Advertisment

CCTV Record: ରିସେପସନିଷ୍ଟଙ୍କ ଚୁଟି ଟାଣି ଗୋଇଠା ମାରି ବେହାଲ କଲେ ଯୁବକ, ସିସିଟିଭିରେ କଏଦ ଦୃଶ୍ୟ

ମହାରାଷ୍ଟ୍ରର ଥାନେରେ ଏକ ଘରୋଇ କ୍ଲିନିକରେ ଡାକ୍ତରଙ୍କ ଚ୍ୟାମ୍ବରକୁ ବିନା ଅନୁମତିରେ ପଶିବାକୁ ମନା କରିବାରୁ ଜଣେ ମଦ୍ୟପ ଯୁବକ କାର୍ଯ୍ୟରତ ରିସେପସନିଷ୍ଟଙ୍କୁ ମାଡ ମାରିଥିବାର ଅଭିଯୋଗ ଆସିଛି।

author-image
Chinmayee Sahoo
ଅଦ୍ୟତନ ହୋଇଛି
ଯୁବକ

ଯୁବକ

ଡାକ୍ତରଙ୍କ ଚ୍ୟାମ୍ବରକୁ ବିନା ଅନୁମତିରେ ପଶିବାକୁ ମନା କରିବାରୁ ଜଣେ ରିସେପସନିଷ୍ଟଙ୍କୁ ଛୁଟି ଟାଣି ତଳେ ପକାଇ ପିଟି ଚାଲିଥିଲେ ଜଣେ ଯୁବକ। ଏ ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି।

Advertisment

ମହାରାଷ୍ଟ୍ରର ଥାନେରେ ଏକ ଘରୋଇ କ୍ଲିନିକରେ ଡାକ୍ତରଙ୍କ ଚାମ୍ବରକୁ ବିନା ଅନୁମତିରେ ପ୍ରବେଶ କରିବାକୁ ମନା କରିବାରୁ ଉକ୍ତ କ୍ଲିନିକରେ ରିସେପସନିଷ୍ଟ ଭାବେ କାମ କରୁଥିବା ଜଣେ ମହିଳା (୨୬)ଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଜଣେ ନିଶାସକ୍ତ ଯୁବକ।

କ୍ଲିନିକରେ ଡାକ୍ତର ଜଣେ ପ୍ରତିନିଧିଙ୍କ ସହ ବୈଠକରେ ଥିବା ବେଳେ ବିନା ଅନୁମତିରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ପ୍ରଦୀପ କଲସାରେ। ତେଣୁ ପ୍ରଦୀପଙ୍କୁ ରିସେପସନିଷ୍ଟ ସୋନାଲୀ ଭିତରକୁ ପ୍ରବେଶ କରିବାକୁ ଦେଇ ନଥିଲେ। ମଦ୍ୟପ ଅବସ୍ଥାରେ ଥିବା ପ୍ରଦୀପ ସୋନାଲିଙ୍କୁ ଗୋଇଠା ମାରିବା ସହ ଚୁଟି ଟାଣି ମାଡ ମାରିଥିଲେ। ଶେଷରେ ସେ କ୍ଲିନିକର କର୍ମଚାରୀ ଏବଂ ଅନ୍ୟ ରୋଗୀଙ୍କ ସମ୍ପର୍କୀୟଙ୍କ ଦ୍ୱାରା ଉଦ୍ଧାର ହୋଇଥିଲେ। ଏହି ଘଟଣା ସିସିଟିଭିରେ ରେକର୍ଡ ହୋଇଥିଲା।

Advertisment

ସୋନାଲୀ ମାନପଡ଼ା ଥାନାରେ ଗୋକୁଳ ଝାଙ୍କ ବିରୁଦ୍ଧରେ ଅଭିଯୋଗ ଦାୟର କରିଥିଲେ। ପୁଲିସ ମଙ୍ଗଳବାର ଅଭିଯୁକ୍ତଙ୍କୁ ଗିରଫ କରି ଏହି ମାମଲାର ତଦନ୍ତ କରୁଛି। ଏହି ଘଟଣା ସଂକ୍ରାନ୍ତରେ ପୋଲିସ୍ କହିଛନ୍ତି, "ପୀଡ଼ିତାଙ୍କ ଅଭିଯୋଗ ଆଧାରରେ, ଆମେ ଆକ୍ରମଣ, ଅଶ୍ଳୀଳ ଭାଷା ବ୍ୟବହାର ଏବଂ ମହିଳାଙ୍କ ସମ୍ମାନକୁ ଆଘାତ କରିବା ଅଭିଯୋଗରେ ଭାରତୀୟ ନ୍ୟାୟ ସଂହିତାର ସଂପୃକ୍ତ ଧାରାଗୁଡ଼ିକ ଅଧୀନରେ ଏକ ଏଫଆଇଆର ରୁଜୁ କରିଛୁ।"

ଅଧିକ ପଢ଼ନ୍ତୁ: ମା’ ଅପମାନର ପ୍ରତିଶୋଧ, ବାଡେଇ ବାଡେଇ ମାରିଲା ପୁଅ; ଧରା ପକାଇ ଦେଲା ସୋସିଆଲ ମିଡିଆ

Maharashtra Working Hours
Advertisment
Advertisment