Advertisment

ମମିତା ମେହେର ହତ୍ୟାକାଣ୍ଡ: ପୁଣି ଉଠିଲା CBI ତଦନ୍ତ ଦାବି

ମମିତା ମେହେର ହତ୍ୟାର ପୁଣି CBI ତଦନ୍ତ ଦାବି। ମମିତାଙ୍କ ପରିବାର ଲୋକ ସିବିଆଇ ତଦନ୍ତ ଦାବି ଦୋହରାଇଛନ୍ତି।

author-image
Santosh Kumar Sahoo
Mamita Meher Murder Case

Mamita Meher Murder Case

ପୁଣି ଚର୍ଚ୍ଚାରେ ମମିତା ମେହେର ହତ୍ୟାକାଣ୍ଡ । ୨୦୨୧ ମସିହାରେ ରାଜ୍ୟ ରାଜନୀତିକୁ ଦୋହଳାଇ ଦେଇଥିବା ଶିକ୍ଷୟତ୍ରୀ ମମିତା ବେହେରଙ୍କ ହତ୍ୟାକାଣ୍ଡକୁ ନେଇ, ପୁଣି ଚର୍ଚ୍ଚା । ମମିତା ମେହେର ହତ୍ୟାର ପୁଣି CBI ତଦନ୍ତ ଦାବି। ମମିତାଙ୍କ ପରିବାର ଲୋକ ସିବିଆଇ ତଦନ୍ତ ଦାବି ଦୋହରାଇଛନ୍ତି। ତାଙ୍କ ପରିବାରକୁ କଣ୍ଟାବାଞ୍ଜି ଝରନୀ ସ୍ଥିତ ଘରେ ଭେଟିଛନ୍ତି କଣ୍ଟାବାଞ୍ଜି ବିଧାୟକ ବିଧାୟକ ଲକ୍ଷ୍ମଣ ବାଗ୍। ଏତିକିବେଳେ ମମିତାଙ୍କ ବାପା ଅଭିଯୋଗ କରିଛନ୍ତି, ସେମାନଙ୍କୁ ଏଯାଏ ନ୍ୟାୟ ମିଳିନି । ଅଭିଯୁକ୍ତ ଗୋବିନ୍ଦ ସାହୁର ଜେଲରେ ମୃତ୍ୟୁ ପରେ ତଦନ୍ତ ଆଗଉନି। CBI ତଦନ୍ତ ଦାବିରେ ନେହୁରା ହୋଇ ନିରାଶ ହୋଇଥିବା କହିଥିଲେ। ବିଧାୟକ ଲକ୍ଷ୍ଣଣ ବାଗ କହିଛନ୍ତି, ଓଡ଼ିଶା ସରକାରଙ୍କୁ CBI ତଦନ୍ତ ପ୍ରସ୍ତାବ ଦେବେ । ମମିତାଙ୍କୁ ନ୍ୟାୟ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ତାଙ୍କ ପରିବାରକୁ କଥା ଦେଇଛନ୍ତି ଲକ୍ଷ୍ମଣ ବାଗ ।

Advertisment

ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଳା ମହାଲିଙ୍ଗ ଠାରେ ସନସାଇନ ଘରୋଇ ସ୍କୁଲରେ ଶିକ୍ଷୟତ୍ରୀ ଥିଲେ ମମିତା ମେହେର । ୨୦୨୧ ମସିହା ଅକ୍ବୋବର ୮ ତାରିଖ, ନିଖୋଜ ହୋଇଯାଇଥିଲେ ମମିତା । ନିଖୋଜ ନେଇ ଅକ୍ବୋବର ୧୩ ତାରିଖରେ ସିନ୍ଧେକେଲା ଥାନାରେ ଅଭିଯୋଗ ଦାଖଲ ହୋଇଥିଲା । ଅକ୍ଟୋବର ୧୫ ତାରିଖରେ ଅଭିଯୋଗ ଆଧାରରେ ସଂପୃକ୍ତ ଘରୋଇ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଗିରଫ କରିଥିଲା ପୋଲିସ୍‌ ।

ଗିରଫ ପରେ ଅକ୍ଟୋବର ୧୭ ତାରିଖ ଟିଟିଲାଗଡ ପୋଲିସ ବ୍ୟାରେକରୁ ଫେରାର ମାରିଥିଲା ଗୋବିନ୍ଦ । ଅକ୍ଟୋବର ୧୯ ତାରିଖ, ମହାଲିଙ୍ଗ ଷ୍ଟାଡିୟମ ଭିତରୁ ମମିତାର ଅର୍ଦ୍ଧଦଗ୍ଧ ଶବ ଜବତ ହୋଇଥିଲା । ସେହିଦିନ ସଂନ୍ଧ୍ୟାରେ ଆଖୁବାଡିରୁ ଗିରଫ ହୋଇଥିଲା ଗୋବିନ୍ଦ । ପରେ ପରେ ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା ପୋଲିସ ।

Advertisment

ଘଟଣାର ଚାରିମାସ ପରେ, ଫେବୃୟାରୀ ୧୨ ତାରିଖ, ୨୦୨୩ରେ ଦୁଇ ହଜାର ପୃଷ୍ଟାର ଚାର୍ଜସିଟ ଦାଖଲ କରିଥିଲା ବଲାଙ୍ଗିର ପୋଲିସ । କିନ୍ତୁ ଗିରଫ ହେବାର ବର୍ଷକ ପରେ, କଣ୍ଟାବାଂଜି ଉପ-କାରଗାରରେ ଗୋବିନ୍ଦର ସନ୍ଦେହ ଜନକ ମୃତ୍ୟୁ । ବାସ୍, ତାପରେ ଠପ ହୋଇଯାଇଥିଲା ତଦନ୍ତ । କିନ୍ତୁ ଘଟଣାକୁ ରାଜ୍ୟ ସାରା ଆନ୍ଦୋଳନ କରିଥିଲା ବିଜେପି । ବାରବାର ସି.ବି.ଆଇ ତଦନ୍ତ ଦାବି କରୁଥିଲା ସେତେବେଳର ବିରୋଧି ଦଳ ବିଜେପି । ଏବେ ସରକାର ବଦଳିଛି । ତେଣୁ ପୁଣିଥରେ ଟ୍ରାକକୁ ଫେରିଛି ମମିତା ତାତି । କଣ୍ଟାବାଂଜିର ନୂଆ ବିଧାୟକ ଲକ୍ଷ୍ମଣ ବାଗ କହିଛନ୍ତି, ମମିତାର ଆତ୍ମାକୁ ନ୍ୟାୟ ଦେବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ସି.ବି.ଆଇ ତଦନ୍ତ ଦାବି କରିବେ ।

CBI Inquiry Mamita Meher Murder Case
Advertisment
Advertisment