/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745120942.jpg)
Weather Update
ତାତିରୁ କିଛି ପରିମାଣରେ ମୁକ୍ତି ଦେଉଛି କାଳବୈଶାଖୀ । ତତଲା କଡେ଼ଇରେ ସିଝୁଥିବା ରାଜ୍ୟବାସୀଙ୍କୁ ଟିକିଏ ଆଶ୍ୱସ୍ତ କରିଛି ବର୍ଷା । ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । କେଉଁଠି ତାଣ୍ଡବ ରଚୁଛି ଝଡ଼ବର୍ଷା ତ କେଉଁଠି ଝିପିଝିପି ବର୍ଷୁଛି । ରାଜ୍ୟରେ ୨୫ ତାରିଖ ଯାଏଁ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି, କୁଆପଥର ବର୍ଷା ନେଇ ଆଲର୍ଟ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହି ଜିଲ୍ଲା ଗୁଡିକରେ ୩୦ରୁ ୪୦ ଏବଂ କିଛି ସ୍ଥାନରେ ଘଣ୍ଟା ପ୍ରତି ୫୦ କିମି ବେଗରେ ପବନ ସହ ଝଡ଼ତୋଫାନ ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଉପରେ ୨ଟି ଟ୍ରପ୍ ଲାଇନ୍ ବା ନିମ୍ନ ରେଖା ସକ୍ରିୟ ରହିଛି । ଯାହାର ପ୍ରଭାବରେ ବର୍ଷା ହେଉଛି। ଆସନ୍ତାକାଲି ମଧ୍ୟ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଅପରପକ୍ଷେ କାଳବୈଶାଖୀ ସମୟରେ ରାଜଧାନୀରେ ହଠାତ୍ ବଦଳିଯାଉଛି ପାଗର ମିଜାଜ୍ । ଘୋଟିଆସୁଛି କଳାହାଣ୍ଡିଆ ମେଘ । ଅନ୍ଧାର ହୋଇଯାଉଛି ଆକାଶ । ଦିନରେ ସୃଷ୍ଟି ହେଉଛି ସନ୍ଧ୍ୟାର ଭ୍ରମ । ଏମିତିକି କାଳବୈଶାଖୀ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ମଧ୍ୟ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)