Advertisment

ଗୋବିନ୍ଦଙ୍କ ଆଇନଜୀବୀ ଦେଲେ ବିସ୍ଫୋରକ ବୟାନ: ଆତ୍ମହତ୍ୟା ପରେ ବି ବଞ୍ଚିଥିଲେ !!

ଘଟଣା ଦିନ କୋର୍ଟରେ ଥିବାବେଳେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ସଂପର୍କରେ ମୁଁ ଖବର ପାଇଥିଲି। ତୁରନ୍ତ ମୁଁ ଜେଲ୍‌ରେ ପହଞ୍ଚିଥିଲି। ସେତେବେଳେ ତାଙ୍କୁ ହସ୍ପିଟାଲ୍ ନେବା ପାଇଁ ବ୍ୟବସ୍ଥା ହେଉଥିଲା। ସେତେବେଳକୁ ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ଚାଲିଥିଲା। ତେବେ ଯେଉଁ ପରିବେଶ ଓ ପରିସ୍ଥିତିରେ ଏହି ଘଟଣା ଘଟିଛି, ତାହା ଆତ୍ମହତ୍ୟା ବୋଲି ଆଦୌ ବିଶ୍ୱାସ ହେଉ ନାହିଁ..

author-image
Sarbeswar
Gobinda

Gobinda

ଗୋବିନ୍ଦଙ୍କ ମୃତ୍ୟୁକୁ ନେଇ ବଢିବାରେ ଲାଗିଛି ସସ୍‌ପେନ୍ସ। କେମିତି ମଲେ, କୋଉଠି ମଲେ ଆଉ କେତେବେଳେ ମଲେ? ଏହାକୁ ନେଇ ବଢୁଛି ଚର୍ଚ୍ଚା। ଆତ୍ମହତ୍ୟା ପୂର୍ବରୁ ବଡ ଝିଅ ଲିପିକାଙ୍କୁ ଶେଷ ଚିଠିରେ କଣ ଲେଖିଥିଲେ ତାହା ଉପରୁ ପରଦା ହଟିନଥିବା ବେଳେ ଗୋବିନ୍ଦ ସାହୁଙ୍କ ଆଇନଜୀବୀ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଏବେ ଅଧିକ ଚର୍ଚ୍ଚା। ରୋକଠୋକ କହିଛନ୍ତି, ଖବର ପାଇବା ପରେ ମୁଁ ଯେତେବେଳେ ଗଲି ସେତେବେଳେ ଗୋବିନ୍ଦଙ୍କ ନିଶ୍ୱାସ ପ୍ରଶ୍ୱାସ ଚାଲୁଥିଲା...

Advertisment

କଣ୍ଟାବାଞ୍ଜି ଉପ-କାରାଗାରରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯିବା ବେଳେ ଗୋବିନ୍ଦ ସାହୁ ବଞ୍ଚିଥିଲେ। ଏମିତିକି ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ବି ଚାଲିଥିଲା। ସାମ୍ନାରେ କିଛି ଏମିତି କହିଛନ୍ତି ଦୁର୍ଗାମୋହନ...ଏହାସହ ସେ କହିଛନ୍ତି, ଘଟଣା ଦିନ କୋର୍ଟରେ ଥିବାବେଳେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ସଂପର୍କରେ ମୁଁ ଖବର ପାଇଥିଲି। ତୁରନ୍ତ ମୁଁ ଜେଲ୍‌ରେ ପହଞ୍ଚିଥିଲି। ସେତେବେଳେ ତାଙ୍କୁ ହସ୍ପିଟାଲ୍ ନେବା ପାଇଁ ବ୍ୟବସ୍ଥା ହେଉଥିଲା। ସେତେବେଳକୁ ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ଚାଲିଥିଲା। ତେବେ ଯେଉଁ ପରିବେଶ ଓ ପରିସ୍ଥିତିରେ ଏହି ଘଟଣା ଘଟିଛି, ତାହା ଆତ୍ମହତ୍ୟା ବୋଲି ଆଦୌ ବିଶ୍ୱାସ ହେଉ ନାହିଁ...

ତେବେ ଗତ ୨୦ ତାରିଖରେ ଗୋବିନ୍ଦ ସାହୁ ଜେଲ ଭିତରେ ହିଁ ଆତ୍ମହତ୍ୟା କରିଥିଲେ। ଜାମିନ୍ ଆବେଦନର ଶୁଣାଣି ପୂର୍ବରୁ ଜେଲରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ତାଙ୍କ ମୃତ୍ୟୁକୁ ନେଇ ଏବେ ବି ଜାରି ରହିଛି ସସପେନ୍ସ। ସେପଟେ, ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ମାମଲାକୁ ନେଇ ରାଜ୍ୟ ରାଜନୀତି ବି ଜୋର ଧରିଛି। ବିଜେପି ଘଟଣାର ସିବିଆଇ ତଦନ୍ତ ଦାବି କରିଥିବା ବେଳେ କଂଗ୍ରେସ ରାଜ୍ୟପାଳଙ୍କୁ ଭେଟି ଘଟଣାର ସିବିଆଇ କିମ୍ବା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟ୍‌ ତଦନ୍ତ କରିବାକୁ ଦାବି କରିଛି। ବର୍ତ୍ତମାନ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି।

Advertisment

ଗୋବିନ୍ଦ ସାହୁ ମୃତ୍ୟୁ ପୂର୍ବରୁ ତାଙ୍କ ବଡ଼ ଝିଅଙ୍କ ପାଖକୁ ଏକ ଚିଠି ଲେଖିଥିଲେ ବୋଲି କୁହାଯାଉଛି। ଏହି ଚିଠିଟି ତାଙ୍କ ଜ୍ୟାକେଟର ଭିତର ପକେଟରୁ ମିଳିଥିଲା। କଣ୍ଟାବାଞ୍ଜି ପୁଲିସ୍ ଏହାକୁ ସିଲ୍‌ କରି କ୍ରାଇମ୍‌ବ୍ରାଞ୍ଚକୁ ଦେଇଥିବା ଜଣାପଡ଼ିଛି। ଚିଠିଟି ଦୁଇ ପୃଷ୍ଠା ସମ୍ବଳିତ ହୋଇଥିବା ବେଳେ ଏହା ଏକ ମାଟିଆ ରଙ୍ଗର ଲଫାପା ଭିତରେ ଥିଲା। ଏହା ଉପରେ ଗୋବିନ୍ଦଙ୍କ ବଡ଼ ଝିଅ ଲିପିକାଙ୍କ ନାଁ ରହିଥିଲା। ମାର୍ଫତରେ ଗୋବିନ୍ଦ ତାଙ୍କ ପତ୍ନୀଙ୍କ ନାଁ ଲେଖିଥିଲେ ବୋଲି କୁହାଯାଉଛି। ତେବେ ଏହି ଚିଠି ଏଯାବତ ଲିପିକାଙ୍କ ହସ୍ତଗତ ହୋଇନାହିଁ। ଆଉ ଏତିକି ବେଳେ ତାଙ୍କ ଆଇନଜୀବୀ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଏବେ ଅଧିକ ଚର୍ଚ୍ଚ ହେଉଛି...

ବଲାଙ୍ଗୀରରୁ ମନରଂଜନ ଯୋଶୀଙ୍କ ରିପୋର୍ଟ, ଓଟିଭି

Bolangir Mamita Meher Murder Case Gobinda Sahu
Advertisment
Advertisment