Advertisment

Rickshaws:ସୁପ୍ରିମକୋର୍ଟ ନେଲେ ବଡ଼ ନିଷ୍ପତ୍ତି,ଏଣିକି ଆଉ ରାସ୍ତାରେ ଗଡ଼ିବନି ରିକ୍ସା

ରିକ୍ସାଟଣା ଉପରେ ଲାଗିଲା କଟକଣା। ସୁପ୍ରିମକୋର୍ଟ ନେଲେ ବଡ଼ ନିଷ୍ପତ୍ତି। ଏଣିକି ଆଉ ରାସ୍ତାରେ ଗଡ଼ିବନି ରିକ୍ସା ।

author-image
Manasranjan Mohanty
Rickshaws

Rickshaws

ରିକ୍ସା....ଅତି ଜଣାଶୁଣା ନାଁଟିଏ। ଆଧୁନିକ ଦୁନିଆରେ ଏହାର ରୂପ ବଦଳିଗଲାଣି ସତ। ହେଲେ ଏବେବି ସେହି ପୁରାତନ ହାତଟଣା ଓ ସାଇକଲ ରିକ୍ସା ରାସ୍ତାରେ ଗଡ଼ୁଛି। ଏହି ରିସ୍କା ନାଁ ସହିତ ଆପଣଙ୍କ କିଛି ନା କିଛି ଅନୁଭୂତି ନିଶ୍ଚିତ ଯୋଡ଼ି ହୋଇଥିବ। ଆଉ ଏଥିରେ ବସି ଆପଣ କେବେ ନା କେବେ ନିଶ୍ଚିତ ବୁଲିଥିବେ। ହେଲେ ଏବେ ରାସ୍ତା ଉପରେ ଆଉ ଦେଖିବାକୁ ମିଳିବନି ଏହି ରିକ୍ସା। କାରଣ ସୁପ୍ରିମକୋର୍ଟ ଦ୍ୱାରା ରିକ୍ସାଟଣା ଉପରେ ଜାରି ହୋଇଛି କଟକଣା। ମଣିଷଙ୍କ ଦ୍ୱାରା ମଣିଷଙ୍କୁ ଟଣାଯିବାକୁ ଅମାନବୀୟ କହିଛନ୍ତି କୋର୍ଟ। ଆଉ ଏପରି ବ୍ୟବସ୍ଥାକୁ ତୁରନ୍ତ ବନ୍ଦ କରିବାକୁ ନେଇଛନ୍ତି ନିଷ୍ପତ୍ତି ।

Advertisment

ତେବେ ଏହି କଟକଣା ମହାରାଷ୍ଟ୍ରରେ ଲାଗୁ ହେବାକୁ ଯାଉଥିବା ବେଳେ ସାରା ଦେଶରେ ଜାରି ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ସୁପ୍ରିମକୋର୍ଟ ମହାରାଷ୍ଟ୍ରର ହିଲ୍ ଷ୍ଟେସନ ମାଥେରାନରେ ଚାଲୁଥିବା ହାତ ରିକ୍ସା ଉପରେ ତୁରନ୍ତ ନିଷେଧ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଅମାନବୀୟ ବୋଲି କହିଛନ୍ତି। ଭାରତର ମୁଖ୍ୟ ବିଚାରପତି ବି.ଆର୍. ଗଭାଇ ତିନି ଜଣ ବିଚାରପତିଙ୍କ ଖଣ୍ଡପୀଠ ପକ୍ଷରୁ ନିର୍ଦ୍ଦେଶ ଦେଇ କହିଛନ୍ତି, "କୌଣସି ବ୍ୟକ୍ତି ଅନ୍ୟ ଜଣଙ୍କୁ ସ୍ୱେଚ୍ଛାକୃତ ଭାବରେ ଟାଣନ୍ତି ନାହିଁ। ସେ ଏପରି କରନ୍ତି କାରଣ ତାଙ୍କର ଜୀବିକା ପାଇଁ ଅନ୍ୟ କୌଣସି ଉପାୟ ନାହିଁ, କିନ୍ତୁ ଏପରି ଅଭ୍ୟାସ ମାନବିକ ମର୍ଯ୍ୟାଦା ବିରୁଦ୍ଧରେ। ଏହାକୁ ଜାରି ରଖିବା ସାମାଜିକ ଏବଂ ଆର୍ଥିକ ନ୍ୟାୟର ସାମ୍ବିଧାନିକ ପ୍ରତିଶ୍ରୁତିକୁ ଅବମାନନା କରିବା ଭଳି ହେବ।"

ଅଦାଲତ ତାଙ୍କ ଆଦେଶରେ ୧୯୮୦ ମସିହାର ଐତିହାସିକ 'ଆଜାଦ ରିକ୍ସା ପୁଲର୍ସ ଆସୋସିଏସନ ବନାମ ପଞ୍ଜାବ' ନିଷ୍ପତ୍ତି ଉଲ୍ଲେଖ କରିଛନ୍ତି। ସେହି ନିଷ୍ପତ୍ତିରେ ରିକ୍ସା ଚାଳକଙ୍କୁ ଏକ ମର୍ଯ୍ୟାଦାଜନକ ଜୀବନ ଦେବା ପାଇଁ ଅନେକ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ "ଏହା ଦୁର୍ଭାଗ୍ୟଜନକ ଯେ ସ୍ୱାଧୀନତାର ୭୮ ବର୍ଷ, ସମ୍ବିଧାନର ୭୫ ବର୍ଷ ଏବଂ ଏହି ଐତିହାସିକ ନିଷ୍ପତ୍ତିର ୪୫ ବର୍ଷ ପରେ ମଧ୍ୟ ହାତ ରିକ୍ସା ଚାଲୁ ରହିଛି।"

Advertisment

ତେଣୁ କୋର୍ଟ ରାଜ୍ୟ ସରକାରଙ୍କୁ ହାତ ରିକ୍ସା ଚାଳକଙ୍କୁ ଇ-ରିକ୍ସା ଯୋଗାଇବା ପାଇଁ ଏକ ନୀତି ପ୍ରସ୍ତୁତ କରିବାକୁ କହିଛନ୍ତି। ଚଳିତ ବର୍ଷ ଫେବୃଆରୀରେ, ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ 6 ମାସ ମଧ୍ୟରେ ଏକ ଇ-ରିକ୍ସା ନୀତି ପ୍ରସ୍ତୁତ କରିବାକୁ କହିଥିଲେ। ଏବେ କୋର୍ଟ ହାତ ରିକ୍ସା ଉପରେ ତୁରନ୍ତ ନିଷେଧ ଲଗାଇଛନ୍ତି।

Supreme Court Maharashtra
Advertisment
Related Articles
Advertisment