Advertisment

ଉଛୁଳା ନଦୀକୁ ଡେଇଁଲେ ଯୁବତୀ

ଉଛୁଳା ନଦୀକୁ ଡେଇଁଲେ ଯୁବତୀ। ଦେଖୁଦେଖୁ ନଦୀର ପ୍ରଖର ସ୍ରୋତରେ ଭାସି ଚାଲିଲେ ଯୁବତୀଜଣକ । ଏହା ଦେଖି ଦେଖଣାହାରୀ ଚକିତ ରହିଥିବା ବେଳେ ଯୁବତୀଙ୍କ ବଞ୍ଚିବା ଆଶା ଛାଡ଼ି ଦେଇଥିଲେ। ହେଲେ ଯାହାକୁ ରଖେ ହରି, ତାକୁ ବା କିଏ ମାରିପାରିବ ।

author-image
Niharika Routray
Drowning Case

Drowning Case

ଉଛୁଳା ନଦୀକୁ ଡେଇଁଲେ ଯୁବତୀ। ଦେଖୁଦେଖୁ ନଦୀର ପ୍ରଖର ସ୍ରୋତରେ ଭାସି ଚାଲିଲେ ଯୁବତୀଜଣକ । ଏହା ଦେଖି ଦେଖଣାହାରୀ ଚକିତ ରହିଥିବା ବେଳେ ଯୁବତୀଙ୍କ ବଞ୍ଚିବା ଆଶା ଛାଡ଼ି ଦେଇଥିଲେ। ହେଲେ ଯାହାକୁ ରଖେ ହରି, ତାକୁ ବା କିଏ ମାରିପାରିବ । ଅସମ୍ଭବ ସମ୍ଭବ ହେଲା ଓ ଉଛୁଳା ନଦୀରୁ ଜୀବନ୍ତ ଫେରିଛନ୍ତି ଯୁବତୀ। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା କେନ୍ଦ୍ରାପଡା ଜିଲ୍ଲାରେ ଘଟିଛି।

Advertisment

କେନ୍ଦ୍ରାପଡା ଜିଲ୍ଲା କଳପଡା ସେତୁ ଉପରୁ ଆଜି ଜଣେ ଯୁବତୀ ଭରା ଲୁଣା ନଦୀକୁ ଡେଇଁ ପଡ଼ିଥିଲେ। ଯୁବତୀଙ୍କ ଘର ମାର୍ଶାଘାଈ ବ୍ଲକ ବଉଳାଙ୍ଗ ଗ୍ରାମରେ ବୋଲି ଜଣାପଡ଼ିଛି।

ଉକ୍ତ ସମୟରେ ସେହି ବାଟ ଦେଇଯାଉଥିବା କିଛି ଲୋକ ଏହା ଦେଖିଥିଲେ। ଯୁବତୀଙ୍କୁ ଉଦ୍ଧାର କରିବାପାଇଁ ଜଣେ ଭିନ୍ନକ୍ଷମ ଯୁବକ ସଙ୍ଗେସଙ୍ଗେ ନଦୀକୁ ଡେଇଁ ପଡ଼ିଥିଲେ । ମାତ୍ର ସେ ତାଙ୍କୁ ଉଦ୍ଧାର କରି ପାରିନଥିଲେ।

Advertisment

ମାତ୍ର ପରେ ଆଉ ତିନି ଯୁବକ ନଦୀକୁ ଡେଇଁ ପ୍ରଖର ସ୍ରୋତରେ ପହଁରି ଚାଲିଥିଲେ। ଯୁବତୀଙ୍କ ପଛେପଛେ ପ୍ରାୟ ୪ କିଲୋମିଟର ପହଁରି ସେମାନେ ତାଙ୍କୁ ଉଦ୍ଧାର କରିଥିଲେ।

ଇତି ମଧ୍ୟରେ ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ସେମାନେ ନଦୀରୁ ଯୁବତୀଙ୍କୁ ଉଦ୍ଧାର କରି କୂଳକୁ ଆଣିଛନ୍ତି।

ଯୁବତୀ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ସ୍ଥାନୀୟ ଲୋକମାନେ ଭର୍ତ୍ତି କରିଛନ୍ତି। ନଦୀକୁ ଡେଇଁବା କାରଣ ଅସ୍ପଷ୍ଟ ରହିଛି। ଭରା ନଦୀରୁ ଉଦ୍ଧାର କରିଥିବା ଯୁବକ ଙ୍କ ସାହସିକତା ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି।

Odisha Kendrapara Otv Rescue Drowning Case
Advertisment
Advertisment