/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747476348.jpg)
Rain In Bhubaneswar
ହଠାତ୍ ବଦଳିଗଲା ପାଗର ମିଜାଜ । ବର୍ଷାରେ ଭିଜିଲା ରାଜଧାନୀ । ଗତ କିଛି ଦିନ ହେବ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଥିବାବେଳେ ପାଗରେ ପରିବର୍ତ୍ତନ ହୋଇଛି । ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରେ ଅଚାନକ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଗତକାଲି କିଛି କିଛି ସ୍ଥାନରେ ବର୍ଷା ସହ ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁ ଅଘଟଣ ମଧ୍ୟ ଘଟିଥିଲା । କାଳବୈଶାଖୀ ପାଇଁ ଆଲର୍ଟ ମଧ୍ୟ ଜାରି କରାଯାଇଥିଲା ।
Advertisment
ଗତକାଲି କାଳବୈଶାଖୀ ଜନିତ ବର୍ଷା ପାଇଁ ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରକୁ ରେଡ୍ ଆଲର୍ଟ ଜାରି ହୋଇଥିଲେ ସୁଦ୍ଧା ବର୍ଷା ହୋଇନଥିଲା । ଆଜି ପ୍ରବଳ ବର୍ଷା, ଘଡଘଡି ଓ ବିଜୁଳି ନେଇ ୫ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ଏହାସହ ୫୦ରୁ ୬୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ଥିବା ନେଇ ଚେତାବନୀ ଦେଇଥିଲା ପାଣିପାଗ ବିଭାଗ । ଆଜି ଅପରାହ୍ନରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ: ଆଜି ବି ରାଜ୍ୟରେ ତାଉ ଦେଖାଇପାରେ କାଳବୈଶାଖୀ: ୧୩ ଜିଲ୍ଲାକୁ ୱାର୍ଣ୍ଣିଂ
Advertisment
Advertisment
Related Articles
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)