• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mamita Meher Murder Case

Mamita Meher
ମମିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ହଲ୍ଲାବୋଲ; ନବୀନ ନିବାସ ଘେରାଉ, ଖୋର୍ଦ୍ଧାରେ ବିରାଟ ଶୋଭାଯାତ୍ରା

ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ । ଆଉ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଗଲା କିଛି ଦିନ ଧରି ଏ ଦାବି ନେଇ ବିରୋଧୀ ରଣହୁଙ୍କାର ଦେଇ ଆସୁଥିବା ବେଳେ ଆଜି ରାଜ୍ୟବ୍ୟାପୀ ଆନ୍ଦୋଳନ ଓ ପ୍ରତିବାଦକୁ ଆହୁରି ଜୋରଦାର କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ।

Congress
ଥମୁନି ମମିତା ନିଆଁ, ନବୀନ ନିବାସ ଆଗରେ ନାକେଦମ କଲା ଛାତ୍ର କଂଗ୍ରେସ

ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ନିଆଁ ଜଳୁଛି । ଏଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହେବା ପରେ ବିରୋଧୀ ସାରା ରାଜ୍ୟରେ ବିକ୍ଷୋଭ ଆରମ୍ଭ କରିଦେଇଛନ୍ତି ।

BJP national spokesperson Sambit Patra
ଲାଇନ୍‌ କଟିଲା, ଗୋବିନ୍ଦ ଖସିଲା ! ସମ୍ବିତ କହିଲେ...

ସମ୍ବିତ ପାତ୍ର କହିଛନ୍ତି, ମମିତା ନିଖୋଜ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଜାଣି ମଧ୍ୟ ପୋଲିସ୍‌ ଏତଲା ରଖି ନଥିଲା। ମନ୍ତ୍ରୀ କଲେଜକୁ ଯିବା, ରାତିରେ ରହିବା, ମହିଳାଙ୍କୁ ଶୋଷଣ ଅଭିଯୋଗ ଆସୁଛି।

 Former DGP Prakash Mishra
‘ମମିତା ମେହେର ହତ୍ୟା ମାମଲା ପଛରେ ବଡ଼ ଷଡ଼ଯନ୍ତ୍ର’

ମମିତା ମେହେର ହତ୍ୟା ମାମଲା ପଛରେ ରହିଛି ବଡ଼ଧରଣର ଷଡ଼ଯନ୍ତ୍ର। ଯାହାକୁ ବର୍ତ୍ତମାନ ଯାଏ ତଦନ୍ତ ପରିସରକୁ ଅଣାଯାଇନି। ଏହା ପଛରେ ଯେଉଁ ପ୍ରଭାବଶାଳୀ ବ୍ୟକ୍ତିମାନେ ଅଛନ୍ତି, ସେମାନଙ୍କ ସମ୍ପର୍କରେ ମଧ୍ୟ ତଦନ୍ତ ଆରମ୍ଭ କରାଯିବା ଉଚିତ୍‌ ବୋଲି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର କହିଛନ୍ତି।

Mamita Meher Murder Case
ସାଂଘାତିକ ତଥ୍ୟ ଦେଲେ ମମିତାଙ୍କ ବାପା- ‘ଝିଅ ନିଖୋଜ ପରେ ଆମ ଏତଲା ଗୋବିନ୍ଦ ସାହୁ ଲେଖାଇଥିଲା’

ମମିତା ନିଖୋଜ ନେଇ ଅଭିଯୁକ୍ତ ଗୋବିନ୍ଦ ସାହୁ ଏତଲା ଲେଖାଇଥିଲେ ବୋଲି ମମିତାଙ୍କ ବାପା କହିଛନ୍ତି। ହତ୍ୟା ଘଟଣା ପୂର୍ବରୁ ବି ମମିତା ବାହାରକୁ ଯାଇଥିବା ସେ କହିଛନ୍ତି। ତେଣୁ ଘଟଣାରେ କେବେ ହେଲେ ଜଣେ ସମ୍ପୃକ୍ତ ନଥିବ ବୋଲି ମମିତାଙ୍କ ବାପା କହିଛନ୍ତି।

Sambalpur  Bandh
ଜୋର ଧରୁଛି ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି,୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଜୋର ଧରୁଛି ରାଜନୀତି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆନ୍ଦୋଳନକୁ ଜୋର କରିଛି ବିଜେପି। ଗତକାଲି ମୟୂରଭଞ୍ଜ ବନ୍ଦ ପରେ ଆଜି ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି।

Pitamber-Prakash Mishra
ମମିତାଙ୍କ ପରିବାରକୁ ଭେଟିବେ ପୂର୍ବତନ ପୋଳିସ ଡିଜି ପ୍ରକାଶ ମିଶ୍ର ଓ ବରିଷ୍ଠ ଆଇନ୍‌ଜୀବୀ ପିତାମ୍ବର ଆଚର୍ଯ୍ୟ

ମଙ୍ଗଳବାର ବଲାଙ୍ଗିର ଯିବ ବିଜେପିର ସ୍ୱତନ୍ତ୍ର ୧୫ ଜଣିଆ ଟିମ୍‌ । ମମିତି ମେହେର ହତ୍ୟା ମାମଲା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ବିଜେପିର ଏହି ଟିମ୍‌ ମମିତାଙ୍କୁ ପାରିବାରାକୁ ଭେଟିବାକୁ ଯିବ ।

Mamita Meher
ମମିତା ହତ୍ୟା ମାମଲାରେ ନୂଆ ଫର୍ଦ୍ଦ ! ଡିଆଇଜି କହିଲେ ବ୍ୟାଗ୍‌ଟି ମମିତାଙ୍କର, ଆଉ..

ମମିତା ମେହେର ହତ୍ୟା ମାମଲାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ଡିଆଇଜି କହିଲେ ପୋତା ଯାଇଥିବା ସ୍ଥାନରୁ ମିଳିଲା ମମିତାଙ୍କ ବ୍ୟାଗ୍ ।ଯାହାକୁ  ଚିହ୍ନଟ କରିଛନ୍ତି ମମିତାଙ୍କ ପରିବାର ଲୋକ ।

ଗୋବିନ୍ଦ ସାହୁର କୋଭିଡ୍ ପରୀକ୍ଷା
ଧରାପଡ଼ିବା ପୂର୍ବରୁ ଗୋବିନ୍ଦର କେମିତି ହେଲା କୋଭିଡ୍ ଟେଷ୍ଟ?

ଟିଟିଲାଗଡ଼ ଏସଡିଏମ୍ଓ ଏବଂ ଟେଷ୍ଟ କରିଥିବା କର୍ମଚାରୀ କହୁଛନ୍ତି ୧୭ ତାରିଖରେ ଗୋବିନ୍ଦର କୋଭିଡ୍ ଟେଷ୍ଟ ହୋଇଛି, ତେବେ ମେଡିକାଲ୍ ରେଜିଷ୍ଟରରେ ସ୍ପଷ୍ଟ ଭାବେ ୧୮ ତାରିଖରେ ଟେଷ୍ଟ କରାଯାଇଥିବା ଉଲ୍ଲେଖ ରହିଛି।

Lady Teacher Murder Mystery
ରୁମ୍‌ ନମ୍ବର ୨୦ ଖୋଲିବ ମମିତା ହତ୍ୟା ପଛର ଗୁମର !

ପୂର୍ବରୁ ଏହି ରୁମ୍‌ରେ ରହୁଥିବା ଦୁଇ ଅନ୍ତେବାସିନୀଙ୍କୁ ଡାକି ପୋଲିସ ଜେରା କରିଥିବା ବେଳେ, ଶନିବାର ଦିନ ଲେଡିଜ୍ ହଷ୍ଟେଲ୍‌ରେ ପଶି ତଦନ୍ତ କରିଛି। ଉଭୟ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ଏସପି ହଷ୍ଟେଲ ଭିତରେ ପଶି ତଦନ୍ତ କରିଥିଲେ।

Mahaling College
ଆଜିଠୁ ଖୋଲିଲା ବହୁଚର୍ଚ୍ଚିତ ମହାଲିଙ୍ଗ କଲେଜ

କଲେଜ ସଭାପତି ଗିରଫ ହେବା ପରଠୁ ସେହି କଲେଜ ପଢୁଥିବା ଛାତ୍ରଛାତ୍ରୀମାନେ ଓ ଅଭିଭାବକମାନେ ଭିଡ଼ ଜମାଇଥିଲେ। ଅନେକ ଛାତ୍ରଛାତ୍ରୀ ଟ୍ରାନ୍ସଫର ସାର୍ଟିଫିକେଟ୍‌ ପାଇଁ ଆବେଦନ କରୁଥିବା ଦେଖିବାକୁ ମିଳିଥିଲା। 

Govind Sahu
ଗଣମାଧ୍ୟମକୁ ଆଢ଼ୁଆଳରେ ରଖି ଗୋବିନ୍ଦକୁ ଜେଲ୍‌କୁ ନେଲା ପୋଲିସ

ମମିତା ମେହେର ହତ୍ୟା ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଜେଲ୍ ପଠାଇ ଦିଆଯାଇଛି। ପୋଲିସ ରିମାଣ୍ଡ ଅବଧି ସରିବା ପରେ ଆଜି ତାକୁ ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରାଯାଇଥିଲା। ଗଣମାଧ୍ୟମ ଆଢ଼ୁଆଳରେ ପୋଲିସ୍‌ ଲୁଚାଣି‌ଆ ଭାବେ ଗୋବିନ୍ଦକୁ କୋର୍ଟରେ ହାଜର କରାଇଥିଲା। 

ମମିତା ମେହେର ହତ୍ୟାକାଣ୍ଡ
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ଘଟଣାକ୍ରମ, ସେବେଠୁ ଆଜିଯାଏ

ପୋଲିସର ତଦନ୍ତ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିରୋଧୀ ଦଳ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଧମକ ଦେଇଛନ୍ତି।ନଜର ପକାନ୍ତୁ, ଏବେ ସୁଦ୍ଧା ଘଟିଛି କଣ ?

Lady Teacher Murder Case
ସିଲ୍‌ କଭର୍‌ର ସିକ୍ରେଟ୍‌ ମୁଖ୍ୟମନ୍ତ୍ରୀଙ୍କୁ ଅଜଣା

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଦିନକୁ ଦିନ ତେଜୁଛି ରାଜନୀତି। ଆଗକୁ ବଡ଼ ଧରଣର ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ଉଭୟ ବିଜେପି ଓ କଂଗ୍ରେସ୍। ଜିଲ୍ଲାଓ୍ୱାରୀ ବନ୍ଦ ଡାକରା ଓ ଏସ୍‌ପି ଅଫିସ୍ ଘେରାଓ, ଦସ୍ତଖତ ଅଭିଯାନ, କ୍ୟାଣ୍ଡଲ ଯାତ୍ରା ଭଳି ଅନେକ କାର୍ଯ୍ୟକ୍ରମ ପାଇଁ ଯୋଜନା କରୁଛି ବିଜେପି।

Mamita Murder Case
ଗୋବିନ୍ଦଙ୍କୁ ଆଖୁ ବାଡ଼ିରେ ଧରାଇ ଦେଲା ମୋବାଇଲ୍‌ !

ଗୋବିନ୍ଦ ପୋଲିସ୍‌ ବାରାକରୁ ଫେରାର ମାରିବା ପରେ ମୋବାଇଲ୍ ବ୍ୟବହାର କରିବା ନେଇ ପ୍ରଶ୍ନ ଉଠିଛି। ତାକୁ କିଏ ମୋବାଇଲ ଦେଲା, ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ବାରାକରୁ ଫେରାର ହେବା ପରେ ଗୋବିନ୍ଦ ଆଖୁ ବାଡ଼ିରେ ଲୁଚିଥିଲା।

Mamita Meher
ମୃତ ମମିତାଙ୍କ ବ୍ୟାଗ୍‌ ଚିହ୍ନିଲେ ପରିବାର ଲୋକେ, ମୋବାଇଲ୍‌କୁ ନେଇ କହିଲେ ଏମିତି...

ଶିକ୍ଷୟିତ୍ରୀ ମୃତ ମମିତା ମେହେରଙ୍କ ବ୍ୟାଗକୁ ତାଙ୍କ ପରିବାର ଲୋକ ଚିହ୍ନଟ କରିଛନ୍ତି। ନିର୍ଦ୍ଦିଷ୍ଟ ଭାବେ ମମିତାଙ୍କ ମା’ ଏହା ଦେଖିବା ପରେ, ତାହା ତାଙ୍କ ଝିଅର ବୋଲି ସ୍ପଷ୍ଟ କରିଥିବା ମମିତାଙ୍କ ବଡ଼ ବାପା କୌଶିକ ମେହେର କହିଛନ୍ତି।

BJP leader Bijoy Mohapatra
ମମିତା ହତ୍ୟା ଘଟଣା: ତୃତୀୟ ମହଲାକୁ ସିଲ୍‌ କଭରରେ ସବୁ ଦେଇସାରିଛି ପୋଲିସ୍‌: ବିଜୟ

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ବିଜୟ ମହାପାତ୍ର ଆଣିଲେ ସାଂଘାତିକ ଅଭିଯୋଗ। କହିଲେ, ଗୋବିନ୍ଦ ଓ ମମିତାଙ୍କ ମଧ୍ୟରେ ବୁଝାମଣା ପାଇଁ ଜୋରସୋର ଉଦ୍ୟମ କରାଯାଇଥିଲା। ମନ୍ତ୍ରୀଙ୍କ ରାୟପୁର ବାସଭବନରେ ବୁଝାମଣା ଉଦ୍ୟମ କରାଯାଇଥିଲା ବୋଲି ବିଜୟ ଅଭିଯୋଗ କରିଛନ୍ତି

Odisha BJP president Samir Mohanty
ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବିରେ ଆନ୍ଦୋଳନ ଜୋରଦାର କରିବ ବିଜେପି

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଆନ୍ଦୋଳନ ଜୋରଦାର କରିବ ବୋଲି ବିଜେପି କହିଛି। ରାଜ୍ୟର କୋଣ ଅନୁକୋଣରେ ପ୍ରତିବାଦ ଜୋରଦାର କରାଯିବ।

Govt Assistance To Mahaling College Raises Eyebrows
ମହାଲିଙ୍ଗ କଲେଜରେ ଢାଳୁଥିଲେ ସରକାରୀ ଘିଅ !

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିକୁ ଟାଣିଓଟାରି ଏକ ଘରୋଇ କଲେଜର ବିକାଶ କାମରେ ଲଗାଇବାକୁ ନେଇ ୨୦୧୪ରେ ସିଏଜି ବି ଆପତ୍ତି ଉଠାଇଥିଲେ। ତେବେ ସିଏଜିଙ୍କ ଆପତ୍ତି ପରେ ବି ଏହି କଲେଜକୁ କାହିଁକି ଅନୁଦାନର ସୁଅ ବନ୍ଦ ହୋଇନଥିଲା, ପଚାରିଛି କଂଗ୍ରେସ।

Mamita Meher Death Case
'ରାଧେ ସ୍ତ୍ରୀ ଦେଇଥିବା ବ୍ୟାଗ୍‌ ମମିତାଙ୍କର ନୁହେଁ'

କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ମାମଲାରେ ଖୋଲତାଡ଼ ଜାରି ରହିଛି। ଯଦି, ଏହି ବ୍ୟାଗଟି ମମିତାଙ୍କ ନୁହେଁ ତେବେ କାହାର ? ବ୍ୟାଗ୍‌ରେ କଣ ରହିଛି ? ବ୍ୟାଗ୍ ରାଧେ ଘରକୁ କିପରି ଆସିଲା ଓ କିଏ ଆଣିଲା ? ଏସବୁ ପ୍ରଶ୍ନବାଚୀ ଏବେ ସୃଷ୍ଟି ହୋଇଛି।

BJP Mahila Morcha Protest
ଭୁବନେଶ୍ୱରରେ ବିଜେପି ମହିଳା କର୍ମୀ-ପୋଲିସ ମୁହାଁମୁହିଁ

ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ମାମଲାରେ ବିଜେପିର ରଣହୁଙ୍କାର। ଶିଶୁ ଭବନ ଛକରେ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଓ ପୋଲିସ ଧସ୍ତାଧସ୍ତି ହୋଇଥିଲେ। ତେବେ ମହିଳା ପୋଲିସ ଆନ୍ଦୋଳନରତ ବିଜେପି କର୍ମୀଙ୍କୁ ଉଠାଇ ନେଇଯାଇଥିଲେ।

Mamita Meher Father
‘ଗୋବିନ୍ଦକୁ ଫାଶି ଦିଆଯାଉ’

ମହିଳା କମିଶନ ଅଧ୍ୟକ୍ଷା ବଲାଙ୍ଗିର ତୁରେକେଲା ଝରଣୀ ଗାଁକୁ ଯାଇ ମମିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ଘଟଣା ପାଇଁ ଦୁଃଖ ପ୍ରକାଶ ଓ ସମବେଦନା ଜଣାଇଥିଲେ ମହିଳା କମିଶନ ଅଧ୍ୟକ୍ଷା। ତେବେ ଦୋଷୀ ଯେପରି କଠୋର ଦଣ୍ଡ ପାଇବ ସେ ବିଷୟରେ କଥା ହୋଇଥିଲେ।

Mahaling College Ladies Hostel
ସସ୍‌ପେନ୍ସ ବଢ଼ାଉଛି ଲେଡିଜ ହଷ୍ଟେଲର ରୁମ୍ ନଂ ୨୦

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁ ଥିବାବେଳେ ସସ୍‌ପେନ୍ସ ମଧ୍ୟ ବଢ଼ିବାରେ ଲାଗିଛି। ଏବେ ମହାଲିଙ୍ଗ କଲେଜର ଲେଡିଜ ହଷ୍ଟେଲର ରୁମ୍ ନମ୍ବର ୨୦କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଯୁକ୍ତ ୩ର ଲେଡିଜ୍ ହଷ୍ଟେଲର ଏହି ରୁମ୍‌ ନଂ ୨୦ରେ ଏକ ଭିନ୍ନ ତାଲା ପଡ଼ିଛି।

Mamita Meher Murder Case
ବ୍ୟାଗ୍ ଓ ମୋବାଇଲ୍‌କୁ ନେଇ ଚର୍ଚ୍ଚା: କେମିତି ରାଧେ ଘରେ ପହଞ୍ଚିଲା ବ୍ୟାଗ୍ ?

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁ ଥିବାବେଳେ ସସ୍‌ପେନ୍ସ ମଧ୍ୟ ବଢ଼ିବାରେ ଲାଗିଛି। ମମିତାଙ୍କ ବ୍ୟାଗ୍ ସହ ମୋବାଇଲ୍‌କୁ ନେଇ ସସ୍‌ପେନ୍ସ ବଢ଼ି ଚାଲିଛି। 

Baijayant Panda
ନବୀନ ନିଦାବିଷ୍ଣୁ ସାଜିଛନ୍ତି: ବୈଜୟନ୍ତ

ଦିବ୍ୟଶଙ୍କର ଇସ୍ତଫା ଦାବିରେ ୪ଦିନ ହେଲା ରାଜ୍ୟରେ ରାଜନୈତିକ ଘମାସାନ୍ ଚାଲିଥିଲେ ବି ସରକାର ଯେପରି ନିର୍ବିକାର। ଦିବ୍ୟଶଙ୍କର କୌଣସି ପ୍ରତିକ୍ରିୟା ଦେଉନାହାନ୍ତି କି ଦଳ ସୁପ୍ରିମୋ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତେବେ କାହିଁକି ମନ୍ତ୍ରୀଙ୍କ ପ୍ରତି ଏତେ ଦରଦ?