• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗ୍ରାହକଙ୍କ ଉପରେ ପୁଣି ମହଙ୍ଗା ମାଡ଼ । କ୍ଷୀର ଲିଟର ପ୍ରତି ୩ଟଙ୍କା ବୃଦ୍ଧି କଲା ଅମୁଲ କମ୍ପାନୀ । କ୍ଷୀର ଉପରେ ବୃଦ୍ଧି କରାଯାଇଥିବା ଏହି ଦାମ୍ ୩ ଫେବୃଆରୀ ଅର୍ଥାତ୍ ଆଜିଠାରୁ ଲାଗୁ ହୋଇଛି । ଫଳରେ ଚା’ ପ୍ରେମୀଙ୍କ ପକେଟକୁ ବାଧିବ । କ୍ଷୀରର ଦାମ୍ ବୃଦ୍ଧି ହେତୁ ଆଗକୁ ଚା’ ବ୍ୟବସାୟୀ ମାନେ ଚା’ ଦାମ୍ ବୃଦ୍ଧି କରିପାରନ୍ତି ।

ଅମୁଲ କମ୍ପାନୀ ପକ୍ଷରୁ ସମସ୍ତ କ୍ଷୀରର ଦାମ୍ ପ୍ରକାଶ କରାଯାଇଛି । ସମସ୍ତ କ୍ଷୀରର ପକେଟ୍ ଉପରେ ମୂଲ୍ୟ ବୃଦ୍ଧି କରିଛି କମ୍ପାନୀ । ତେବେ ଜାଣନ୍ତୁ, କେଉଁ କ୍ଷୀରର ଦାମ୍ କେତେ ରହିଛି । କମ୍ପାନୀର କହିବା ଅନୁସାରେ ୫୦୦ ମିଲି କ୍ଷୀରର ଦାମ୍ ଆଜିଠାରୁ ୨୭ ଟଙ୍କାରେ ବିକ୍ରି ହେଉଛି । ଯେଉଁ ଗ୍ରାହକ ୧ ଲିଟର କ୍ଷୀର କିଣିବେ ତାଙ୍କୁ ଆଜିଠାରୁ ୫୪ ଟଙ୍କା ଦେବାକୁ ପଡ଼ିବ ।

ଅଧିକ ପଢ଼ନ୍ତୁ: ଏଣିକି ଏତିକି ଟଙ୍କା ଶସ୍ତାରେ ମିଳିବ ଅଟା ! ଫେବୃଆରୀ ୬ରୁ ବିକ୍ରି ଆରମ୍ଭ

ଅମୁଲର ଗୋଲ୍ଡ ମିଲ୍କ ୫୦୦ ମିଲିର ଦାମ୍ ୩୩ଟଙ୍କା ରହିଥିବା ବେଳେ ଗ୍ରାହକ ମାନେ ଅମୁଲ ଗୋଲ୍ଡ ମିଲ୍କ କିଣିଲେ ୬୬ ଟଙ୍କା ଦେବେ । ସେହିପରି ୬ଲିଟର ଗୋଲ୍ଡ ମିଲ୍କ କିଣିଲେ ଗ୍ରାହକଙ୍କୁ ୩୯୬ ଟଙ୍କା ଦେବାକୁ ପଡ଼ିବ ।

ଅମୁଲ ପକ୍ଷରୁ କାଓ ମିଲ୍କ ୫୦୦ ମିଲି ପ୍ରତି ୨୮ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଛି । ଯେଉଁ ବ୍ୟକ୍ତି ୧ ଲିଟିର କାଓ ମିଲ୍କ କିଣିବେ ତାଙ୍କୁ ୫୬ ଟଙ୍କା ଦେବାକୁ ପଡ଼ିବ ।

ସେହିପରି ଅମୁଲର ଏ୨ ବଫାଲୋ ମିଲ୍କର ୫୦୦ ମିଲିର ଦମ୍ ୩୫ ଟଙ୍କା ରଖିଛି କମ୍ପାନୀ । ଏହି କ୍ଷୀର ୧ ଲିଟର କିଣିଲେ ଗ୍ରାହକଙ୍କୁ ୭୦ ଟଙ୍କା ଦେବାକୁ ହେବ । ଅମୁଲର ଏ୨ ବଫାଲୋ ମିଲ୍କର ୬ଲିଟରର ଦାମ୍ ୪୨୦ ଟଙ୍କା ରହିଛି । ହେଲେ ଗୁଜରାଟରେ ଅମୁଲର ଦାମ୍ ବୃଦ୍ଧି ହେଆଇନାହିଁ । ଗୁଜରାଟ ବ୍ୟତିତ ଦେଶର ସମସ୍ତ ରାଜ୍ୟରେ ଏହି ଦର ଲାଗୁ ହୋଇଛି ।