• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜେଲ୍ ଭିତରେ ମୃତ୍ୟୁ ପୂର୍ବରୁ ଝିଅକୁ ଚିଠି ଲେଖିଥିଲେ ଗୋବିନ୍ଦ ସାହୁ । ମୃତଦେହରୁ ମିଳିଥିବା ଏନଭଲପରେ ଥିବା ଲେଖା ଝିଅ ଉଦ୍ଦେଶ୍ୟରେ ଥିବା ସୂଚନା ମିଳିଛି । ଗୋବିନ୍ଦଙ୍କ ଜ୍ୟାକେଟର ଭିତର ପଟ ପକେଟରୁ ଏକ ମାଟିଆ ରଂଗର ଏନଭଲପ୍ ମିଳିଥିଲା । ଏନଭଲପ୍ ଭିତରେ ୨ଟି ପୃଷ୍ଠା ସମ୍ବଳିତ ଚିଠି ଥିବା କୁହାଯାଉଥିଲା । ଏନଭଲପ୍ ଉପରେ ଲିପିକା ସାହୁ ମାର୍ଫତ ସୁଷମା ସାହୁ ଲେଖାଯାଇଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଗୋବିନ୍ଦଙ୍କ ବଡ଼ ଝିଅ ଲିପିକାକୁ ଏହି ଚିଠି ମିଳିନାହିଁ ।

ତେବେ ଚିଠିରେ କ’ଣ ଲେଖା ହୋଇଛି ସେସମ୍ପର୍କରେ କିଛି ସ୍ପଷ୍ଟ ହୋଇନି । ଏଇଠି ପ୍ରଶ୍ନ ଉଠୁଛି ମୃତ୍ୟୁ ପୂର୍ବରୁ ହିଁ କାହିଁକି ଚିଠି ଲେଖିଥିଲେ ଗୋବିନ୍ଦ ? କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଛାଡ଼ି ଯାଇଛନ୍ତି କି ? ଏପରି ଅନେକ ପ୍ରଶ୍ନ ଉଠୁଥିବା ବେଳେ କଣ୍ଟାବାଞ୍ଜି ପୋଲିସ ଏନଭଲପ୍ ଜବତ ପରେ ସିଲ୍ କରି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି ।

ଅଧିକ ପଢ଼ନ୍ତୁ: ଗୋବିନ୍ଦ ମୃତ୍ୟୁକୁ ନେଇ ତେଜିଲା ରାଜନୀତି : ସିବିଆଇ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସେପଟେ କଣ୍ଟାବାଂଜି ଜେଲ୍ ଭିତରେ ଗୋବିନ୍ଦ ସାହୁ ମୃତ୍ୟୁ ମାମଲାର ଖୋଳତାଡ଼ କରୁଥିବା କ୍ରାଇମବ୍ରାଞ୍ଚ ୩ ଦିନ ପରେ ବି ତଦନ୍ତରୁ କଣ ତଥ୍ୟ ମିଳିଛି ଏଯାଏଁ ସ୍ପଷ୍ଟ କରିନାହିଁ । ଗତକାଲି କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଜେଲ୍ ଭିତରକୁ ଯାଇ ଘଟଣାର ତଦନ୍ତ କରିଥିଲେ । କେଉଁ ପରିସ୍ଥିତିରେ ଗୋବିନ୍ଦଙ୍କ ମୃତ୍ୟୁ ହେଲା ତାହାର କାରଣ ଖୋଜୁଛି ତଦନ୍ତକାରୀ ସଂସ୍ଥା ।

ଅନ୍ୟପଟେ ପରିବାର ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିବା ପରେ ଗୋବିନ୍ଦଙ୍କ ମୃତ୍ୟୁ ରହସ୍ୟ ଭିତରକୁ ଠେଲି ହୋଇଯାଇଛି । ଶିକ୍ଷୟତ୍ରୀ ମମିତା ମେହର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲା ଗୋବିନ୍ଦ ସାହୁ। ଏହି ମାମଲାକୁ ନେଇ ରାଜ୍ୟ ରାଜନୀତି ବି ଜୋର ଧରିଛି । ବିଜେପି ଘଟଣାର ସିବିଆଇ ତଦନ୍ତ ଦାବି କରିଥିବା ବେଳେ ଗତକାଲି କଂଗ୍ରେସ ରାଜ୍ୟପାଳଙ୍କୁ ଭେଟି ଘଟଣାର ସିବିଆଇ ତଦନ୍ତ କିମ୍ବା ହାଇକୋର୍ଟଙ୍କ ତତ୍ୱାବଧାନରେ SIT ତଦନ୍ତ କରିବାକୁ ଦାବି କରିଥିଲା ।