାୟକଙ୍କ ୫୩ତମ ଜନ୍ମଦିନ ସମଗ୍ର ଆସାମରେ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ସହିତ ପାଳନ କରାଯାଇଥିଲା।

Murder Himanta Biswa Sarma Zubeen Garg
Advertisment
Related Articles
Advertisment