Advertisment

ଜେଲ୍‌ରୁ ହସ୍ପିଟାଲ୍ ଯିବା ବେଳକୁ ବଞ୍ଚିଥିଲା ଗୋବିନ୍ଦ !

ଗୋବିନ୍ଦ ମୃତ୍ୟୁ ମାମଲାରେ ଆଉ ଏକ ବଡ଼ ସୂଚନା ମିଳିଛି। ଜେଲ୍‌ରୁ ହସ୍ପିଟାଲ୍ ଯିବା ବେଳକୁ ବଞ୍ଚିଥିଲା ଗୋବିନ୍ଦ। ଓଟିଭିକୁ ଗୋବିନ୍ଦର ଓକିଲ ଦୁର୍ଗାମୋହନ ପାଢ଼ୀ ଏହି ସୂଚନା ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Gobinda Sahu Death Case

Mystery shrouds Gobinda Sahu's death, suspense over towel and rope

ରଶି ନା ଗାମୁଛା ? ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲ୍‌ରେ କେମିତି କରିଛି ଆତ୍ମହତ୍ୟା ? ଏନେଇ କ୍ରାଇମ୍‌ବ୍ରାଞ୍ଚ ଘଟଣାର ଖୋଳତାଡ଼ କରୁଥିଲା ବେଳେ ଜେଲ୍ ଭିତରେ ଥିବା ରୋଷେଇ ଘର ପଛ ପାଖ ଝରକାରେ ଦୁଇଟି ଗାମୁଛା ଯୋଡ଼ି, ମାଂସ କଟା କାଠ ଗଣ୍ଡିରେ ଛିଡ଼ା ହୋଇ ଗୋବିନ୍ଦ ଆତ୍ମହତ୍ୟା କରିଥିବାର ଫଟୋ ପୂର୍ବରୁ ସାମ୍ନାକୁ ଆସିଛି।

Advertisment

କ୍ରାଇମ୍‌ବ୍ରାଞ୍ଚ ଗୋବିନ୍ଦ ଆତ୍ମହତ୍ୟାର ସିନ୍ ରିକ୍ରିଏସନ୍ ମଧ୍ୟ କରିସାରିଛି। କିନ୍ତୁ ଏବେ ଗୋବିନ୍ଦର ମୃତଦେହ ପଞ୍ଚନାମା ସମୟର ଯେଉଁ ଫଟୋଚିତ୍ର ସାମ୍ନାକୁ ଆସିଛି, ତାହା କିଛି ଭିନ୍ନ କଥା ଦର୍ଶାଉଛି। ଏହି ଫଟୋ ଚିତ୍ରରୁ ଗୋବିନ୍ଦ ବେକରେ ଏକ ଗାଢ଼ ସରୁ ଦାଗ ଥିବା ଜଣାପଡ଼ିଛି। ଯାହା କି କେବଳ ରଶି ଦ୍ୱାରା ହିଁ ସମ୍ଭବ ବୋଲି କୁହାଯାଉଛି। ତେଣୁ ଏଭଳି ସ୍ଥିତିରେ ଗୋବିନ୍ଦ ଗାମୁଛାରେ ଆତ୍ମହତ୍ୟା କରିଥିବାର ଥିଓରିକୁ ନେଇ ସନ୍ଦେହ ଉପୁଜିଛି।

ଏସବୁ ଭିତରେ ଗୋବିନ୍ଦ ମୃତ୍ୟୁ ମାମଲାରେ ଆଉ ଏକ ବଡ଼ ସୂଚନା ମିଳିଛି। ଜେଲ୍‌ରୁ ହସ୍ପିଟାଲ୍ ଯିବା ବେଳକୁ ବଞ୍ଚିଥିଲା ଗୋବିନ୍ଦ। ଓଟିଭିକୁ ଗୋବିନ୍ଦର ଓକିଲ ଦୁର୍ଗାମୋହନ ପାଢ଼ୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଘଟଣା ଦିନ ଆମେ କୋର୍ଟରେ ଥିବା ସମୟରେ ଗୋବିନ୍ଦ ସାହୁର ମିସ୍ ହାପ୍ ସମ୍ପର୍କରେ ଖବର ପାଇ ତୁରନ୍ତ ଜେଲ୍‌କୁ ଆସିଥିଲୁ। ଜେଲ୍‌ରେ ପହଞ୍ଚିବା ବେଳେ ତାଙ୍କୁ ହସ୍ପିଟାଲ୍ ନିଆଯିବାର ବ୍ୟବସ୍ଥା ହେଉଥିଲା ଏବଂ ସେତେବେଳକୁ ତାଙ୍କର ନିଶ୍ୱାସ-ପ୍ରଶ୍ୱାସ ଚାଲିଥିଲା। ତେବେ ଯେଉଁ ପରିବେଶ ଓ ପରିସ୍ଥିତିରେ ଏହି ଘଟଣା ଘଟିଛି, ତାହା ଆତ୍ମହତ୍ୟା ବୋଲି ଆଦୌ ବିଶ୍ୱାସ ହେଉ ନାହିଁ ବୋଲି ଗୋବିନ୍ଦର ଓକିଲ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ଝିଅକୁ ଚିଠି ଲେଖିଥିଲେ ଗୋବିନ୍ଦ : କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅଛି କି ?

ଅନ୍ୟପକ୍ଷେ, କଳାହାଣ୍ଡି ମହାଲିଙ୍ଗ କଲେଜରେ ପହଞ୍ଚିଛି କ୍ରାଇମ୍‌ବ୍ରାଞ୍ଚ। ଗୋବିନ୍ଦ ସାହୁ ମୃତ୍ୟୁର ତଦନ୍ତ ପାଇଁ ମହାଲିଙ୍ଗ ଆଞ୍ଚଳିକ କଲେଜରେ କ୍ରାଇମବ୍ରାଞ୍ଚର ଟିମ୍ ପହଞ୍ଚିଛି। ଏବେ ବି ଗୋବିନ୍ଦର ମୃତ୍ୟୁକୁ ନେଇ ସସ୍‌ପେନ୍ସ ଲାଗି ରହିଛି। ପରିବାର ଲୋକେ ଆତ୍ମହତ୍ୟା ଥିଓରିକୁ ଗ୍ରହଣ କରିପାରୁ ନାହାନ୍ତି। ତାକୁ ହତ୍ୟା କରାଯାଇଥାଇପାରେ ବୋଲି ପରିବାର ଲୋକ ସନ୍ଦେହ କରୁଛନ୍ତି।  ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଇଛି। ଏହି କ୍ରମରେ ବିଭିନ୍ନ ପ୍ରଶ୍ନର ଉତ୍ତର ପାଇଁ ମହାଲିଙ୍ଗ କଲେଜରେ କ୍ରାଇମ୍‌ବ୍ରାଞ୍ଚ ପହଞ୍ଚିଛି।  

Govinda Sahu Mamita Meher Murder Case
Advertisment
Advertisment