/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752733577.jpg)
CM helicopter
କେନ୍ଦ୍ରପଡ଼ାରୁ ମୁମ୍ବାଇ ଗଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହେଲିକପ୍ଟର । ଉଡ଼ି ଉଡ଼ି ନୁହେଁ ବରଂ ସଡ଼କ ପଥରେ ଟ୍ରକରେ ଲଦା ହୋଇ ନିଆଗଲା ମୁମ୍ବାଇ । ମାସାଧିକ କାଳ ଅଚଳ ହୋଇ ପଡିରହିବା ପରେ ମୁମ୍ବାଇରୁ ଆସିଥିବା ଟେକ୍ନିକାଲ ଟିମ୍ ହେଲିକପ୍ଟରକୁ ଟ୍ରକରେ ଲଦି ନେଇଛନ୍ତି । ଆଜି ଟ୍ରକଟି ବାହାରିଥିବା ବେଳେ, ମୁମ୍ବାଇ ପହଞ୍ଚିବାକୁ ୮ରୁ ୧୦ ଦିନ ସମୟ ଲାଗିବ ।
ପୋଲିସ, ଅଗ୍ନିଶମ ବାହିନୀ ଓ ଇଞ୍ଜିନିୟରମାନଙ୍କ ମିଳିତ ସହଯୋଗରେ ହେଲକପ୍ଟରକୁ ଲୋଡିଂ କରାଯାଇଥିଲା। ଗତ ଜୁନ୍ ୯ରେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏହି ହେଲିକପ୍ଟର କେନ୍ଦ୍ରାପଡ଼ା ଆସିଥିଲା। ତେବେ ବଜ୍ରପାତ ଯୋଗୁଁ ହେଲିକପ୍ଟରଟି ଅଚଳ ହୋଇପଡ଼ିଥିଲା । ଏନେଇ ଓଟିଭିରେ ଖବର ପ୍ରସାରଣ ପରେ ପ୍ରଶାସନ ତତ୍ପରତା ଦେଖାଇଥିଲା ।
ହେଲିକପ୍ଟର ଯଞ୍ଚ୍ ପାଇଁ ଗତ ୧୨ ତାରିଖରେ ଟେକ୍ନିକାଲ ଟିମ୍ ପହଞ୍ଚିଥିଲା। ଏହି ଟିମ୍ ପ୍ରଥମ ପର୍ଯ୍ୟାୟରେ ହେଲିକପ୍ଟରରୁ ତେଲ କାଢ଼ିଥିଲା ଓ ପରେ ଫ୍ୟାନ୍ ବ୍ରେଡ୍ କାଢ଼ି ବାକ୍ସ ମଧ୍ୟରେ ରଖିଥିଲା। ଗତକାଲିଠାରୁ ଟ୍ରକ୍ ଆସିଥିବା ବେଳେ ଆଜି ଟେକ୍ନିକାଲ ଟିମ୍ ପହଞ୍ଚିବା ପରେ ହେଲିକପ୍ଟର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)