/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747396517.jpg)
Lightning Strike Death
କାଳ ସାଜିଲା ବଜ୍ରପାତ । ଗୋଟିଏ ପଟେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଥିବାବେଳେ ଅନ୍ୟପଟେ ତାଣ୍ଡବ ରଚିଲାଣି ବଜ୍ରପାତ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳର ପର୍ଡିଗୁଡ଼ା ଗାଁରେ କାଳ ସାଜିଲା କାଳବୈଶାଖୀ । ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଜେଜେମା, ନାତୁଣୀ ସହ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ବିଲରେ କାମ କରୁଥିବା ସମୟରେ ହଠାତ୍ ବଜ୍ରପାତ କାରଣରୁ ଏପରି ଅଘଟଣ ଘଟିଯାଇଛି ।
ବଜ୍ରଘାତରେ ଏକାଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ତେବେ ଭୁବନେଶ୍ବର ଓ କଟକକୁ କାଳବୈଶାଖୀ ବର୍ଷା ନେଇ କିଛି ଘଣ୍ଟା ପାଇଁ ଆଲର୍ଟ ଜାରି ହୋଇଛି । ବିଜୁଳି ଓ ଘଡଘଡି ସହ ପ୍ରବଳ ବର୍ଷା ହେବାକୁ ଥିବାରୁ ସତର୍କ କରାଇଛି ପାଣିପାଗ ବିଭାଗ । କୋରାପୁଟ, କଟକ, ଖୋର୍ଦ୍ଧା, ନୟାଗଡ଼, ଯାଜପୁର, ବାଲେଶ୍ବର ଓ ଗଞ୍ଜାମ ଆଦି ୭ ଜିଲ୍ଲାକୁ ୨ ଘଣ୍ଟା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । ୬୦ରୁ ୭୦ କିମି ପବନ ସହ ବର୍ଷା ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
ଅଧିକ ପଢନ୍ତୁ: ତାଣ୍ଡବ ରଚିବ କାଳବୈଶାଖୀ, ୭ ଜିଲ୍ଲାକୁ ୨ ଘଣ୍ଟିଆ ରେଡ୍ ଆଲର୍ଟ
BJD Leader Raja Chakra Farmhouse Scandal: ବିଜେଡି ନେତା ରାଜା ଚକ୍ରର ଫାର୍ମ ହାଉସ ବାଜ୍ୟାପ୍ତି ହେବ, ୩ ଏକର ଲିଜରେ ନେଇ ୭ ଏକର ମାଡ଼ି ବସିଥିଲା

Mount Everest Tragedy: ଏଭରେଷ୍ଟ ଉପରେ ତ୍ରିରଙ୍ଗା ଉଡାଇଲେ ପର୍ବତାରୋହୀ, ତା’ପରେ ଚାଲିଗଲା ଜୀବନ
Kaal Baisakhi Alert in Odisha: ତାଣ୍ଡବ ରଚିବ କାଳବୈଶାଖୀ, ୭ ଜିଲ୍ଲାକୁ ୨ ଘଣ୍ଟିଆ ରେଡ୍ ଆଲର୍ଟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)