• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kendrapara

police
ହୋଟେଲରେ ପୋଲିସର ଚଢାଉ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ଏକ ହୋଟେଲ ଉପରେ ପୋଲିସର ଅଚାନକ ଚଢାଉ। ଚଢାଉ ବେଳେ ପୋଲିସ ୩ ଜଣ ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିଛି। ନିଜର ପରିଚୟ ସଠିକ୍‌ ଭାବରେ ଦେଇନଥିବାରୁ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ସେମାନଙ୍କୁ ଅଟକ ରଖିଛି। ତେବେ ସମସ୍ତଙ୍କ ଘର କେନ୍ଦ୍ରାପଡ଼ା ଅଞ୍ଚଳରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

pregent woman kicked
ଗର୍ଭବତୀଙ୍କୁ ଡକାୟତମାନେ ଗୋଇଠା ମାରିବାରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦୋଷିଆ ଗାଁରେ ଅମାନବୀୟ ଘଟଣା।  ଲୁଟ୍ ବେଳେ ଜଣେ ୭ମାସର ଗର୍ଭବତୀଙ୍କୁ ଡକାୟତମାନେ ଗୋଇଠା ମାରିବାରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗର୍ଭବତୀ ଜଣକ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏକ ମୃତ ଶିଶୁକୁ ଜନ୍ମ ଦେଇଛନ୍ତି।  ଗତ ୧୧ତାରିଖରେ ଏହି ଘଟଣା ଘଟିଛି। ଅନ୍ୟପକ୍ଷରେ, ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି।

new born alive
ଆଶା କର୍ମୀଙ୍କ ପ୍ରଚେଷ୍ଟା ଯୋଗୁଁ ମିଳିଲା ଜୀବନ

ଭୁବନେଶ୍ୱର: ଯାହାକୁ ଡାକ୍ତର ମୃତ ଘୋଷଣା କରିଥିଲେ ତା ଜୀବନ ବଞ୍ଚାଇଛନ୍ତି ଆଶା କର୍ମୀ। ମୃତ ଘୋଷିତ ନବଜାତକୁ ନୂତନ ଜୀବନ ଦେଇଛନ୍ତି ଜଣେ ଆଶା କର୍ମୀ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ ଘଟଣା। କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ଏପରି କିଛି ଅଭିଯୋଗ ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ରାଜକନିକା ତଳଚୁଆ ପଞ୍ଚାୟତର ଜଣେ ମହିଳା ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ତେବେ ନବଜାତ ଜନ୍ମ ହେବା କ୍ଷଣି ତାକୁ […]

kendrapara
ଛୁରୀ ଦେଖାଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା। ଛୁରୀ ଦେଖାଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। କେନ୍ଦ୍ରାପଡା ଜିଲ୍ଲା ଅଙ୍ଗୁଳାଇରେ ଜଣେ କଲେଜ ଛାତ୍ରୀ ସ୍କୁଟିରେ ଘରକୁ ଫେରୁଥିବାବେଳେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ଦୁର୍ବୃତ୍ତ ଜଣକ ତାକୁ ଦୁଷ୍କର୍ମ ପରେ ଅଶ୍ଳୀଳ ଫଟୋ ଉଠାଇବାକୁ ବାଧ୍ୟ କରିଥିବା ମଧ୍ୟ ଛାତ୍ରୀ ଜଣକ କହିଛନ୍ତି। ଧମକ ଚମକ ଦେଇ ଫଟୋ ଉଠାଇଥିବାବେଳେ ଏହାକୁ ଭାଇରାଲ କରିବାକୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଛି। ସେହି ଅଶ୍ଳୀଳ […]

kendrapara
ନାବାଳିକାଙ୍କୁ ଅସଦାଚାରଣ ଅଭିଯୋଗ ଘଟଣାରେ ୭ ଜଣ ଗିରଫ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ପିତାପାଟ ଗାଁରେ ନାବାଳିକା ଅସଦାଚାରଣ ଅଭିଯୋଗ ଘଟଣାରେ ୭ ଜଣ ଗିରଫ। ୭ଜଣଙ୍କୁ ଗିରଫ କରିଛି ଜମ୍ବୁ ମେରାଇନା ଥାନା ପୋଲିସ୍‌। ଅଭିଯୋଗ ଅନୁସାରେ ନାବାଳିକାଙ୍କୁ ଗାଁ ମୁଣ୍ଡରେ ଏହି ୭ଜଣ ଯୁବକ ଅଶ୍ଳୀଳ ଇଙ୍ଗିତ କରିବା ସହ ମାଡ଼ ମାରିଥିଲେ ଓ ଅସଦାଚରଣ କରିଥିଲେ।  ଘଟଣାରେ ନାବାଳିକାର ବୟାନ ରେକର୍ଡ କରିବା ସହ ୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ୍‌।

truck overturns
ପିଆଜ ବୋଝେଇ ଟ୍ରକ ଓଲଟି ୨ ମୃତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା SP ଅଫିସ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।  ମିନି ଟ୍ରକ ଓଲଟି ପଡିବାରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଡ୍ରାଇଭର ରମେଶ ସ୍ୱାଇଁ ଓ ପବିତ୍ର ସୁତାର। ରମେଶଙ୍କ ଘର ବାଲିପଡାରେ ହୋଇଥିବା ବେଳେ ପବିତ୍ରଙ୍କ ଘର ପଟ୍ଟାମୁଣ୍ଡାଇ ଅଞ୍ଚଳରେ।  ଆଉ ଜଣକୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଭୁବନେଶ୍ୱରରୁ ଏକ ମିନି ଟ୍ରକରେ ପିଆଜ ଲୋଡ କରି ପଟ୍ଟାମୁଣ୍ଡାଇ […]