Advertisment

Liquor Seizure: ଅବକାରୀ ବିଭାଗର ବଡ଼ ଧରଣର ଚଢାଉ; ୧୩୦ଲିଟର ମହୁଲି ମଦ ନଷ୍ଟ

କରଞ୍ଜିଆ ଅବକାରୀ ବିଭାଗ ବଡଗାଁ ଗ୍ରାମପଞ୍ଚାୟତର ଖଣ୍ଡିଆଦର ଗ୍ରାମରେ ଦେଶୀ ମଦ କାରବାର ହେଉଥିବା ସୂଚନା ପାଇବା ପରେ ଅତର୍କିତ ଚଢାଉ କରିଥିଲେ । ଏହି ଚଢାଉରେ ୪୭୦୦ ଲିଟର ମହୁଲି ପୋଚ ସହ ୧୩୦ ଲିଟର ମହୁଲି ମଦ ନଷ୍ଟ କରାଯାଇଛି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Mahuli

Mahuli

ଚୋରା ଦେଶୀ ମଦ ବେପାରୀଙ୍କ ଉପରେ କରଞ୍ଜିଆ ଅବକାରୀ ବିଭାଗ ପକ୍ଷରୁ ବଡ଼ ଧରଣର ଚଢାଉ ହୋଇଛି । ଚଢାଉରେ ୪୭୦୦ ଲିଟର ମହୁଲି ପୋଚ ସହିତ ୧୩୦ଲିଟର ମହୁଲି ମଦ ନଷ୍ଟ କରିଛି ବିଭାଗ। କିନ୍ତୁ ହାତଛଡା ହୋଇ ଯାଇଛନ୍ତି ଦେଶୀ ମଦ ମାଫିଆ । ଗିରଫଦାରୀ ପୂର୍ବରୁ ସେମାନେ ଚମ୍ପଟ ମାରିଛନ୍ତି । ତେଣୁ ଏଥିରେ ସମ୍ପୃକ୍ତ ଥିବା କାହାରିକୁ ଗିରଫ କରାଯାଇନାହିଁ। 

Advertisment

ଅଧିକ ପଢନ୍ତୁ : ରାଜଧାନୀ ୧ ନମ୍ବର ମାର୍କେଟରେ ରେଡ୍‌

ସୂଚନା ଅନୁଯାୟୀ, ମୟୁରଭଞ୍ଜ ଅବକାରୀ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଉପ ଅଧିକ୍ଷକ ସୋମ୍ୟ ରଞ୍ଜନ ବେହେରାଙ୍କ ନେତୃତ୍ୱରେ କରଞ୍ଜିଆ, ଠାକୁରମୁଣ୍ଡା, ସୁକୃଳି ଏବଂ ଯଷିପୁର ର ଇନ୍ସପେକ୍ଟର ଏବଂ ସମସ୍ତ ଷ୍ଟାଫ ବଡଗାଁ ଗ୍ରାମପଞ୍ଚାୟତର ଖଣ୍ଡିଆଦର ଗ୍ରାମରେ ଅତର୍କିତ ଚଢାଉ କରିଥିଲେ। ଅବକାରୀ ବିଭାଗର ଏହି ଅତର୍କିତ ଚଢାଉ ବେଳେ ଘଟଣା ସ୍ଥଳରୁ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ୪୭୦୦ ଲିଟର ମହୁଲି ପୋଚ ସହିତ ୧୩୦ ଲିଟର ମଦକୁ ନଷ୍ଟ କରିଥିଲା ବିଭାଗ।

ବର୍ତ୍ତମାନ କରଞ୍ଜିଆ ଉପଖଣ୍ଡ ଅଞ୍ଚଳରେ ବ୍ୟାପକ ନିଶା କାରବାର ହେଉଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ ବର୍ତ୍ତମାନ ପ୍ରୟାସ ଜାରି ରଖିଛି ଅବକାରୀ ବିଭାଗ। ଏପରି ଚଢାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଅବକାରୀ ଇନ୍ସପେକ୍ଟର ରଶ୍ମି ରଞ୍ଜନ ନାୟକ ସୂଚନା ଦେଇଛନ୍ତି।

Advertisment

ଅଧିକ ପଢନ୍ତୁ : ୟୁନିଟ୍ -୧ରେ ବେଆଇନ ନିଶାଦ୍ରବ୍ୟର ପସରା, ଆଜି ବି ଚାଲିଛି ରେଡ୍

Excise Raid Karanjia
Advertisment
Advertisment