Advertisment

Flood broken the backbone of life: ବନ୍ୟା ଭାଙ୍ଗିଦେଲା ମେରୁଦଣ୍ଡ

ବ୍ରାହ୍ମଣୀ ନଦୀ ବନ୍ୟା ଭାଙ୍ଗି ଦେଇଛି ଲୋକଙ୍କ ମେରୁଦଣ୍ଡ। ଚାଷବାସ ପ୍ରଭାବିତ, ସପ୍ତାହେ ହେଲା ଜଳୁନି ଚୂଲି। ଆଉ ପିଇବା ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ପାଣିରେ ପଶି ଯା ଆସ କରୁଛନ୍ତି। ବନ୍ୟା ପାଣି ସାମାନ୍ୟ ଖସିଥିଲେ ବି ବଢିଚାଲିଛି ଲୋକଙ୍କ ଦୁର୍ଦ୍ଦଶା।

author-image
Biranchi sahoo
ଅଦ୍ୟତନ ହୋଇଛି
FLOOD

FLOOD

ବନ୍ୟା ପାଣିରେ ବତୁରି ଯାଇଛି ଝାଟିମାଟିର ଘର। କେଉଁଠି ପାଣିରେ ବୁଡିଛି ଚାଷ ଜମି ତ କେଉଁଠି ବୁଡ଼ି ରହିଛି ନଳକୂଅ। ଆଉ ଏ ହେଉଛି ପାଣି ସାମାନ୍ୟ କମିବା ପରର ଦୃଶ୍ୟ। କିଏ ଘରର ମାଟି କାନ୍ଥ ସଜାଡିବାରେ ବ୍ୟସ୍ତ ତ କିଏ ଫାଉଡ଼ା ଧରି ସମତୁଲ କରୁଛନ୍ତି ପାହାଚ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବ୍ରାହ୍ମଣୀ ନଦୀର ବନ୍ୟା ତାଉ ଦେଖାଇବା ପରେ ଏବେ ଧିରେଧିରେ ସୁଧୁରୁଛି ସ୍ଥିତି। ସପ୍ତାହେ ପରେ ଲୋକେ ଟିକେ ଘରୁ ବାହାରିଛନ୍ତି। କିଏ ବେପାର ବଣିଜ ଲାଗି ଗାଁ ବାହାରକୁ ଯାଉଛନ୍ତି ତ କିଁ ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟ ଯୋଗାଡ଼ରେ ଲାଗିଛନ୍ତି। ଆଉ ଅନେକଙ୍କ ଘରେ ଏବେ ବି ଚୂଲି ଜଣିନି।

Advertisment

ବ୍ରାହ୍ମଣୀ ନଦୀରେ ଏତେ ଶୀଘ୍ର ବନ୍ୟା ଆସିଯିବ କେବେ ଆକଳନ କରିନଥିଲେ ଅଞ୍ଚଳବାସୀ। ଧାନ ରୁଆ ସରିବା ପରେ ବଢ଼ିପାଣି ଆସି ସବୁ ଗିଳିଦେଲା। ଆଉ ବର୍ଷକର ଦାନାପାଣି ପାଇଁ ଚାଷୀ କରିବେ କଣ ସେ ନେଇ ଚିନ୍ତାରେ ପଡିଛନ୍ତି। ଏଭଳି ସ୍ଥିତିରେ ସରକାର ଚାଷୀଙ୍କୁ କମ ଦିନିଆ ଧାନ ବିହନ ମାଗଣାରେ ଯୋଗାଇ ଦେବାକୁ ଦାବି ହୋଇଛି। ଅନ୍ୟପଟେ ସରକାର ଏ ସଂପର୍କରେ ଅବଗତ ଅଛନ୍ତି, ନିର୍ଦ୍ଦେଶ ଆସିଲେ ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି ବିଡିଓ କହିଛନ୍ତି।

ପ୍ରଶାସନ ପକ୍ଷରୁ କିଛି ଅଞ୍ଚଳରେ ଗୋଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଏଯାଏଁ ଲୋକଙ୍କ ପାଖରେ ରିଲିଫ୍ ସାମଗ୍ରୀ କିନ୍ତୁ ପହଞ୍ଚି ପାରିନି।

Advertisment
Odisha Farmer Odisha Flood Flood Control Kendrapara
Advertisment
Advertisment