ସିବିଆଇ ତଦନ୍ତ ହେଲେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇଯିବ।
ଏଭଳି କେସ୍କୁ କ୍ଲୋଜ୍ କରିବାରେ ସଫଳ ହେଉଛି ଏ ସରକାର।
ମମିତା ମେହେର ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା
ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଛି। ଏହାସହ କଲେଜର ଜଣେ ଅଧ୍ୟାପକ ମଧ୍ୟ ଗିରଫ ହୋଇଛନ୍ତି।
ଅଭିଯୁକ୍ତ ସର୍ବସାଧାରଣରେ ବୁଲିବା ଅର୍ଥ ତାଙ୍କ ସମର୍ଥକ ସାହସ ପାଇବେ। ଆଉ ସାକ୍ଷୀ ଦୁର୍ବଳ ହେବାର ଆଶଙ୍କା ରହିଛି।
ମମିତା ମେହେର ହତ୍ୟା ମାମଲାରେ କେବଳ ଗୋବିନ୍ଦ ଓ ରାଧେଙ୍କ ସମ୍ପୃକ୍ତି ଥିଲା। ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତ ନଥିବା ତଦନ୍ତରୁ ଜଣାପଡ଼ିଛି।
କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେ ଚଣ୍ଡୀ l
ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ସିନ୍ଧେକେଲା ପୋଲିସ ବଙ୍ଗମୁଣ୍ଡା JMFC କୋର୍ଟରେ ଚାର୍ଜସିଟର କମିଟମେଣ୍ଟ କରାଯାଇଛି । ଆଗକୁ ଏହି ମାମଲାର ADJ କଣ୍ଟାବାଂଜିରେ ଶୁଣାଣି ହେବ ।
ରାୟପୁର ଏୟାରପୋର୍ଟରେ ଦିବ୍ୟଶଙ୍କର ମିଶ୍ର ଥିବା ଏକ ଭିଡିଓ ଜାରି କରିଛି କଂଗ୍ରେସ ।
ଭୁବନେଶ୍ୱର ଶିଶୁ ଭବନ ଛକରେ ବିଜେପି କର୍ମୀ-ପୋଲିସ୍ ଧସ୍ତାଧସ୍ତି ହୋଇଛନ୍ତି। ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ପୋଲିସ୍ ବିଜେପି କର୍ମୀଙ୍କୁ ଅଟକାଇ ଥିଲା। ଏହି ସମୟରେ ପୋଲିସ୍ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା।
ଭାଇ ତୁମ ମୁଣ୍ଡ ଠିକ୍ ଅଛି ଟି? ଏ କଣ ମମିତା ମେହେରଙ୍କୁ ବିଜେଡି ବାଲା ମାରିଛନ୍ତି ବୋଲି କହୁଛନ୍ତି...ପୁଣି ଏତେ ଗ୍ୟାରେଣ୍ଟିର ସହ?
ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜାମିନ ଆବେଦନର ଆଜି ହେବ ଶୁଣାଣି । କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ମାମଲାର ଶୁଣାଣି ହେବ ।
ଆଜିଠାରୁ ପୁଣି ଆରମ୍ଭ ହେଉଛି ବିଧାନସଭା । ମମିତା ମେହର ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧି । ବିଧାନସଭା ୪ ଦିନ ଚାଲିଥିବାବେଳେ ଗୋଟିଏ ଦିନ ବି ଠିକ୍ରେ ଚାଲିପାରିନଥିଲା ଗୃହ । ପ୍ରଥମ ଦିନ ପ୍ରବେଶ ପଥରେ ତାଲା ମାରିଥିଲେ । ଦ୍ୱିତୀୟ ଦିନ ବ୍ୟାନର ଓ ପୋଷ୍ଟର ଦେଖାଇଲେ, ତୃତୀୟ ଦିନ ଗୋବର ଓ ଗଙ୍ଗାପାଣି ଛିଞ୍ଚିଥିଲେ ବିରୋଧି ।
କିଛି ଦିନ ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମମିତାଙ୍କ ବାପା ଓ ଭାଇ । ଶୀଘ୍ର ତଦନ୍ତ ସାରି ଫାଷ୍ଟଟ୍ରାକ କୋର୍ଟରେ ବିଚାର ପାଇଁ ଆବେଦନ କରିଥିଲେ ମମିତାଙ୍କ ପରିବାର ଲୋକ ।
ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକମାନେ କଳା ଗାମୁଛା ସହ ହାତରେ ପ୍ଲାକାର୍ଡ ଓ ବ୍ୟାନର୍ ଧରି ପ୍ରତିବାଦ କରିଥିଲେ । କଂଗ୍ରେସ ବିଧାୟକମାନେ ବି ଗୃହ ଭିତରେ ପୋଷ୍ଟର ଓ ବ୍ୟାନର୍ ଦେଖାଇ ହୋହଲ୍ଲା କରିଥିଲେ ।
ମମିତା ମେହେର ହତ୍ୟା ମାମଲାରେ ଆନ୍ଦୋଳନକୁ ଜୋରଦାର କରିବ ବିଜେପି । ଆସନ୍ତା ୯ ତାରିଖରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ନିଷ୍ପତ୍ତି ନିଆଯାଇଛି
ମମିତା ମାମଲାରେ ଦିବ୍ୟ ଶଙ୍କରଙ୍କୁ ଗୃହରେ ପୂରାଇ ନଦେବାକୁ ଦୁଆର ଜଗିଲା କଂଗ୍ରେସ୍ I କଳା ଗାମୁଛା ଓ ବ୍ୟାନର ଦେଖାଇ ବିଜେପିର ହୋହଲ୍ଲା I ଆବାସ୍ ସ୍କିମରେ କେନ୍ଦ୍ର ଅବହେଳା ଅଭିଯୋଗ ଆଣି ବିଜେଡିର କାଉଣ୍ଟର I
ପରୀ ଠାରୁ ମମିତା ଯାଏଁ ସବୁ ଘଟଣାରେ ରାଜ୍ୟ ସରକାର ନିରବ ବୋଲି ସୁରେଶ ଅଭିଯୋଗ କରିଛନ୍ତି । ତା’ସହ ଓଡ଼ିଶା ସୀମା ବିବାଦ ପ୍ରସଙ୍ଗ ମଧ୍ୟ ସଂସଦରେ ଉଠାଇବ ଦଳ ।
ବିରୋଧୀ ଅଭିଯୋଗ କରିଥିଲେ ଯେ, ଚାପରେ ଆସି ସୁଚନ୍ଦ୍ର ବୟାନ ବଦଳାଉଛନ୍ତି । ହେଲେ ୧୬୪ରେ ବୟାନ୍ ରେକର୍ଡ କରାଗଲା ପରେ ସମସ୍ତଙ୍କ ମୁହଁ ବନ୍ଦ । ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ, ବାରମ୍ବାର ବୟାନ ବଦଳାଉଥିବା ସୁଚନ୍ଦ୍ର ପୋଲିସ ଆଗରେ କ’ଣ କହିଛନ୍ତି ? ତେବେ ତା ଠାରୁ ଆହୁରି ବଡ କଥା ହେଉଛି, ପୋଲିସ୍ ଆଜି ପର୍ଯ୍ୟନ୍ତ ଚୁପ୍ ଥିଲା କାହିଁକି ? ୧୬୪ରେ ବୟାନ୍ ରେକର୍ଡ ଆଗରୁ କାହିଁକି କରୁନଥିଲା ?
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ମନ୍ତ୍ରୀଙ୍କ ବହିଷ୍କାର ଦାବି ଜୋର ଧରିଛି। ସେପଟେ ଏହି ମାମଲାରେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ହାଇକୋର୍ଟରେ ଆବେଦନ ହୋଇଛି।
ବିଜେପି ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଆରମ୍ଭ ହୋଇଛି, ଦସ୍ତଖତ ଅଭିଯାନ । ଯାହାକୁ ଦେଖିବା ପରେ ଏବେ ସ୍ପଷ୍ଟ ହେଉଛି ଯେ, ମନ୍ତ୍ରୀଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରରେ ଲାଗିଛି ।
ହାଇକୋର୍ଟରେ ପହଞ୍ଚିଲା ମମିତା ମେହେର ମୃତ୍ୟୁ ମାମଲା.. ଝିଅକୁ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମମିତାଙ୍କ ପରିବାର
ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଦେଇ ସେ ପୂର୍ବ ଭଳି କେବଳ ନିଜ ପକ୍ଷ ରଖିଛନ୍ତି । ସେ କହିଛନ୍ତି ହତ୍ୟା ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନାହିଁ । କାରଣ ସେ ଭାରତୀୟ ବାୟୁସେନାର ଜଣେ ପାଇଲଟ୍, ଦେଶ ପାଇଁ ଲଢ଼ିଛନ୍ତି ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ପୁଣି ଥରେ ନିଜ ଉପରକୁ ଆସିଥିବା ସମସ୍ତ ଅଭିଯୋଗକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଖଣ୍ଡନ କରିଛନ୍ତି।
ମହାଲିଙ୍ଗ ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁଙ୍କ ପ୍ରେମ କାହାଣୀ ଜାଣିଥିଲେ ସନ୍ସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର । ସେଥିପାଇଁ ତାଙ୍କୁ ଅନେକ ସମୟରେ ଧମକଚମକ ଦେଉଥିବା ଅଭିଯୋଗ ହୋଇଥିଲା ।