ପବନର ବେଗ କମିଛି କିନ୍ତୁ ଝିପି ଝିପି ବର୍ଷା ହେଉଛି । ତେବେ ଏହି ବର୍ଷାରେ ଚାଷ ଜମିର ଅବସ୍ଥା କଣ ରହିଛି ଦେଖନ୍ତୁ ...
ବାତ୍ୟା ଜୱାଦ ପ୍ରଭାବରେ ଗତକାଲି ରାତିରୁ କେନ୍ଦ୍ରାପଡାରେ ଝିପିଝିପି ବର୍ଷା ହେଉଛି । ମହାକାଳପଡାରେ ସର୍ବାଧିକ ୨୫ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ କେନ୍ଦ୍ରାପଡା ପ୍ରତିନିଧି ମନୋଜ କୁମାର ସ୍ୱାଇଁ ।
ସମ୍ବାବ୍ୟ ବାତ୍ୟା ଓ ଲଘୁଚାପ ଜନିତ ବର୍ଷା ନେଇ ଚାଷୀଙ୍କ ମନରେ ପଶିଛି ଛନକା । ଧାନ ଚାଷ ବର୍ତ୍ତମାନ ଅମଳ ହୋଇନଥିବାରୁ ଚାଷୀଙ୍କୁ ଚିନ୍ତା ଘାରିଛି । ବର୍ଷାରୁ ଧାନ ଚାଷ ଉଜୁଡି ଯିବା ନେଇ ଆଶଙ୍କା କରିଛି ଚାଷୀ । କେନ୍ଦ୍ରାପଡାରୁ ଏ ନେଇ ଚାଷୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ରିପୋର୍ଟର ମନୋଜ ସ୍ୱାଇଁ ।
ବିଜେଡ଼ି ନେତା ଯୁଆଡ଼େ ଯାଉଛନ୍ତି, କଂଗ୍ରେସ ଓ ବିଜେପି ତଡ଼ି ତଡ଼ି ଅଣ୍ଡା ମାଡ଼ କରୁଛନ୍ତି। କିନ୍ତୁ ଏଠି ପୂରା ଓଲଟା। ବିଜେଡି କର୍ମୀ ଏଠି କେନ୍ଦ୍ର ଜଳଶକ୍ତି ଓ ଜନଜାତି ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗାଡି ଉପରକୁ ମାରିଲେ ଅଣ୍ଡା।
ଦିନେ ଜାତୀୟ ସ୍ତରରେ ଫୁଟବଲ ଖେଳୁଥିଲେ, ଏବେ ପର ଦୁଆରେ ମୂଲ ଲାଗୁଛନ୍ତି । ଆଉ ଏହି ମହିଳା ଜଣକ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଦେମାଳ ଗ୍ରାମର ଜାତୀୟ ମହିଳା ଫୁଟବଲ ଖେଳାଳି ସୁଜାତା ମଳିକ। ।
ସରି ସରି ଯାଉଛି ଆଳୁ ଚାଷ ସମୟ, କିନ୍ତୁ ଚାଷୀ ପାଖରେ ପହଞ୍ଚି ପାରିଲାନି ବିହନ। ଖୋଲା ବଜାରରୁ ଚଢା ଦରରେ ବିହନ କିଣି କ୍ଷତି ସହୁଛି ଚାଷୀ। କେନ୍ଦ୍ରାପଡା ଜିଲ୍ଲାର ହଜାର ହଜାର ଆଳୁ ଚାଷୀ ଏବେ ବିହନ ଅଭାବରୁ ଚିନ୍ତାରେ ପଡିଯାଇଛନ୍ତି । ଦେଖନ୍ତୁ ଏହାର ପୁରା ରିପୋର୍ଟ ।
ସ୍ତ୍ରୀ ରୋଗୀଣା। ପରିଣତ ବୟସରେ ମାଆ। ଦୁଇ ବଢିଲା ଝିଅଙ୍କୁ ନେଇ ସ୍କୁଲ ଘରେ ଦିନ କାଟୁଛନ୍ତି ପଦ୍ମଚରଣ। ନିଜେ ରୋଜଗାର କରିବାକୁ ଅକ୍ଷମ ହୋଇଥିବା ବେଳେ ଘର ତୋଳିବା ହୋଇ ପଡିଛି ସାତ ସପନ।
ପୁଅ ଆଗ ନିଖୋଜ ହେଲା। କୁଆଡ଼େ ଗଲା କେହି କିଛି ଜାଣିପାରିଲେନି। ପ୍ରାୟ ଦୁଇ ସପ୍ତାହ ପରେ ଗୋଟେ କେନାଲରୁ ମିଳିଲା ମୃତ ଦେହ।
ରୋଗରେ ଘାଣ୍ଟି ହେଉଛନ୍ତି ଦମ୍ପତି। ମୁଣ୍ଡ ଉପରେ ନାହିଁ ଛାତ କି ଚାଳଛପର। ଏଭଳି ପରିସ୍ଥିତିରେ ସ୍କୁଲ ଘର ପାଲଟିଛି ଆଶ୍ରୟସ୍ଥଳୀ। ଦୁଇ ବଢ଼ିଲା ଝିଅଙ୍କୁ ନେଇ ବଡ଼ ଅସହାୟ ଅବସ୍ଥାରେ ଶ୍ରେଣୀ ଗୃହରେ ଜୀବନ କାଟିବାକୁ ପଡୁଛି । ଏହିଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମେଳକ ସାହି ପ୍ରାଥମିକ ସ୍କୁଲରେ ।
ମା ଗଜଲକ୍ଷ୍ମୀଙ୍କର ପୂଜାରେ ଲାଗିଛି କରୋନା କଳଙ୍କ। କେବଳ ବିଧିରକ୍ଷା ପାଇଁ ମଣ୍ଡପରେ ଚାଲିଛି ପୂଜା
ରୋଗରେ ଘାଣ୍ଟି ହେଉଛନ୍ତି ଦମ୍ପତି। ମୁଣ୍ଡ ଉପରେ ନାହିଁ ଛାତ କି ଚାଳଛପର। ଏଭଳି ପରିସ୍ଥିତିରେ ସ୍କୁଲ ଘର ପାଲଟିଛି ଆଶ୍ରୟସ୍ଥଳୀ। ଦୁଇ ବଢ଼ିଲା ଝିଅଙ୍କୁ ନେଇ ବଡ଼ ଅସହାୟ ଅବସ୍ଥାରେ ଶ୍ରେଣୀ ଗୃହରେ ଜୀବନ କାଟିବାକୁ ପଡୁଛି।
ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ। ଆଜିଠୁ ନଭେମ୍ବର ୧ ତାରିଖ ଯାଏ ଏହି ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ଗଜଲକ୍ଷ୍ମୀ ପୂଜାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
କାଗଜ କଲମରେ ଟଙ୍କା ଉଠିଛି ପୁଳା ପୁଳା। କୋଉଠି ପାର୍କ, କୋଉଠି ପୋଖରୀ। ଦେଖିଲା ବେଳକୁ ପାର୍କରେ ଘାସ ମୁଠେ ନାହିଁ ତ ପୋଖରୀ ପାଚେରୀ ଭୁସୁଡ଼ି ପଡ଼ିଛି। ମହାତ୍ମାଙ୍କ ନାଁରେ ବି ଲୁଟିନେଲେ।
ଗାଙ୍ଗଷ୍ଟାର ତଥା ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର ପୁଅ ସେକ୍ କାଦିର ଓରଫ ମୁନ୍ନାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଦୌରା ଜଜ୍ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭାରିଗଦା ଠାରେ ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପକୁ ନେଇ ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି। ସରକାର ଓ ବିଭାଗୀୟ ଅଧିକାରୀ ମାନେ ଆଇଆଇଟି ହାଇଦ୍ରାବାଦର ମିଥ୍ୟା ତଥ୍ୟ ଦେଇ ମଞ୍ଜୁରୀ କରିଥିବା ଅଭିଯୋଗଆଣି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ରାଜକନିକା ଥାନାରେ ଏତଲା ଦେଇଛନ୍ତି ।
ଖରସ୍ରୋତା ମେଗା ଜଳଯୋଗାଣ ପ୍ରକଳ୍ପକୁ ନେଇ ପୁଣି ତେଜିଲା ବିବାଦ। ପ୍ରକଳ୍ପ ନେଇ ଆଇଆଇଟି ହାଇଦ୍ରାବାଦ୍ କୌଣସି ରିପୋର୍ଟ ଦେଇନଥିବା ଆରଟିଆଇରେ ଜଣାପଡିବା ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।
ଲଗାଣ ବର୍ଷାରେ ୬ ଜଣଙ୍କର ମୃତ୍ୟୁ ହେଲାଣି, ୨ ନିଖୋଜ। କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ହେଲାଣି।
କେନ୍ଦ୍ରାପଡ଼ା ଜିଲ୍ଲା କପାଳେଶ୍ୱର ପଞ୍ଚାୟତର ଏ ଦୁଇ ପୋଖରୀର ଦୃଶ୍ୟ ଥରେ ଦେଖନ୍ତୁ । ଯଦି ସବୁ ପଞ୍ଚାୟତରେ ଏମିତି ହୁଅନ୍ତା ତେବେ ଓଡ଼ିଶାର ପୋଖରୀକୁ ବି ଲୋକେ ବୁଲି ବୁଲି ଦେଖନ୍ତେ ।
ଗତ ରାତିରେ ବାଇକ୍ ଚାଳକ ଜଣକ ବିନା ହେଲମେଟରେ କେନ୍ଦ୍ରାପ଼ଡା ଅଭିମୁଖେ ଯାଉଥିବା ବେଳେ ପୁଲିସ ତାଙ୍କୁ ଅଟକାଇଥିଲା । ଏହାପରେ ହେଲମେଟ୍ କାହିଁ ବୋଲି ପ୍ରଶ୍ନ କରିଥିଲା । ତେବେ ପୁଲିସ ତାଙ୍କୁ ଦୁର୍ବ୍ୟବହାର କରିଥିବା ଚାଳକ ଅଭିଯୋଗ କରିଥିଲେ । ସେପଟେ ବାଇକ୍ ଚାଳକ ହେଲମେଟ୍ ପିନ୍ଧିନଥିବା ବେଳେ ପଚାରିବାରୁ ଡ୍ୟୁଟିରେ ଥିବା ମହିଳା SIଙ୍କୁ ଦୁର୍ବ୍ୟବହାର କରିଥିବା ପୁଲିସ କହିଥିଲା।
କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଭାରିଗଦାଠାରେ ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଆଜି ଭାରିଗଦା ମେଗା ପ୍ରକଳ୍ପ ସ୍ଥଳକୁ ଯାଇ ଖରସ୍ରୋତା ସଂଗ୍ରାମ ସମିତି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରାପଡାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ରାଜ୍ୟ ସରକାର ଜନଶୁଣାଣି ନକରି ଗୁପ୍ତରେ ପ୍ରକଳ୍ପ କରୁଛନ୍ତି।
କେନ୍ଦ୍ରାପଡ଼ା ଭାରିଗଦା ଗଣ୍ଡଗୋଳ ପରେ ପୋଲିସ ଉପସ୍ଥିତିରେ କଡ଼ା ସୁରକ୍ଷାରେ ଆଜିଠୁ ପୁଣି ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଛି।ପ୍ରକଳ୍ପ କାମ ଆଗେଇ ନେବା ପାଇଁ ସେଠାରେ ୨୨ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି।
ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି କେନ୍ଦ୍ରାପଡ଼ା ଭାରିଗଦାରେ ଚାପା ଉତ୍ତେଜନା ଲାଗି ରହିଛି। ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଗତକାଲି ପ୍ରକଳ୍ପ ସ୍ଥାନରେ ଲୋକମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଯେଉଁମାନେ ଭଙ୍ଗାରୁଜାରେ ସାମିଲ ଥିଲେ, ସେମାନଙ୍କ ମଧ୍ୟରୁ ଅନେକ ଲୋକଙ୍କୁ ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି ।
ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି କେନ୍ଦ୍ରାପଡ଼ା ଭାରିଗଦାରେ ଚାପା ଉତ୍ତେଜନା ଲାଗି ରହିଛି। ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଗତକାଲି ପ୍ରକଳ୍ପ ସ୍ଥାନରେ ଲୋକମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଯେଉଁମାନେ ଭଙ୍ଗାରୁଜାରେ ସାମିଲ ଥିଲେ, ସେମାନଙ୍କ ମଧ୍ୟରୁ ଅନେକ ଲୋକଙ୍କୁ ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି।
ପ୍ରତିବାଦ କରିଥିଲେ ପ୍ରଶାସନ ଶୁଣିଲାନି। ଚେତାବନୀ ଦେଇଥିଲେ ସରକାର ଶୁଣିଲେନି। ଶେଷରେ ଉଗ୍ର ହେଲା ଜନ ଅସନ୍ତୋଷ। ପାଣି ପାଇଁ କେନ୍ଦ୍ରାପଡ଼ା ପାଲଟିଲା ରଣକ୍ଷେତ୍ର। କେନ୍ଦ୍ରାପଡ଼ା ଭାରିଗଦାରେ ଖରସ୍ରୋତା ପାନୀୟ ଜଳପ୍ରକଳ୍ପ ବିରୋଧରେ ଲୋକଙ୍କ ରୋଷ ଭିତରେ ଭିତରେ କେତେ ଭୟଙ୍କର ଭାବେ କୁହୁଳୁଥିଲା, ଆଜି ତାର ଉଗ୍ର ପ୍ରତିଫଳନ ହୋଇଛି।