Advertisment

Pune Engineer Suicide: ଅଧାରୁ ମିଟିଂ ଛାଡି ଅଫିସ ବିଲ୍ଡିଂରୁ ଡେଇଁ ଜୀବନ ହାରିଲେ IT ଇଞ୍ଜିନିୟର

ଅଫିସରେ ମିଟିଂ ଚାଲୁଥିବା ବେଳେ ମିଟିଂ ଛାଡି ପୁଣେରେ ଆଇଟି ଇଞ୍ଜିନିୟର ପୀୟୂଷ ଅଶୋକ କାବାଡେ ଫିସ ବିଲ୍ଡିଂର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେ ଏକ ସୁଇସାଇଡ୍ ନୋଟ୍ ଛାଡି ଯାଇଛନ୍ତି।

author-image
Chinmayee Sahoo
ଅଦ୍ୟତନ ହୋଇଛି
IT Engineer

IT Engineer

ପୁଣେରେ ଜଣେ ୨୩ ବର୍ଷୀୟ ଆଇଟି ଇଞ୍ଜିନିୟର ସୋମବାର ସକାଳେ ଏକ ମିଟିଂ ପରେ ନିଜ ଅଫିସ ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆଇଟି ଇଞ୍ଜିନିୟର ପୀୟୂଷ ଅଶୋକ କାବାଡେ ପୁଣେର ହିଞ୍ଜେଓ୍ଵାଡି ଆଇଟି ପାର୍କରେ ଥିବା ନିଜ ଅଫିସ ବିଲ୍ଡିଂର ସପ୍ତମ ମହଲାରୁ ଡେଇଁ ପଡିଥିଲେ। ପୋଲିସର ସୂଚନା ଅନୁଯାୟୀ, ଏହି ଘଟଣା ଗତକାଲି ସକାଳ ପ୍ରାୟ ୯ଟା ୩୦ ସମୟରେ ହିଞ୍ଜେଓ୍ଵାଡି ଫେଜ୍‌-ୱାନରେ ଥିବା ଆଟଲାସ କୋପକୋ ନାମକ କମ୍ପାନୀରେ ଘଟିଥିଲା, ଯେଉଁଠାରେ ପୀୟୂଷ ଗତ ବର୍ଷ ଜୁଲାଇ ମାସରୁ କାମ କରୁଥିଲେ।

Advertisment

ପୀୟୂଷ ଏକ ମିଟିଂରେ ଯୋଗ ଦେଇଥିବା ବେଳେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରି ମିଟିଂ ଛାଡି ବାହାରକୁ ପଳାଇଥିଲେ। କିଛି ମୁହୂର୍ତ୍ତ ପରେ ସେ ବିଲ୍ଡିଂର ସପ୍ତମ ମହଲାରୁ ଡେଇଁ ପଡିଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।

୨୩ ବର୍ଷୀୟ ଏହି ଯୁବକ ତାଙ୍କ ପରିବାର ପାଇଁ ଏକ ସୁଇସାଇଡ୍ ନୋଟ୍ ଛାଡ଼ିଥିବା ପୁଲିସ କହିଛି। ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍‌ ମିଳିଥିଲା, ଯେଉଁଥିରେ ପୀୟୂଷ ଲେଖିଥିଲେ: “ମୁଁ ଜୀବନରେ ସବୁଠାରେ ବିଫଳ ହୋଇଛି। ମୋତେ କ୍ଷମା କରି ଦିଅ।” ତାଙ୍କ ବାପାଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତାରେ ସେ ଲେଖିଥିଲେ ଯେ, ସେ ନିଜକୁ ତାଙ୍କ ପୁଅ ହେବାରେ ଅଯୋଗ୍ୟ ମନେ କରୁଛନ୍ତି ଏବଂ ନିଜ କାର୍ଯ୍ୟ ପାଇଁ କ୍ଷମା ମାଗିଛନ୍ତି।

Advertisment

ବରିଷ୍ଠ ପୋଲିସ ଇନ୍ସପେକ୍ଟର ବଳଜି ପାଣ୍ଡ୍ରେ ଏହି ଘଟଣାର ନିଶ୍ଚିତି କରି କହିଛନ୍ତି ଯେ, ଆତ୍ମହତ୍ୟାର କାରଣ ଜାଣିବା ପାଇଁ ଅଧିକ ତଦନ୍ତ ଚାଲିଛି। ସୂଚନାଯୋଗ୍ୟ, ପୀୟୂଷ କାବାଡେ ମହାରାଷ୍ଟ୍ରର ନାସିକର ବାସିନ୍ଦା ଥିଲେ।

ଅଧିକ ପଢନ୍ତୁ: କଲେଜ ହଷ୍ଟେଲରୁ ମିଳିଲା MBBS ଛାତ୍ରୀଙ୍କ ମୃତଦେହ, ସୁଇସାଇଡ ନୋଟରେ ସାଂଘାତିକ ଖୁଲାସା

Suicide Bid Maharashtra Pune Youth Dies
Advertisment
Advertisment