/odishatv-khabar/media/media_files/2025/11/24/loot-2025-11-24-11-35-56.jpg)
Robbery in Balasore Photograph: (OTV)
ଦୋକାନ ବନ୍ଦ କରି ଫେରୁଥିବା ବେଳେ ମଦ ଦୋକାନ ମ୍ୟାନେଜରଙ୍କୁ ଆକ୍ରମଣ । ୧୬ ନମ୍ବର ଜାତୀୟ ରାଜପଥ ଉପରେ ଆକ୍ରମଣ କରି ଲୁଟିନେଲେ ୧ ଲକ୍ଷ ୩୦ ହଜାର ଟଙ୍କା ସହିତ ସୁନା ଚେନ ଓ ମୋବାଇଲ୍ l ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଷ୍ଟେସନ ରୋଡ଼ରେ ଏଭଳି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଖବର ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଓଳିହାପଟଣା ଗାଁର ପୁନେଶ୍ୱର କୁମାର ମଦ ଦୋକାନ ବନ୍ଦ କରି ଫେରୁଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ଏକ ପଲସର ବାଇକରେ ଆସି ତାଙ୍କୁ ଅଟକାଇଥିଲେ ଅତର୍କିତ ଆକ୍ରମଣ କରିଥିଲେ। ପୁନେଶ୍ୱରଙ୍କ ହାତ ଓ ଅଣ୍ଟାକୁ କଟୁରୀରେ ଆକ୍ରମଣ କରିଥିଲେ l ପରେ ତାଙ୍କ ଠାରୁ ଟଙ୍କା ଓ ସୁନା ନେଇ ଫେରାର ହୋଇଯାଇଥିଲେ l
ସ୍ଥାନୀୟ ଲୋକେ ପୁନେଶ୍ୱରଙ୍କୁ ଉଦ୍ଧାର କରି ପ୍ରଥମେ ଖନ୍ତାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି l ଖନ୍ତାପଡ଼ା ପୋଲିସ ଘଟଣାସ୍ଥଳରେ ଛାନଭିନ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)