ଆଜି ମହାଶିବରାତ୍ରୀ । କରୋନା କଟକଣା ଭିତରେ ପାଳନ ହେବ ମହାଶିବରାତ୍ରୀ । ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣଙ୍କ ଲାଗି ଦର୍ଶନ ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରିଛି । ତେବେ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ । ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବା ଉପଲକ୍ଷେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି ।