Advertisment

କ୍ରାଇମବ୍ରାଞ୍ଚ ନିକଟରେ ଗୋବିନ୍ଦଙ୍କ ଝିଅର ଗୁହାରି : ‘ବାପାଙ୍କ ଚିଠି ଦିଅ, ମୁଁ ପଢ଼ିବି ’. . .ହେଲେ...

ମମିତା ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁ ମୃତ୍ୟୁ ରହସ୍ୟର ତଦନ୍ତ କୁଆଡ଼େ ? ବାରମ୍ବାର ମାଗିବା ସତ୍ତ୍ୱେ ଝିଅ ଲିପିକାକୁ କ୍ରାଇମବ୍ରାଞ୍ଚ ଦେଉନାହିଁ ଜବତ ଚିଠି...

author-image
Prangyan Parimita
ଅଦ୍ୟତନ ହୋଇଛି
Govinda Sahu Death Case

Govinda Sahu death case

ଚର୍ଚ୍ଚାରେ ଗୋବିନ୍ଦ ସାହୁଙ୍କ ଚିଠି। ବଲାଙ୍ଗିର  ମମିତା ମେହେର ହତ୍ୟା ମାମଲା ର ଅଭିଯୁକ୍ତ ଗୋବିନ୍ଦ ସାହୁ ମୃତ୍ୟୁ ପୂର୍ବରୁ କଣ୍ଟାବାଞ୍ଜି ଜେଲରେ ଥିବା ବେଳେ ନିଜ ଝିଅକୁ ସେ ଏହି ଚିଠି ଲେଖିଥିଲେ। ଆଉ ଜେଲ୍ ଭିତରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ହେବା ପରେ ଏହି ଚିଠି ସାମ୍ନାକୁ ଆସିଥିଲା। ବାପାଙ୍କ ଶେଷ ଲେଖା ପଢ଼ିବା ପାଇଁ କ୍ରାଇମବ୍ରାଞ୍ଚକୁ ବାରମ୍ବାର ଚିଠି ମାଗିଥିଲେ ଝିଅ ଲିପିକା। କିନ୍ତୁ ତଦନ୍ତ ବାହାନାରେ ଝିଅକୁ ଚିଠି ଦେଇନଥିଲା କ୍ରାଇମବ୍ରାଞ୍ଚ। ଏପରିକି ଏହି ଚିଠି ସଂପର୍କରେ କିଛି କହିବାକୁ ମଧ୍ୟ ମନା କରିଦେଇଥିଲା।

Advertisment

କେବଳ ଗୋବିନ୍ଦ ସାହୁଙ୍କ ଘରକୁ ଯାଇ ତାଙ୍କର ଓଡ଼ିଆ ହାତ ଲେଖା ମାଗିଥିଲା । ଆଉ ତାକୁ ଧରି ଘରକୁ ଫେରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଗୋବିନ୍ଦଙ୍କ ଘରକୁ କ୍ରାଇମବ୍ରାଞ୍ଚ ଯାଇଥିବା ବେଳେ ତାଙ୍କ ଝିଅ ଲିପିକାଙ୍କ ସହିତ ହୋଇଥିବା କଥାବାର୍ତ୍ତାର ଅଡିଓ ଏବେ ଓଟିଭି ହାତରେ ଲାଗିଛି । ଏଥିରେ ଗୋବିନ୍ଦଙ୍କ ଝିଅ କହୁଛନ୍ତି, ଯେହେତୁ ବାପାଙ୍କ ଚିଠି ମୋ ନାଁରେ ଆସିଛି-ସେ ଚିଠି ପାଇବାର ଅଧିକାର ମୋର ଅଛି । ସେ ଚିଠି ପ୍ରଥମେ ମୁଁ ପଢ଼ିବା ଦରକାର । ମୋ ସାମ୍ନାରେ ତାହା ଖୋଲା ହେବା କଥା ।

ହେଲେ କ୍ରାଇମବ୍ରାଞ୍ଚ ଅଧିକାରୀ କହୁଛନ୍ତି-ସେହି ଚିଠି ଖୋଲିବାର ଅଧିକାର ଆମର ନାହିଁ । ତାହା ସିଲ୍ ହୋଇ ରହିଛି, ସାଇଣ୍ଟିଫିକ୍ ଟିମ୍ ପାଖକୁ ଯିବ । ଯଦି କିଛି ପୁରୁଣା ଚିଠି ଅଛି ଦିଅନ୍ତୁ, ମ୍ୟାଚିଂ କରାଯିବ... ।

Advertisment

ସୂଚନାଯୋଗ୍ୟ ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଡିସେମ୍ବର ୨୦ ତାରିଖରେ ଆତ୍ମହତ୍ୟା କରିଥିଲା।  ଆତ୍ମହତ୍ୟା ଉଦ୍ୟମ ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ମେଡିକାଲରେ ଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ସେହି ଦିନ କୋର୍ଟରେ ହାଜର ହୋଇ ଥାଆନ୍ତେ ଗୋବିନ୍ଦ, ହେଲେ ତା’ ପୂର୍ବରୁ ସେ ନିଜର ଜୀବନ ନେଇଗଲେ  ।  

Govinda Sahu Mamita Meher Murder Case
Advertisment
Advertisment