Advertisment

ଏପ୍ରିଲ୍ ୧ରୁ ମହଙ୍ଗା ହେବ ଓମଫେଡ୍ କ୍ଷୀର, ବଢିବ ଚା’ ସାଙ୍ଗକୁ ଦୁଗ୍ଧଜାତ ଦ୍ରବ୍ୟର ଦାମ୍

ମହଙ୍ଗା ମାଡ଼ରେ ଆକ୍ତାମାକ୍ତା ଖାଉଟି ଉପରେ ଏବେ ପଡ଼ିବ କ୍ଷୀର ଦରବୃଦ୍ଧି ଚଡ଼କ। କାରଣ ପ୍ରତି ଘରେ ସକାଳୁ ନିଇତି ଖୋଜା ପଡ଼ୁଥିବା କ୍ଷୀର ଦାମ୍ ଲିଟର ପିଛା ୪ ଟଙ୍କା ବଢ଼ାଇବାକୁ ନିଷ୍ପତ୍ତି ନେଇଛି ଓମଫେଡ୍।

author-image
Chandan Shishu
ଅଦ୍ୟତନ ହୋଇଛି
OMFED Milk Price Hike

omfed Price Hike

ମହଙ୍ଗା ହେବ ଓମ୍ଫେଡ୍ କ୍ଷୀର । ଲିଟର ପିଛା ବଢ଼ିବ ୪ ଟଙ୍କା। ଅଧା ଲିଟରିଆ ଓମ୍ଫେଡ୍ କ୍ଷୀର ପ୍ୟାକେଟ୍ ପିଛା ଗ୍ରାହକ ଗଣିବେ ଅଧିକ ୨ ଟଙ୍କା। ଓମ୍ଫେଡ୍ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏପ୍ରିଲ ପହିଲାରୁ ଅଧ ଲିଟର ପ୍ୟାକେଟ୍ ବିଶିଷ୍ଟ ଟୋନ୍ଡ ମିଲ୍କ ଦର ୨୧ ଟଙ୍କାରୁ ବଢ଼ି ୨୩ ଟଙ୍କା ହେବ। ପ୍ରିମିୟମ ଓ ଗୋଲ୍ଡ କ୍ଷୀର ପ୍ୟାକେଟ୍ ୨୪ ଟଙ୍କାରୁ ୨୬ ଟଙ୍କାକୁ ବଢ଼ିବାକୁ ଥିବା ବେଳେ ଚା’ ସ୍ପେଶାଲ୍ ପ୍ୟାକେଟ୍ ମୂଲ୍ୟ ୨୩ ଟଙ୍କାରୁ ୨୫ ଟଙ୍କାକୁ ବଢ଼ିଯିବ।

Advertisment

ଏପଟେ କ୍ଷୀର ଦର ବଢ଼ିଲେ ଏହାର ତତ୍କାଳ ପ୍ରଭାବ ପଡ଼ିବ ଚା’ କପ୍‌ରେ। କ୍ଷୀର ଦାମ୍ ବଢ଼ିବା ମାତ୍ରେ ଚା’ ଦାମ୍ କପ୍ ପିଛା ଟଙ୍କାଏରୁ ୨ ଟଙ୍କା ବଢ଼ିଯିବ ବୋଲି  କହିଲେଣି ଚା’ ଦୋକାନୀ। କେବଳ ଚା’ ନୁହେଁ ଦହି, ପନୀର, ଛେନା, ଘିଅ, ସମେତ ସମସ୍ତ ପ୍ରକାର ଦୁଗ୍ଧଜାତ ଉତ୍ପାଦ ମୂଲ୍ୟ ବଢ଼ିବା ବି ନିଶ୍ଚିତ । ଏପରିକି ଲସି ଓ ମିଠା ଦାମ୍ ବି ବଢ଼ିଯିବ ବୋଲି କହିଲେଣି ଦୋକାନୀ। କ୍ଷୀର ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଲିଟର ପିଛା ଏକାଥରକେ ୪ ଟଙ୍କା ବୃଦ୍ଧିକୁ ନାପସନ୍ଦ କରିଛନ୍ତି ଖାଉଟି। 

ଏପଟେ ଦୁଗ୍ଧ ଚାଷୀ କହିଛନ୍ତି, ଗାଈର ଦାନା ପିଡ଼ିଆଠୁ ଆରମ୍ଭ କରି ଔଷଧ ଯାଏଁ ସବୁକିଛିର ଦରଦାମ୍ ବଢ଼ିଯାଇଛି। ଏମିତିକି ଘରୋଇ କମ୍ପାନି ତୁଳନାରେ କ୍ଷୀର ଲାଗି ଚାଷୀଙ୍କୁ ଢେର୍ କମ୍ ପଇସା ଦେଉଥିଲା ଓମ୍ଫେଡ୍। ଏଣୁ କ୍ଷୀର ଦାମ୍ ବଢ଼ାଇବାକୁ ସେମାନେ ଦୀର୍ଘ ଦିନ ଦେଲା ଦାବି କରିଆସୁଥିଲେ। ଅନ୍ୟପଟେ ଓମଫେଡ୍ କର୍ତ୍ତୃପକ୍ଷ କହିଛନ୍ତି, କେବଳ ଚାଷୀ ନୁହେଁ, ଓମ୍ଫେଡ୍ ଲାଗି ପରିବହନ ଖର୍ଚ୍ଚ ଓ ପ୍ୟାକେଜିଂ ଖର୍ଚ୍ଚ ବି ଢେର୍ ବଢ଼ିଯାଇଛି। ତେଣୁ କ୍ଷୀର ଦାମ୍ ବଢ଼ାଇବାକୁ ବାଧ୍ୟ ହୋଇଛି ଓମ୍ଫେଡ୍ ।  ତେବେ ଲିଟର ପିଛା ବଢ଼ିଥିବା ୪ ଟଙ୍କାରୁ ୩ ଟଙ୍କା ଚାଷୀ ଖାତାକୁ ଯିବ। 

Advertisment

ଲମତାପୁଟରୁ ଜଗତ୍ ଜୀବନ କଚିମ, ସାଲେପୁରରୁ ମନୋଜ ଆଚାର୍ଯ୍ୟ, କେନ୍ଦ୍ରାପଡ଼ାରୁ ମନୋଜ ମୁନିଙ୍କ ସହ ଭୁବନେଶ୍ବରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ

Omfed Milk Milk Price Hike
Advertisment
Advertisment