/odishatv-khabar/media/post_attachments/uploadimage/library/16_9/16_9_0/loot_1752909085.jpg)
loot
ବିଦେଶକୁ ହନିମୁନରେ ଯିବାକୁ ପ୍ଲାନିଂ କରୁଥିବା ନବବିବାହିତ ଦମ୍ପତି ସାଧାରଣତଃ ପର୍ସନାଲ ଲୋନ୍ କରିଥାଆନ୍ତି । କିନ୍ତୁ ହନିମୁନ୍ ପାଇଁ ଟଙ୍କା ଯୋଗାଡ କରିବାକୁ ଜଣେ ଯୁବକ ଅପରାଧ କରିବାକୁ ପଛାଇଲା ନାହିଁ । କପିଳ କାଶ୍ୟପ ନାମକ ଏହି ଯୁବକ ଏସି ମେକାନିକର ପରିଚୟ ଦେଇ ଜଣେ ସରକାରୀ ଅଫିସରଙ୍କ ଘରେ ପଶିଲା । ଘରେ ସେତେବେଳେ ଏହି ସରକାରୀ ଅଧିକାରୀଙ୍କ ପତ୍ନୀ ଏକୁଟିଆ ଥିଲେ । ସଚିବାଳୟରେ ଚାକିରି କରୁଥିବା ଏହି ଅଧିକାରୀ ଜଣକ ସେହି ସମୟରେ ଡ୍ୟୁଟିରେ ଥିଲେ ।
ଘର ଭିତରକୁ ଅଭିଯୁକ୍ତ କପିଳ ଓ ତାର ଜଣେ ସାଙ୍ଗ ପଶିଥିଲେ । ଆଗ ସେମାନେ ଅଧିକାରୀଙ୍କ ପତ୍ନୀଙ୍କ ବେକରେ ଛୁରି ଲଗାଇ ଦେଇଥିଲେ । ତାଙ୍କ ତଣ୍ଟିରୁ ରକ୍ତ ବାହାରିବା ପରେ ତାଙ୍କ ମୁଣ୍ଡକୁ କାନ୍ଥରେ ପିଟି ଦେଇଥିଲେ । ମହିଳାଜଣକ ତଳେ ପଡିଯିବା ପରେ ଦୁଇ ଅଭିଯୁକ୍ତ କପିଳ ଓ ଧୀରଜ ତାଙ୍କ ଘରୁ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇ ଫେରାର୍ ହୋଇଯାଇଥିଲେ । ଏପରିକି ମହିଳାଙ୍କ ବେକରୁ ସୁନା ଚେନ୍ ଓ କାନ ରିଙ୍ଗ୍ ନେଇଯାଇଥିଲେ ।
ପୋଲିସ ଏହି ଘଟଣାର ତଦନ୍ତ କରି କପିଳକୁ ଗିରଫ କରିଛି । ପୋଲିସ ନିକଟରେ କପିଳ ସ୍ୱୀକାର କରିଛି ଯେ ୨୦ ଦିନ ତଳେ ସେ ଜଣେ ନାବାଳିକାକୁ ବିବାହ କରିଛି । ବାହାଘର ପରେ ସେମାନେ ସ୍ୱିଜରଲାଣ୍ଡ ହନିମୁନ୍ ପାଇଁ ଯିବାକୁ ଚାହୁଁଥିଲେ । ଏହି ଲୁଟ୍ ଅର୍ଥରେ ସେମାନେ ବିଦେଶ ଗସ୍ତରେ ଯାଇଥାଆନ୍ତେ । ହେଲେ ଗିରଫ ହେବା ପରେ କପିଳକୁ ଜେଲକୁ ପଠାଇ ଦିଆଯାଇଛି । ତାର ହନିମୁନ୍ ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି ।
ଏହି ଅପରାଧ କରିବାକୁ ତାଙ୍କର ସାହସ ନଥିଲା । ତେଣୁ ସେମାନେ ନିଶା ସେବନ କରିଥିଲେ । ଲୁଟ୍ କରିବା ପୂର୍ବରୁ ସେମାନେ ଏହି ଅଞ୍ଚଳରେ ରେକି କରିଥିଲେ । ଏହି ଘରଟିକୁ ସେମାନେ ସଫ୍ଟ ଟାର୍ଗେଟ୍ କରିଥିଲେ । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଦୁଇ ଅଭିଯୁକ୍ତ ହେଉଛନ୍ତି ଡ୍ରଗ ଆଡିକ୍ଟ । କପିଳ ନାମରେ ଆଗରୁ ୬ଟି ଚୋରି କେଶ୍ ରହିଛି । ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ବିରୋଧରେ ଗୁଣ୍ଡା ଆକ୍ଟ ମଧ୍ୟ ଲଗାଯିବ । ସିସିଟିଭି ଫୁଟେଜ ଯାଞ୍ଚ କରି ପୋଲିସ କପିଳ ପାଖରେ ପହଞ୍ଚି ପାରିଥିଲା ବୋଲି ସେ କହିଛନ୍ତି । ଲକ୍ଷ୍ନୌ ଇନ୍ଦିରାନଗରରେ ଘଟିଛି ଏହି ଘଟଣା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)