ମୁମ୍ବାଇର ଏକ ସ୍ୱେଚ୍ଛାସେବୀ ସଂଗଠନ ଯାମିନୀଙ୍କଠୁ ଠିକଣା ଖୋଜି ତାଙ୍କୁ ଗାଁରେ ପହଞ୍ଚାଇଛନ୍ତି । ଯଦିଓ ଅସୁସ୍ଥତା କାରଣରୁ ଯାମିନୀ କଥାବାର୍ତ୍ତା କରିପାରୁ ନାହାନ୍ତି, କିନ୍ତୁ ସମସ୍ତଙ୍କୁ ଚିହ୍ନି ପାରୁଛନ୍ତି ।
ସମୟ ପ୍ରାୟ ଦିନ ପ୍ରାୟ ୧୦ଟା। ଖଣ୍ଡିଆ ବନ୍ଧ ଗାଁରେ ଏଇ ମୁଖ୍ୟ ରାସ୍ତା ଦେଇ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଯୁବ ଡାକ୍ତର ସୁଜିତ କୁମାର ସାମଲ। କାରରେ ଯାଉଥିବା ବେଳେ ଠିକ୍ ଏଇ ସ୍ଥାନରେ ଘଟିଥିଲା ବିରାଟ ବିସ୍ଫୋରଣ।
ତାଙ୍କ ଜୀବନ୍ତ ଅଭିନୟରେ ସମସ୍ତେ ହସି ହସି ବେଦମ ହେଉଥିଲେ । ତାଳି ମାରୁଥିଲେ । ଆଖପାଖ ଗାଁରେ ସମସ୍ତଙ୍କ ପ୍ରିୟର ହାସ୍ୟ ଅଭିନେତା ଥିଲେ । ହେଲେ ବାସ୍ତବ ଜୀବନରେ ଇଶ୍ୱର ତାଙ୍କୁ ଏମିତି ଏକ ମୋଡ଼ରେ ଆଣି ପହଞ୍ଚାଇଛନ୍ତି, ସାହାଯ୍ୟ ପାଇଁ ନେହୁରା ହେବାଛଡ଼ା ଅନ୍ୟ ଉପାୟ ନାହିଁ ।
ଯେଉଁଠି କିଛି ଦିନ ତଳେ ଧାନ ରୋଇଥିଲେ, ଆଜି ଉଜୁଡ଼ି ଯାଇଥିବା କେଣ୍ଡାକୁ ଧରି ବସିଛନ୍ତି ଚାଷୀା ଆଣ୍ଠୁଏ ଉଚ୍ଚର ପାଣି ସଜ ପରିବାକୁ ନଷ୍ଟ କରିଛିା ବାଇଗଣଠୁ ଆରମ୍ଭ କରି କଖାରୁ, କଦଳୀରୁ କଲରା ସବୁ କିଛି ଉଜାଡ଼ି ଦେଇଛି ବଢ଼ିଲା ନଈା
ମିଶନଶକ୍ତି ଏମବିକେଙ୍କ ନାଁରେ ସାଙ୍ଘାତିକ ଠକେଇ । ସଭନେତ୍ରୀ ଓ ସଂପାଦକଙ୍କ ଜାଲ ଦସ୍ତଖତରେ ୯ ଲକ୍ଷ ଲୁଟ୍ ।
ବିଚିତ୍ର ଶିକ୍ଷା ବ୍ୟବସ୍ଥା । ୮ଟି ଶ୍ରେଣୀକୁ ମାତ୍ର ୨ ଜଣ ଶିକ୍ଷକ...ପୁଣି ଦୁଇଟି କ୍ଲାସ୍ରେ ବସି ପଢୁଛନ୍ତି ପୂରା ଶ୍ରେଣୀର ପିଲା । ପାଠ ପଢା ହେଉନଥିବାରୁ ବୋଲବମ୍ ଗଲେ ବି ପିଲାଏ କରୁଛନ୍ତି ଡ୍ୟାନ୍ସ ।
ବସ୍ତିର କିଛି ବାସିନ୍ଦା ୨୦୧୭ରୁ ପଟ୍ଟା ପାଇଥିଲେ ବି ଜମି ଚିହ୍ନଟ କରାଉନି ପ୍ରଶାସନ । ସ୍ଥାୟୀ ଜମି କିମ୍ବା ସରକାରୀ ପଟ୍ଟା ମିଳିନଥିବାରୁ ଘର ଖଣ୍ଡିଏ କରି ପାରୁନାହାନ୍ତି ହିତାଧିକାରୀ । ଏମିତି ସ୍ଥିତିରେ ଦୋଛକିରେ ଛିଡା ହୋଇ ଭାଗ୍ୟକୁ ନିନ୍ଦିବା ଛଡ଼ା ଆଉ କିଛି ଚାରା ବି ନାହିଁ।
ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ପରେ ରଂଜନ ମୁଣ୍ଡ ଗୁଞ୍ଜିଥିବା ଚାଳ ଛପର ଘରଟିକୁ ଭାଙ୍ଗି ପକ୍କା ଘର କାର୍ଯ୍ୟ ଆରମ୍ଭ କରିଥିଲେ । ହାତରେ ଟଙ୍କା ନଥିବାରୁ ଧାର କରଜ କରିବା ସହିତ ସିମେଣ୍ଟ, ବାଲି ଓ ଗୋଡ଼ି ଆଜି ସାମଗ୍ରୀ ବାକିରେ ଆଣି ଘର କାର୍ଯ୍ୟ ଆରମ୍ଭ କରିଥିଲେ । ଘର କାମ ସିନା ଆରମ୍ଭ ହେଲା ହେଲେ ଦୀର୍ଘ ଦିନ ହେବ ହିତାଧୀକାରୀ ରଂଜନଙ୍କ ଆକାଉଣ୍ଟକୁ ଆବାସ ସହାୟତା ଟଙ୍କା ଆସିନଥିଲା।
ବ୍ୟାଙ୍କ ଗଲେ ଟଙ୍କା ମିଳିଲାନି । ପୋଷ୍ଟ ଅଫିସ ଗଲେ ଟଙ୍କା ମିଳିଲାନି । ଶେଷରେ ଭତ୍ତା ପାଇଁ ପଞ୍ଚାୟତ ଅଫିସ ଘେରିଲେ ହିତାଧିକାରୀ…
ହଁ ସତରେ.. ସେ ଦିନ ସତେ ଯେମିତି ନଈ ମଝିରେ ଯମ ଜଗିଥିଲା । ନାଉରିଆ ତ ଠାକୁରଙ୍କୁ ଡାକି ନାଆ ବୋହିଥିଲା । ଆଉ ଯାତ୍ରୀ ବି ଖୁସିରେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବାକୁ ଡଙ୍ଗାରେ ବସିଥିଲେ । ହେଲେ କାତ ମାରି କେତେବାଟ ନାଆ ଯାଇଛି କି ନାହିଁ ସବୁ କିଛି ଓଲଟପାଲଟ ହୋଇଗଲା ।
ଆଳି: ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡ଼ି ୨ ନିଖୋଜ । ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡାଗଡ଼ ଯାଉଥିବା ବେଳେ ଅଘଟଣ ।
ଅଲିଭ ରିଡଲେ କଇଁଛଙ୍କ ପାଇଁ ଟ୍ରଲର ଚଳାଚଳ ଉପରେ ଲାଗିଛି ରୋକ୍, ଚିନ୍ତାରେ ମତ୍ସ୍ୟଜୀବୀ
ଅଦରକାରୀ ପଲିଥିନ ଓ ପ୍ଲାଷ୍ଟିକ୍ରେ ତିଆରି ସୁନ୍ଦର କଳାକୃତି ପାଇଁ କେନ୍ଦ୍ରାପଡ଼ାର ଜଣେ ମହିଳାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । କିଏ ସେହି ମହିଳା ଏବଂ କ’ଣ ତାଙ୍କ ନିଆରା ଉଦ୍ୟମ, ଆସନ୍ତୁ ଜାଣିବା।
ଭାଉଜ ମଥାରେ ସିନ୍ଦୂର ଦେଲା ଦିଅର। କଥାଟି ଶୁଣି ଟିକେ ଅଡୁଆ ଲାଗୁଛି। ହେଲେ ଏଥିପାଇଁ ଦିଅର ଅନୀଲଙ୍କୁ ଛୁଟୁଛି ପ୍ରଶଂସାର ସୁଅ। ନିଜ କଥା ନଭାବି ଗାଁର ଏହି ଯୁବକ କେମିତି ୩ଟି ପିଲାଙ୍କୁ ଅନାଥ ହେବାରୁ ବଞ୍ଚେଇ ଦେଲେ, ତାହା ଜାଣିଲେ, ଆପଣ ବି କହିବେ, ସାବାସ୍ ଅନୀଲ୍…
ଜଳସଂପଦ ଅଧିକାରୀ, ଜେଇ...ଠିକାଦାର ସବୁ ମିଳିମିଶି ଖାଇଦେଲେ ସରକାରୀ ଟଙ୍କା। ରାସ୍ତା ନାଁରେ ଟଙ୍କା ତ ଆସିଛି କିନ୍ତୁ ଏ ରାସ୍ତା କାମ କେମିତି ହୋଇଛି ଦେଖିଲେ ଆପଣଙ୍କ ମୁଣ୍ଡ ବୁଲାଇ ଦେବ। ୫ କୋଟିର ରାସ୍ତାରେ ଖାଲି ଖାଲ ହିଁ ଖାଲ
କୁମ୍ଭୀର ମୁହଁରୁ ମୁକୁଳିଲେ ନିତ୍ୟାନନ୍ଦ, ଆଉ ଏବେ ଲୋମଟାଙ୍କୁରା କାହାଣୀ ବଖାଣୁଛନ୍ତି...
ବୟସ ସିନା କଅଁଳ ମନର ସାହସ କିନ୍ତୁ ପଥର ପରି ଟାଣ..ଆଉ ସେଇ ସାହସ ପାଇଁ କୁମ୍ଭୀର ମୁହଁରୁ ମୁକୁଳି ଆସିଛି ଓମ୍ ପ୍ରକାଶ। ତା’ ସାହସ ପାଇଁ ଏବେ ସବୁଠି ଚର୍ଚ୍ଚା...ସମସ୍ତଙ୍କ ମୁହଁରେ ଏବେ ଗୋଟିଏ କଥା ସାବାସ୍ ଓମ୍..ସାବାସ୍।
ପୁଅ ଜନ୍ମ ହେବ ବୋଲି କେତେ କଣ ଆୟୋଜନ କରିଥିଲା ବାପା। ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲା ସ୍ତ୍ରୀ...ଶୌଚ ହେବାକୁ ଯାଇଥିବା ବେଳେ ବାପାକୁ ଖାଇଦେଲା କୁମ୍ଭୀର। ପୁଅ ଜନ୍ମ ହେବା ଖୁସିରେ ନାଁ ସ୍ୱାମୀକୁ ହରାଇବା ଦୁଃଖରେ କାନ୍ଦିବ ସ୍ତ୍ରୀ....କାନ୍ଦବୋବାଳିରେ ଫାଟି ପଡ଼ୁଛି ପୂରା ପରିବାର
ନବମ ଶ୍ରେଣୀର ଏଇ ଝିଅଟିର ହାତରେ ରହିଛି ଯାଦୁ । ପେନସିଲ୍ ଧରିଲେ ଅବିକଳ ଚିତ୍ର ଆଙ୍କିଦେଉଛନ୍ତି । ଦୈବୀ ଆଶୀର୍ବାଦ ପାଇଥିଲା ଭଳି ବଢୁଛନ୍ତି ଆଗକୁ ଆଗକୁ । ଭବିଷ୍ୟତରେ ହୋଇପାରନ୍ତି ଜଣେ ପ୍ରସିଦ୍ଧ ଚିତ୍ରଶିଳ୍ପୀ ।
ବେଦୀ ଉପରେ ପୁଅର ବ୍ରତଘର ଚାଲିଛି, ପର ଦୁଆରେ ଭୋ ଭୋ ହୋଇ ମାଆ କାନ୍ଦୁଛି। ବ୍ରତଘର କାର୍ଯ୍ୟକ୍ରମରେ ସାମିଲ ହେବାକୁ ମାଆକୁ ମନା କଲେ ଶାଶୂଘର ଲୋକ...ବିକଳରେ ପରପିଣ୍ଡାରେ ଭୋ ଭୋ ହୋଇ କାନ୍ଦୁଛି ମାଆ...ଦେଖନ୍ତୁ ଏହି ଛାତିଫଟା ଦୃଶ୍ୟ...
କେନ୍ଦ୍ରାପଡ଼ାରେ ଜମୁଛି ପୌର ନିର୍ବାଚନ ପାଇଁ ପ୍ରଚାର । ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ପୌର ନିର୍ବାଚନ ଲାଗି ମାଲକାନଗିରିରେ ଜୋର ଧରିଛି ପ୍ରଚାର । ଦିନରାତି ଏକ କରି ନେତା ଭୋଟ୍ ମାଗୁଛନ୍ତି ଘରକୁ ଘର ବୁଲିବା ସହ ରୋଡ୍ ସୋ କରି ଭୋଟରଙ୍କୁ ଆକର୍ଷିତ କରୁଛନ୍ତି ପ୍ରାର୍ଥୀ ଡହ ଡହ ଖରାକୁ ଖାତିର ନ କରି କଂଗ୍ରେସର ପ୍ରାର୍ଥୀମାନେ ଆଜି ପ୍ରଚାର କରିଛନ୍ତି
ଅପହରଣକୁ ବିରୋଧ କରିବାରୁ ଜଣଙ୍କୁ ହତ୍ୟା । କେନ୍ଦ୍ରାପଡ଼ା ରାଜନଗର ଥାନା ଜୁଣାପଙ୍ଗରାରୁ ଆସିଛି ଏହି ଚାଞ୍ଚଲ୍ୟକର ଖବର।
କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ବଙ୍ଗାଳପୁର ନୂଆଶାସନରେ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ବାଲାଟ ପେପର ଫୋଲ୍ଡିଂରେ ତ୍ରୁଟି ହୋଇଥିବା ଅଭିଯୋଗ ।
କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଆରାଧ୍ୟ ଦେବତା ପ୍ରଭୁ ଲଷ୍ମୀବାରହ। କରୋନା କଟକଣା ଭିତରେ ପ୍ରଭୁଙ୍କର ଜନ୍ମଦିନ ପାଳନ କରାଯାଇଛି। ଯାଜପୁରରୁ ଆସି କେନ୍ଦ୍ରାପଡ଼ା ଆଳିରେ କେମିତି ପ୍ରଭୁ ପୂଜା ପାଇଲେ ଦେଖନ୍ତୁ ଏହି କାହାଣୀରେ