• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Maharashtra

Youtube
ୟୁଟ୍ୟୁବରେ ରୋଷେଇ ଶିଖେଇ ଲକ୍ଷପତି ପାଲଟି ଗଲେ ୭୦ ବର୍ଷୀୟା ଆଈ

୭୦ ବର୍ଷରେ ବି କରୁଛନ୍ତି ଭଲ ରୋଷେଇ। ସାରା ଦେଶରେ ସେ ଏବେ ଚର୍ଚ୍ଚାରେ।

Boat Accident
ଭାରସାମ୍ୟ ହରାଇ ନଦୀରେ ବୁଡ଼ିଲା ଡଙ୍ଗା: ଗୋଟିଏ ପରିବାରର ୩ ଜଣଙ୍କ ଗଲା ପ୍ରାଣ

ମହାରାଷ୍ଟ୍ରର ଅମରାବତୀର ଏକ ନଦୀରେ ଡଙ୍ଗା ବୁଡ଼ିଯିବା ନେଇ ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ମୋଟ୍‌ ୧୧ ଜଣ ଲୋକ ବୁଡ଼ି ଯାଇଥିବା ବେଳେ ତିନିଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଏବେ ବି ୮ ଜଣ ଲୋକ ନିଖୋଜ ରହିଛନ୍ତି

woman dies on husband shoulder
'ପ୍ରେମ ଅମର' ପ୍ରମାଣ କରି ଦେଖାଇଲେ ୭୦ ବର୍ଷର ବୃଦ୍ଧ

ଲକ୍ଷେ ଚେଷ୍ଟା ପରେ ମଧ୍ୟ ଜାନ୍ ସିଂହ ସିଡଲିବାଇଙ୍କୁ ବଞ୍ଚାଇ ପାରିନଥିଲେ। ମୃତଦେହକୁ ରାସ୍ତାରେ ରଖି କାନ୍ଦି ପକାଇଥିଲେ। ଏହି ହୃଦୟ ବିଦାରକ ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା। କିନ୍ତୁ ବୃଦ୍ଧଙ୍କ ଏପରି ପ୍ରୟାସ ଦେଶର ସ୍ୱାସ୍ଥ୍ୟ ସେବାର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି।

narayan-rane
ପଦଯାତ୍ରା କଲେ, ଉଦ୍ଧବ ସରକାରଙ୍କ ଉପରେ ମନଖୋଲି ବର୍ଷିଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ

ମହାରାଷ୍ଟ୍ରରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ବିବାଦ ଥମିବାରେ ନା ନେଉନାହିଁ। ଦୁଇ ଦିନିଆ ପୋଲିସ ମାମଲା, ଗିରଫ ଏବଂ ଜାମିନ ପରେ ରାଣେ ପୁଣିଥରେ ଜନ ଆଶିର୍ବାଦ୍ ଯାତ୍ରା ଆରମ୍ଭ କରିଛନ୍ତି

Maharashtra
ଲକଡାଉନରେ ଶୁଆଙ୍କ ପ୍ରେମରେ ରାଧିକା

ଶୁଆମାନଙ୍କୁ ସମସ୍ତେ ପିଞ୍ଜରା ଭିତରେ ରଖନ୍ତି। ତାଙ୍କୁ ଖାଇବାକୁ ଦିଅନ୍ତି। ହେଲେ କାଳେ ଉଡ଼ିଯିବେ ସେଥିପାଇଁ ମୁକ୍ତ କରନ୍ତି ନାହିଁ। ପକ୍ଷୀଟିଏକୁ ନିଜ ଘରେ ପାଳନ୍ତି ସିନା, ହେଲେ ସ୍ୱାଧୀନତା ଦିଅନ୍ତି ନାହିଁ। ନିଜ ଅଧିନରେ ରଖନ୍ତି। ଏଥିପାଇଁ ପକ୍ଷୀମାନେ ଭୀତତ୍ରସ୍ତ ହୋଇ ମନ ଦୁଃଖରେ ରୁହନ୍ତି। ପିଞ୍ଜରା ଭିତରେ ଛଟପଟ ହୁଅନ୍ତି। 

 Union Minister Narayan Rane
ରାତି ଅଧରେ ଜାମିନ୍‌ ପାଇଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଜାମିନ ମିଳିଛି। ଗତକାଲି ମଧ୍ୟରାତ୍ରରେ ମହାଡ଼ ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ନାରାୟଣ ରାଣେଙ୍କୁ ପୋଲିସ ଗିରଫ କରିବା ପରେ ରତ୍ନଗିରି କୋର୍ଟରେ ହାଜର କରିଥିଲା

Maharashtra
ମହାରାଷ୍ଟ୍ରରେ ବୃଦ୍ଧି ପାଉଛି ଡେଲଟା ପ୍ଲସ୍ ଭାରିଏଣ୍ଟ୍ ପ୍ରକୋପ : ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୬ରେ ପହଞ୍ଚିଲା

ମହାରାଷ୍ଟ୍ରରେ ପୁଣି ବୃଦ୍ଧି ପାଉଛି ସଂକ୍ରମଣ । ରାଜ୍ୟରେ ଡେଲଟା ଭାରିଏଣ୍ଟ୍ ଭୟ ମଧ୍ୟ ବଢ଼ି ବଢ଼ି ଚାଲିଛି । ସୋମବାର ଦିନ ଡେଲଟା ଭାରିଏଣ୍ଟର ୧୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ନୂତନ ରୋଗୀଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଡେଲଟା ପ୍ଲସ୍ ଭାରିଏଣ୍ଟ ରୋଗୀଙ୍କ ସଂଖ୍ୟା ୭୬କୁ ବୃଦ୍ଧି ପାଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ମିରାଜ କୋହ୍ଲାପୁରରୁ ୬ଟି, ରତ୍ନାଗିରିରୁ ୩ଟି ଏବଂ ସିନ୍ଧୁଦର୍ଗରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଡେଲଟା ଭାରିଏଣ୍ଟ୍ ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଛି ।

delta-plus-variant
ଭୟଙ୍କର ହେଉଛି ଡେଲ୍‌ଟା ପ୍ଲସ୍‌ ସଂକ୍ରମଣ: ୬୩ ବର୍ଷୀୟା ମହିଳାଙ୍କ ଗଲା ଜୀବନ

୧୧ ଅଗଷ୍ଟରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି କିନ୍ତୁ କେଉଁ କାରଣରୁ ତାଙ୍କର ପ୍ରାଣ ଯାଇଥିଲା ସେନେଇ କୌଣସି ତଥ୍ୟ ମିଳିନଥିଲା କିନ୍ତୁ ଆଜି ମେଡ଼ିକାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଏହାସହ ମୁମ୍ବାଇ ମହାନଗର ନିଗମ ବିଏମସି ପକ୍ଷରୁ ସରକାରଙ୍କ ପକ୍ଷରୁ ମଧ୍ୟ ଏକ ସୂଚନା ଦିଆଯାଇଛି। ଯେଉଁଥିରେ କୁହାଯାଇଛି, ବର୍ତ୍ତମାନ ମୁମ୍ବାଇରେ କେବଳ ୭ ଡେଲ୍‌ଟା ପ୍ଲସ୍‌ ମାମଲା ସକ୍ରିୟ ରହିଛି।

crime
୨ ଜଣଙ୍କ ମଧ୍ୟରେ ଲାଗିଥିଲା ଝଗଡ଼ା: ସମାଧାନ କରିବାକୁ ଯାଇଥିବା ବ୍ୟକ୍ତିଙ୍କୁ କରାଗଲା ହତ୍ୟା

କୌଣସି କାରଣରୁ ଦୁଇ ଜଣ ଝଗଡା ଲାଗିଥିଲେ। ଆଉ ସେମାନଙ୍କ ଝଗଡ଼ାର ସମାଧାନ କରିବା ଲାଗି ତୃତୀୟ ପକ୍ଷ ପହଞ୍ଚିଥିଲେ। କେବଳ ପହଞ୍ଚିଥିଲେ ତାହା ନୁହେଁ ବରଂ ଉଭୟଙ୍କୁ ବୁଝାସୁଝା ମଧ୍ୟ କରିଥିଲେ। କିନ୍ତୁ ଦୁଃଖର କଥା ତାଙ୍କୁ ହିଁ ସେମାନେ ହତ୍ୟା କରିଦେଲେ। ଆଉ ଏହି ଘଟଣା ଜଣାପଡ଼ିବା ପରେ ସାରା ମହାରାଷ୍ଟ୍ରରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ଏହି ଘଟଣାଟି ଗତକାଲି ଘଟିଥିବା ନେଇ ସୂଚନା ମିଳିଛି।

helicopter-crash
ହେଲିକପ୍ଟର ତିଆରି କରିଥିଲେ ଅଷ୍ଟମ ପାସ୍ ମେକାନିକ୍, ଉଡ଼ାଣ ପରୀକ୍ଷଣ ବେଳେ କ୍ରାସ ହୋଇ ଚାଲିଗଲା ଜୀବନ

ଉଡାଣ ପରୀକ୍ଷଣ ସମୟରେ ବାଟ ଓଗାଳିଲା ମୃତ୍ୟୁ । ମହାରାଷ୍ଟ୍ରର ୟବତମାଲରେ ରହୁଥିବା ଜଣେ ୩୪ ବର୍ଷ ବୟସ୍କ ବ୍ୟକ୍ତି ହେଲିକପ୍ଟର ତିଆରି କରିବାକୁ ଗତ ଦୁଇ ବର୍ଷ ଧରି ଲଗାତାର ଚେଷ୍ଟା କରୁଥିଲେ । କଠିନ ପରିଶ୍ରମ କରିବା ପରେ ଧୀରେ ଧୀରେ ସେ ସଫଳତା ଆଡକୁ ଗତି କରୁଥିଲେ ।

maharashtra
ଲକ୍ଷ ଲକ୍ଷ ଟଙ୍କାରେ ଫାଇନାଲ୍ ହୋଇଥିଲା ଡିଲ୍ : ବଡ଼ ଭାଇର ପୋଖରୀରେ ବିଷ ପକାଇ ୨୦ ହଜାର ମାଛ ମାରିଦେଲା ଭାଇ

ମହାରାଷ୍ଟ୍ରର ପୁଣେରେ ଏକ ପୋଖରୀରେ ୨୦ହଜାର ମାଛ ମରି ପଡ଼ିବା ପରେ ଉତ୍ତେଜନା ଦେଖାଦେଇଛି। ପୁଣେ ଜିଲ୍ଲାର ଇନ୍ଦପୁର ଅଞ୍ଚଳରେ ଏପରି ଘଟଣା ଘଟିଛି । ତେବେ ମାଛ ଚାଷୀ ଜଣକ କକା ପୁଅ ଭାଇଙ୍କ ବିରୋଧରେ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି ।

man booked for Kills Roommate
ରୁମ୍‌ମେଟ୍‌କୁ ହତ୍ୟା କରି ମୃତଦେହ ବାହାରେ ଫିଙ୍ଗିଲେ ଯୁବକ, ଘରକୁ ଆସି ...

ରୁମ୍‌ମେଟ୍‌କୁ ହତ୍ୟା କରିବା ଅଭିଯୋଗରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ପୋଲିସ୍‌ ଗିରଫ କରିଛି। ଯୁବକ ଜଣକ ନିଜ ରୁମ୍‌ମେଟ୍‌କୁ ଘରେ ଭିତରେ ହତ୍ୟା କରି ମୃତଦେହକୁ ବାହାର ଫିଙ୍ଗି ଦେଇଥିଲେ। ଏହାପରେ ଘରକୁ ଆସି ରୁମ୍‌ ସଫା କରି ଶୋଇ ପଡ଼ିଥିଲେ।

sharad-pawar-meeting-with-amit-shah
ବଦଳିବ କି ଜାତୀୟ ରାଜନୀତିର ଚିତ୍ର? ଅମିତ୍‌ ଶାହାଙ୍କୁ ଭେଟିଲେ ଶରଦ ପାୱାର

ଏଠାରେ କହିରଖୁଛୁ ଯେ, ଗତ ମାସରେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀରେ ଭେଟିଥିଲେ ଶରଦ ପାୱାର। ସେତେବେଳେ ଉଭୟ ନେତାଙ୍କ ମଧ୍ୟରେ ପାଖାପାଖି ୧ ଘଂଟା ଧରି ଆଲୋଚନା ହୋଇଥିଲା। କେବଳ ଚର୍ଚ୍ଚା ହୋଇଥିଲା ତାହା ନୁହେଁ ବରଂ କୁହାଯାଉଥିଲା ଯେ, ମହାରାଷ୍ଟ୍ରରେ ଖୁବଶୀଘ୍ର ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆଉ ଏବେ ପୁଣି ଥରେ ଅମିତ୍‌ ଶାହାଙ୍କୁ ଭେଟିଛନ୍ତି ଶରଦ

marriage
ବଞ୍ଚି ଥାଉ ଥାଉ ପ୍ରେମକୁ ମିଳିଲାନି ସ୍ୱୀକୃତି : ମୃତ୍ୟୁ ପରେ ବିବାହ କରାଇଲେ ପରିବାର ଲୋକ

ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ପରେ ଉଭୟଙ୍କ ପ୍ରେମକୁ ସ୍ୱୀକୃତି ଦେଲେ ପରିବାର ଲୋକ । ବଞ୍ଚି ଥାଉ ଥାଉ ଏକାଠି କରାଇ ଦେଲେନି, ମରିଗଲା ପରେ ବିବାହ କରାଇଲେ । ସାଥୀ ହୋଇ ଜୀବନ ଜିଇଁବାର ସ୍ୱପ୍ନ ଦେଖୁଥିଲେ, ସାଥୀ ହୋଇ ହାତ ଧରାଧରି ହୋଇ ଚାଲିଗଲେ ।

maharashtra police
ରେଷ୍ଟୁରାଣ୍ଟରୁ ଦେଶୀ ଘିଅ ଛୁଙ୍କର ମାଗଣା ବିରିୟାନୀ ମଗାଉଥିଲେ ଡ଼ିସିପି, ଭାଇରାଲ ହେଲା ଅଡ଼ିଓ

ଭାଇରାଲ ହେଉଥିବା ଅଡ଼ିଓରେ ସ୍ପଷ୍ଟ ଭାବରେ ଶୁଣାଯାଉଛି କି, ଡ଼ିସିପି ଜଣକ ରେଷ୍ଟୁରାଂଟ୍‌ରୁ ଖାଇବା ଅର୍ଡ଼ର କରିବା ପାଇଁ କହୁଛନ୍ତି। କେବଳ ଏତିକି ନୁହେଁ ବରଂ ବିରିୟାନୀରେ ଦେଶୀ ଘିଅର ଛୁଙ୍କ ଦେବା ପାଇଁ କହୁଥିବାର ସ୍ପଷ୍ଟ ଶୁଣାଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁ ରେଷ୍ଟୁରାଂଟ୍‌ରୁ ଏହି ଖାଇବା ଅର୍ଡ଼ର କରିବା ପାଇଁ ପୋଲିସ ବାବୁ ଜଣକ କହୁଛନ୍ତି, ତାହା ତାଙ୍କ ଥାନା ପରିସର ମଧ୍ୟରେ ଆସୁଛି। ଏହି ଘଟଣା ଜଣାପଡ଼ିବା ପରେ ପୋଲିସ କେମିତି ନିଜର ପାୱାର ବ୍ୟବହାର କରୁଛି ତାହା ସାମ୍ନାକୁ ଆସିଛି।

maharashtra rain
ମହାରାଷ୍ଟ୍ରରେ ବର୍ଷା ପରର ଆସିଲା ଭୟଙ୍କର ଚିତ୍ର: ଗଛରେ ଲାଗିଛି କାର୍‌, ୧୫୦ ଜଣଙ୍କଠୁ ଅଧିକ ଲୋକଙ୍କ ଗଲାଣି ଜୀବନ

କୋହ୍ଲାପୁରର ଚିଖଳ ଅଞ୍ଚଳରେ ମଧ୍ୟ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ଅନେକ ଅଞ୍ଚଳ ଜଳମଗ୍ନ ଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡ଼ିଆର୍‌ଏଫ୍ ଯବାନ ବୋଟ୍ ଯୋଗେ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରୁଛନ୍ତି

maharashtra rain
ବର୍ଷା ନେଲାଣି ୧୫୦ ଜୀବନ: ଆହୁରି ବଢିବାରେ ମୃତକଙ୍କ ସଂଖ୍ୟା

କେବଳ ରାୟଗଡ଼ ଜିଲ୍ଲାରେ ୬୫ ରୁ ଅଧିକ ଲୋକ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି। ଆଉ ପୂରା ମହାରାଷ୍ଟ୍ରରେ ୧୫୦ ଲୋକଙ୍କ ଜୀବନ ଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଉଥିବା ବେଳେ ବେସରକାରୀ ହିସାବରେ ଏହାର ସଂଖ୍ୟା ବହୁ ଅଧିକ ବୋଲି କୁହାଯାଉଛି। କେବଳ ଏତିକି ନୁହେଁ ବରଂ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପାଖାପାଖି ୫୦ ଜଣ ଆହତ ମଧ୍ୟ ହୋଇଛନ୍ତି।

Lonar Lake
ହ୍ରଦର ପାଣି କାହିଁକି ଗୋଲାପୀ ହେଲା, ଗବେଷଣା କରିବେ ବୈଜ୍ଞାନିକ

ମୁମ୍ବାଇ: ମହାରାଷ୍ଟ୍ର ଲୋନାର ହ୍ରଦର ପାଣି କାହିଁକି ଗୋଲାପୀ ରଙ୍ଗ ହେଲା ଏନେଇ ଗବେଷଣା କରିବ ନାଗପୁର ସ୍ଥିତ ଜାତୀୟ ପରିବେଶ ଗବେଷଣା ପ୍ରତିଷ୍ଠାନ। ଆସନ୍ତା ସପ୍ତାହରେ ବୁଲଧାନା ଜିଲ୍ଲା ଲୋନାର ହ୍ରଦ ପରିଭ୍ରମଣ କରି ନମୂନା ସଂଗ୍ରହ ହେବ। ଏବଂ କାହିଁକି ଏହାର ରଙ୍ଗ ଗୋଲାପୀ ହେଲା ଏନେଇ ଗବେଷଣା କରିବେ ସଂସ୍ଥାର ବୈଜ୍ଞାନିକ। ୫୦ ହଜାର ବର୍ଷ ତଳେ ପୃଥିବୀ ସହ ଏକ ଉଲ୍‌କା ପିଣ୍ଡ ବାଡ଼େଇ ହେବାରୁ ଏହି ଅଣ୍ଡାକୃତ୍ତିର ହ୍ରଦ ସୃଷ୍ଟି […]

mumbai
ମହାରାଷ୍ଟ୍ରରେ ବଡ ଧରଣର ଅଘଟଣ : କାନ୍ଥ ଭୁଶୁଡି ୧୧ ଜଣ ମୃତ

ପ୍ରବଳ ବର୍ଷା ହେବା ପରେ ମୁମ୍ବାଇର ବିଭିନ୍ନ ସ୍ଥାନରେ ପାଣି ଭରିଯାଇଛି । ପୂରା ମୟାନାଗରୀ ଏବେ ଜଳମୟ । ଫଳରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାଆସିବା କରିପାରୁ ନାହାନ୍ତି ଲୋକେ ।

doctor
ବିନା ବଧିରା ଇଂଜେକ୍‌ସନ୍‌ରେ ହେଲା ଅପରେସନ୍‌, ଜାଣନ୍ତୁ କେମିତି...

ସ୍ଥିତି ଏପରି ହୋଇଥିଲା କି ପରିବାର ଲୋକ ମଧ୍ୟ ବହୁ ଚେଷ୍ଟା କରିବା ପରେ ନାବାଳକର ତଣ୍ଟିରୁ ତାହା ବାହାରି ପାରିନଥିଲା। ଫଳରେ ଉପାୟଶୂନ୍ୟ ହୋଇ ପରିବାର ଲୋକମାନେ ତାକୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। ଆଉ ସେଠାରେ ଡାକ୍ତର ଏମିତି କିଛି କଲେ....

truck rammed
ବାରିକେଡ଼ରେ ଟ୍ରକ୍‌ରେ ଚଢ଼ିଯିବାରୁ ୧୭ଜଣଙ୍କ ମୃତ୍ୟୁ

ମହାରାଷ୍ଟ୍ର: ମହାରାଷ୍ଟ୍ରର ସତାରା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଦ୍ରୁତ ଗତିରେ ଥିବା ଏକ ଟ୍ରକ୍‌ ବାରିକେଡ଼ରେ ଚଢ଼ିଯିବାରୁ ଘଟଣାସ୍ଥଳରେ ୧୭ଜଣ ନିର୍ମାଣଧୀନ ଶ୍ରମିକଙ୍କ ମୃତ୍ୟୁ ହେବାସହ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବାର ଜଣାପଡ଼ିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଶ୍ରମିକମାନେ କର୍ଣ୍ଣାଟକର ବିଜାପୁରରରୁ ପୁନେ ଅଭିମୁଖେ ଯାଉଥିଲେ। ଘଟଣାସ୍ଥଳରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ମୁମ୍ବାଇ-ବେଙ୍ଗାଲୁରୁ ହାଇୱେ ଓଭରଟର୍ଣ୍ଣିଂ କରିବା ପୂର୍ବରୁ ଖମ୍ବାଟ୍‌କି ଘାଟ ନିକଟରେ […]

Sharad Pawar
ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବେ ଶରଦ ପାୱାର?

ରାଷ୍ଟ୍ରପତି ପଦ ପାଇଁ ମୋ ନାଁ ଚର୍ଚ୍ଚା ହେବା ହିଁ ଆଦୌ ଠିକ୍‌ ନୁହେଁ। ପ୍ରଶାନ୍ତ ଯେଉଁ ସମୟରେ ମୋ ସହ ସାକ୍ଷାତ୍‌ କରିଥିଲେ ତାହା ସମ୍ପର୍ଣ୍ଣ ରାଜନୈତିକ ଥିଲା। ସେ ସମୟରେ ଏ ନେଇ କୌଣସି ଆଲୋଚନା ମଧ୍ୟ ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି। କେବଳ ଏତିକି ନୁହେଁ ବରଂ ଆଗାମୀ ନିର୍ବାଚନ ଅର୍ଥାତ୍‌ ୨୦୨୪ରେ ହେବାକୁ ଥିବା ସାଧରଣ ନିର୍ବାଚନକୁ ନେଇ ମଧ୍ୟ ଆମ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ।

night curfew 1
କରୋନା ସ୍ଥିତି ଅଣାୟତ୍ତ, ମହାରାଷ୍ଟ୍ରରେ ୧୫ ଦିନିଆ କର୍ଫ୍ୟୁ ଲଗାଇଲେ ରାଜ୍ୟ ସରକାର

ଆସନ୍ତାକାଲିଠାରୁ ମହାରାଷ୍ଟ୍ରରେ ଲାଗିବ କର୍ଫ୍ୟୁ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏହି ସମୟରେ କେବଳ ଜରୁରୀ ସେବା ଓ ସାମଗ୍ରୀକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ। କେବଳ ଜରୁରୀ ସେବାରେ ଥିବା ଲୋକମାନେ ସାଧାରଣ ପରିବହନ ବ୍ୟବହାର କରିପାରିବେ ବୋଲି ସୂଚନା ମିଳିଛି।

jail
ଜେଲରେ ମିଳିବ ଚିକେନ୍ : କଏଦୀଙ୍କୁ ଦିଆଯିବ ରେଷ୍ଟୁରାଣ୍ଟ ପରି ବ୍ୟଞ୍ଜନ

କଏଦୀ ଆଉ ଜେଲର ପାଣିଚିଆ ଖାଦ୍ୟ ପାଇଁ ଅଭିଯୋଗ କରିବେ ନାହିଁ । ମହାରାଷ୍ଟ୍ର ଜିଲ୍ଲାର ଅତିରିକ୍ତ ମହାସଂଚାଳକ ସୁନୀଲ ରାମାନନ୍ଦ ଏହି ସୂଚନା ଦେଇଛନ୍ତି ।

Anil Deshmukh
ପୂର୍ବତନ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟର ଚଢାଉ

ନୂଆଦିଲ୍ଲୀ: ଆର୍ଥିକ ଦୁର୍ନୀତି ମାମଲାରେ ଆଜି ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାଗପୁର ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଚଢାଉ ହୋଇଛି । ରେଡ୍‌ ସମୟରେ ତଲାସ ବେଳେ ଦେଶମୁଖ ଘରେ ଉପସ୍ଥିତ ଥିଲେ କି, ନାହିଁ ତାହା ଜଣାପଡ଼ିନାହିଁ…