Advertisment

Male Friend Detained:କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁ ଘଟଣା, ଚେନ୍ନାଇରୁ ପୁରୁଷ ବନ୍ଧୁଙ୍କୁ ଧରିଲା ପୋଲିସ୍

କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁ ଘଟଣାରେ ବଡ଼ ଅପ୍‌ଡେଟ୍‌ । ଚେନ୍ନାଇରୁ ପୁରୁଷ ବନ୍ଧୁଙ୍କୁ ଧରିଲା ପୋଲିସ୍ । ଖୁବଶୀଘ୍ର ଯୁବତୀଙ୍କ ମୃତ୍ୟୁର ରହସ୍ୟ ଖୋଲିପାରେ ।

author-image
Manasranjan Mohanty
Male Friend Detained

Male Friend Detained

କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁ ଘଟଣାରେ ବଡ଼ ଅପ୍‌ଡେଟ୍‌ । ଚେନ୍ନାଇରୁ ପୁରୁଷ ବନ୍ଧୁଙ୍କୁ ଧରିଲା ପୋଲିସ୍ । ଖୁବଶୀଘ୍ର ଯୁବତୀଙ୍କ ମୃତ୍ୟୁର ରହସ୍ୟ ଖୋଲିପାରେ । ଝିଅର ମୃତ୍ୟୁ ନେଇ ପୁରୁଷ ବନ୍ଧୁଙ୍କୁ ଦାୟୀ କରିଥିଲେ ବାପା । ଏହାକୁ ସେ ଆତ୍ମହତ୍ୟା ବୋଲି କହିବା ସହ ଝିଅର ପୁରୁଷ ବନ୍ଧୁକୁ ଦାୟୀ କରିଥିଲେ। କହିଥିଲେ, ବ୍ରେକ୍ ଅପ୍ ହେଲା ପରେ ଫଟୋ ଭାଇରାଲ୍ ସହ ବ୍ଲାକମେଲ୍ କରୁଥିଲା ଝିଅର ବୟଫ୍ରେଣ୍ଡ। ଏପରିକି ହତ୍ୟା ଧମକ ବି ଦେଇଆସୁଥିଲା।

Advertisment

ଗତକାଲି ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶବ ବ୍ୟବଚ୍ଛେଦ ପରେ ପୀଡ଼ିତାଙ୍କ ଘରେ ପହଞ୍ଚିଥିଲା ମୃତଦେହ । ପରିବାର ଲୋକଙ୍କ ଦର୍ଶନ ପରେ ଶ୍ମଶାନରେ ହୋଇଥିଲା ଅନ୍ତିମ ସଂସ୍କାର । ଶବ ସତ୍କାର ବେଳେ ପୂରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।

ସେପଟେ ବଦଳି ହୋଇଛନ୍ତି ପଲେଇ ବାବୁ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ଯୁବତୀ ଜଳିଯିବା ମାମଲାରେ ଆକ୍ସନ୍। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ASI ଶୈଳେନ୍ଦ୍ର ପଲେଇଙ୍କୁ ଜିଲ୍ଲା ପୋଲିସ୍ ମୁଖ୍ୟାଳୟକୁ ବଦଳି କରିଛନ୍ତି କେନ୍ଦ୍ରାପଡ଼ା ଏସପି। ପୀଡ଼ିତାଙ୍କ ବାପା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ASI ଶୈଳେନ୍ଦ୍ର ପଲେଇଙ୍କ ନାଁରେ ଅଭିଯୋଗ କରିଥିଲେ।

Advertisment

ତେବେ ଯୁବତୀଙ୍କ ପୋଡି ହେବା ଘଟଣାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଯୁବତୀଙ୍କ ମୃତ୍ୟୁ କେମିତି ହେଲା? କେଉଁ ପରିସ୍ଥିରେ ଘର ଭିତରେ ପୋଡ଼ିଗଲେ ଯୁବତୀ? ନିଜେ ଜଳିଗଲେ ନା ତାଙ୍କୁ ଜାଳି ଦିଆଗଲା? ତାଙ୍କ ମୃତ୍ୟୁ ସହ କଥାକଥିତ ବୟଫ୍ରେଣ୍ଡର ସମ୍ପର୍କ କଣ? ଏବେ ଏସବୁ ଦିଗକୁ ନେଇ ଖୋଳତାଡ଼ କରୁଛି ପୋଲିସ୍। ମୃତଦେହର ବ୍ୟବଚ୍ଛେଦରୁ ବଡ଼ ତଥ୍ୟ ମିଳିବାର ସମ୍ଭାବନା ରହିଛି। ସେପଟେ କେନ୍ଦ୍ରାପଡ଼ା ଏସପି ପୀଡିତାଙ୍କ ଗାଁକୁ ଯାଇ ସରଜମିନ ତଦନ୍ତ କରିଛନ୍ତି। ଯୁବତୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ ତଦନ୍ତ ହେଉଛି।

ପଟ୍ଟାମୁଣ୍ଡାଇ ଥାନା କାଠିଆପଡ଼ା ଗାଁରେ ଜଣେ ଯୁବତୀ ନିଆଁରେ ଜଳି ଯାଇଥିଲେ। ଝିଅର ଏଭଳି ଅବସ୍ଥା ପଛରେ ପୋଲିସର ଦାୟିତ୍ବପଣିଆକୁ ନେଇ ପ୍ରଶ୍ନ ବି ଉଠାଇଥିଲେ ବାପା। ତାଙ୍କ କହିବା କଥା, ଝିଅର ବୟଫ୍ରେଣ୍ଡର ଧମକ ଚମକ ସଂପର୍କରେ ଗତ ୬ରୁ ୮ ମାସ ତଳେ ଏତଲା ଦେବାକୁ ପଟ୍ଟାମୁଣ୍ଡାଇ ଥାନାକୁ ଯାଇଥିଲେ। କିନ୍ତୁ ସେଠାରେ ଥିବା ପୋଲିସ ଅଧିକାରୀ ତଥା ପଲେଇ ବାବୁ ଯୁବକର ଫୋନ ନମ୍ବର ବ୍ଲକ୍ କରିଦେବାକୁ କହିଥିଲେ। କେହି କିଛି ନଶୁଣିବାରୁ ଏବେ ଏତଲା କପିକୁ ଚିରିଦେଲି ବୋଲି ବି କହିଥିଲେ ମୃତ ଯୁବତୀଙ୍କ ବାପା।

Student Kendrapara Pattamundai
Advertisment
Related Articles
Advertisment