Advertisment

ମାନସ ସ୍ୱାଇଁ ହତ୍ୟା ମାମଲା; ରିମାଣ୍ଡରେ ଗଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା

ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ତଦନ୍ତକାରୀ ସଂସ୍ଥା ।

author-image
Otv Khabar Bureau
ଅଦ୍ୟତନ ହୋଇଛି
undefined

Sharmistha Rout

ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ତଦନ୍ତକାରୀ ସଂସ୍ଥା । ଏହାସହ ସହଯୋଗୀ ଝୁନା, ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଂଜନ ସେଠୀ ଏବଂ ରାଜ୍ କମ୍ୟୁନିକେସନ୍‌ର ମାଲିକ ରଂଜନ ନାୟକଙ୍କୁ ବି ରିମାଣ୍ଡରେ ନିଆଯାଇଛି । ଭଦ୍ରକ ଜେଲ୍‌ରୁ ଏହି ୪ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ମଧ୍ୟରେ କଟକ ଅଣାଯାଉଛି । କଟକ କ୍ରାଇମବ୍ରାଞ୍ଚ ଅଫିସ୍‌ରେ ଏମାନଙ୍କୁ ପଚରାଉଚରା କରାଯିବ।

Advertisment

ସୂଚନାଯୋଗ୍ୟ ଏହି ମାମଲାରେ କ୍ରାଇମବ୍ରାଞ୍ଚ ୮ ଜଣଙ୍କୁ ଗିରଫ କରି ସାରିଥିବା ବେଳେ ଅପରାଧର ଉଦ୍ଦେଶ୍ୟ ଏଯାଏଁ ସାମ୍ନାକୁ ଆସିନି । ହତ୍ୟା ପଛରେ ଯେଉଁ ମେମୋରି ଚିପ୍ କଥା କୁହାଯାଉଥିଲା, ତାପଛର ରହସ୍ୟ କଣ ? ମେମୋରୀ ଚିପ୍ରେ ଏମିତି କଣ ଥିଲା ଯେ, ମାନସଙ୍କୁ ଅପହରଣ ସହ ହତ୍ୟା ପର୍ଯ୍ୟନ୍ତ କଥା ଗଲା? କେଉଁଠି ଅଛି ସେହି ମେମୋରି ଚିପ୍? ଦୟାଲ୍ ଆଶ୍ରମରୁ କେୟାରଟେକର ପାଇଥିବା ମାନସଙ୍କ ମୃତ୍ୟୁ ପୂର୍ବର ଚିଠି ଏବେ କେଉଁଠି? କାହା ଛତ୍ରଛାୟାରେ ରହି ଶର୍ମିଷ୍ଠା ଚଳାଇଥିଲେ ନିଜର ସାମ୍ରାଜ୍ୟ? ଏଭଳି ଏକାଧିକ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିବ କ୍ରାଇମବ୍ରାଞ୍ଚ ।

ପ୍ରାୟ ଦେଢ଼ ମାସର ଲୁଚକାଳି ପରେ ଗତକାଲି ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନାଙ୍କୁ ଗିରଫ କରିଛି । କ୍ରାଇମବ୍ରାଞ୍ଚ କୋଲକାତାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ବସରୁ ଭଦ୍ରକର ନଳଙ୍ଗାଠାରେ ଉଭୟଙ୍କୁ ଧରିଥିଲା ଚାନ୍ଦବାଲି ପୋଲିସ୍ ଓ କ୍ରାଇମବ୍ରାଞ୍ଚ ଟିମ୍ ।

Advertisment
Cameraman Murder Case Manas Swain Murder Case
Advertisment
Advertisment