Advertisment

Milk Price Hike: ବଢିଲା ଓମଫେଡ୍ କ୍ଷୀର ଦର, ପ୍ରିମିୟମ-ଟୋନ୍‌ଡ-ଗୋଲ୍‌ଡ ରେଟ୍ କେତେ ? ଜାଣନ୍ତୁ...

ବଢିଲା ଓମଫେଡ଼୍ କ୍ଷୀର ଦର । ଆଜିଠୁ ଲାଗୁ ହେଲା ନୂଆ ଦର । ବର୍ଦ୍ଧିତ ଦରରେ ଓମଫେଡ୍ କ୍ଷୀର କିଣୁଛନ୍ତି ଗ୍ରାହକ । ପ୍ରିମିୟମ-ଟୋନ୍‌ଡ-ଗୋଲ୍‌ଡ ଦର ଭିନ୍ନ ଭିନ୍ନ ରହିଛି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
OMFED Price Hike

OMFED Price Hike

ବଢିଲା ଓମଫେଡ୍ କ୍ଷୀର ରେଟ୍ । ଓମଫେଡ୍ ପ୍ରିମିୟମ ଓ ଟୋନ୍‌ଡ କ୍ଷୀର ଦର ବୃଦ୍ଧି ହୋଇଛି । ବର୍ଦ୍ଧିତ ଦରରେ ଆଜି ଓମଫେଡ୍ କ୍ଷୀର ବଜାରକୁ ଆସିଛି । ପ୍ରିମିୟମ୍ ଓ ଟୋନ୍ଡ କ୍ଷୀର ଲିଟର ପିଛା ୨ ଟଙ୍କା ବଢିଛି । ସେହିପରି ଗୋଲ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇଛି । ୩ ବର୍ଷ ପରେ ମହଙ୍ଗା ହେଲା ଓମଫେଡ୍ କ୍ଷୀର । ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯାଉଥିବାବେଳେ ଖାଉଟିଙ୍କ ପାଇଁ ଓମଫେଡ୍ ଲିଟର ପିଛା ୨ ଟଙ୍କା ମହଙ୍ଗା ହୋଇଛି । କ୍ଷୀର ଦର ବୃଦ୍ଧି ନେଇ ଓମଫେଡ୍ ପକ୍ଷରୁ ସୂଚନା ଦିଆଯାଇଛି । ଆଜିଠୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି । ନୂଆ ରେଟ୍‌ରେ ଓମଫେଡ୍ କ୍ଷୀର କିଣୁଛନ୍ତି ଗ୍ରାହକ । 

Advertisment

ଗତ ୧ ତାରିଖ ବିଶ୍ବଦୁଗ୍ଧ ଦିବସ ଅବସରରେ ଓମଫେଡ୍ ଦୁଗ୍ଧଚାଷୀଙ୍କୁ ଲିଟର ପିଛା ଅଧିକ 3 ଟଙ୍କା ଦେବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହ ଖାଉଟିଙ୍କ ପାଇଁ ଲିଟର ପିଛା ଦୁଇ ଟଙ୍କା ବଢ଼ିବା ନେଇ ଘୋଷଣା ହୋଇଥିଲା । ଜୁନ୍ 13 ତାରିଖରୁ ଏହି ନୂଆ ଦର ଲାଗୁ ହେବ ବୋଲି କୁହାଯାଇଥିବାବେଳେ ସପ୍ତାହକ ବିଳମ୍ବରେ ଅର୍ଥାତ୍ ଆଜି(୨୧ ତାରିଖ) ଠାରୁ ନୂଆ ଦରର ପ୍ୟାକେଟ୍ ବଜାରରେ ଉପଲବ୍ଧ ହୋଇଛି । 

ଅଧିକ ପଢନ୍ତୁ: ଚାଷୀଙ୍କୁ ଫାଇଦା, ଖାଉଟିଙ୍କୁ ବୋଝ : ୩ ବର୍ଷ ପରେ ମହଙ୍ଗା ଓମଫେଡ୍ କ୍ଷୀର

Advertisment
Omfed Milk Price Hike
Advertisment
Related Articles
Advertisment