/odishatv-khabar/media/post_attachments/uploadimage/library/16_9/16_9_0/Arrest_1753676896.jpg)
Arrest
ଲୋଭ ହେଲା କାଳ। ଦିଲ୍ଲୀରୁ ଲୁଟି ବାଲେଶ୍ବର ଜିଲ୍ଲା ନୀଳଗିରିରୁ ବନ୍ଧା ହେଲେ ଓ ଶେଷରେ ଜେଲ୍ ବି ଗଲେ। ଏପରି ଏକ ଘଟଣା ବାଲେଶ୍ବର ଜିଲ୍ଲା ନୀଳଗିରିରେ ଘଟିଛି। ଗିରଫ ବ୍ୟକ୍ତିଜଣକ ହେଲେ କାଶୀନାଥ ମଲ୍ଲିକ ।
ଦିଲ୍ଲୀର ସି.ଆର.ପାର୍କ ଥାନା ଅଞ୍ଚଳରେ ଜଣେ ବିଲଡର ଘରୁ ୮୦ ଲକ୍ଷ୍ ଟଙ୍କା ଚୋରି ଘଟଣାରେ ପୋଲିସ୍ ୩ ଜଣଙ୍କୁ ବାନ୍ଧିଛି। ଗିରଫ ୩ ଜଣ ହେଲେ ଆଶୁତୋଷ ମଲ୍ଲିକ, ଜଗବନ୍ଧୁ ମଲ୍ଲିକ ଓ କାଶୀନାଥ ମଲ୍ଲିକ ।
ଦିଲ୍ଲୀର ଜଣେ ବିଲଡରଙ୍କ ଘରେ କଳାକନା ବୁଲାଇବା ପରେ ତିନି ଜଣ ଚୋର ଟଙ୍କା ନେଇ ଓଡ଼ିଶା ଫେରାର ହେଉଥିଲେ। ମାତ୍ର ଖବର ପାଇ ତୁରନ୍ତ ଛାନଭିନ ଆରମ୍ଭ କରିଥିଲା ପୋଲିସ୍।
ପୋଲିସ୍ ଦିଲ୍ଲୀ ରେଳ ଷ୍ଟେସନରୁ ଆଶୁତୋଷ ମଲ୍ଲିକଙ୍କୁ କାବୁ କରିଥିବା ବେଳେ ଅନ୍ୟ ଦୁଇ ଜଣ ଭାଗ ଟଙ୍କାନେଇ ସେଠୁ ଫେରାର ହୋଇଥିଲେ। ଜଗବନ୍ଧୁ ବିହାର ପାଟଣାକୁ ପଳାଇ ଯାଇଥିବା ସୂଚନା ପାଇ ଦିଲ୍ଲୀ ପୋଲିସ ତା’ର ପିଛା କରିଥିଲା। ପାଟଣାରୁ ଜଗବନ୍ଧୁଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ୍।
ମାତ୍ର କାଶୀନାଥ ୨୦ ଲକ୍ଷ ଟଙ୍କା ନେଇ ନୀଳଗିରି ପଲେଇ ଆସିଥିଲା । ଖବର ପାଇ ଦିଲ୍ଲୀ ପୋଲିସ ନୀଳଗିରି ପୋଲିସର ସହଯୋଗରେ ଭିମେଇ ଗାଁରେ ଚଢ଼ାଉ କରିଥିଲା। ସେଠାରୁ କାଶୀନାଥ ମଲ୍ଲିକଙ୍କୁ ଗିରଫ କରିବା ସହ ୨୦ ଲକ୍ଷ ଟଙ୍କା ଜବତ କରିଛି । ଗିରଫ ପରେ କାଶୀନାଥଙ୍କୁ ପୋଲିସ୍ ଦିଲ୍ଲୀ ନେଇଥିବା ଜଣାପଡିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)