ସରିଲା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ । ଆସିଲା ବୁଥ୍ ବାହୁଡ଼ା ମତ । ଝାଡଖଣ୍ଡରେ ଏନଡିଏ ଆଗରେ ଥିବା ଏକଜିଟ୍ ପୋଲ୍ ଆକଳନ କରାଯାଇଛି। MATRIZEର ଆକଳନ ଅନୁସାରେ ଝାଡଖଣ୍ଡରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ୪୨ରୁ ୪୭ଟି ସିଟ୍ ମିଳିବା ସମ୍ଭାବନା ରହିଛି। ସେହିପରି ମହାଗଠବନ୍ଧନକୁ ୨୫ରୁ ୩୦ ଆସନ ମିଳିପାରେ। ଅନ୍ୟାନ୍ୟ ଦଳ ୧ରୁ ୪ଟି ଆସନ ପାଇପାରନ୍ତି। PEOPLES PULSE ଝାଡ଼ଖଣ୍ଡରେ ଏନଡିଏକୁ ୪୪-୫୩ ସିଟ୍ ଦେଇଥିବା ବେଳେ କଂଗ୍ରେସ ନେତୃତ୍ବାଧୀନ ମହାମେଣ୍ଟକୁ ୨୫-୩୭ ଓ ଅନ୍ୟାନ୍ୟଙ୍କୁ ୫-୯ ସିଟ୍ ମିଳିପାରେ ବୋଲି କହିଛି। ସେହିପରି JVC କହିଛି ଏନଡିଏକୁ 40-44, ମହାମେଣ୍ଟକୁ 30-40 ଓ ଅନ୍ୟାନ୍ୟଙ୍କୁ ମିଳିପାରେ ୦-୧ ଆସନ।
MATRIZEର ଆକଳନ ଅନୁଯାୟୀ:
Also Read
ବିଜେପି+-୪୨ରୁ ୪୭
କଂଗ୍ରେସ+-୨୫-୩୦
ଅନ୍ୟ-୧-୪
ଝାଡ଼ଖଣ୍ଡରେ ଆଜି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ହୋଇଛି । ୮୧ ଆସନ ମଧ୍ୟରୁ ବାକି ୩୮ ଆସନ ପାଇଁ ଭୋଟ ଗ୍ରହଣ ହୋଇଛି । ସେହିଭଳି ଝାଡ଼ଖଣ୍ଡରେ ମତଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇ ୫ଟା ପର୍ଯ୍ୟନ୍ତ ଚାଲିଥିଲା । ଆଉ ୪୧ଟି ବୁଥରେ ମତ ଗ୍ରହଣ କେବଳ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ରଖାଯାଇଥିଲା । ଏଥର ମୋଟ ୨୯ ହଜାର ୫୬୨ଟି ପୋଲିଂ ବୁଥ କରାଯାଇଥିଲା । ଗତ ନଭେମ୍ବର ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୪୩ଟି ବିଧାନସଭା ସିଟ୍ ପାଇଁ ଭୋଟଗ୍ରହଣ ହୋଇଥିଲା ।
ଅଧିକ ପଢ଼ନ୍ତୁ: ନିର୍ବାଚନ ବେଳେ ଜବତ କୋଟି କୋଟି ଟଙ୍କା କୁଆଡ଼େ ଯାଏ, କିଏ ଏହାର ଦାବିଦାର...ଜାଣନ୍ତୁ
ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ୍ ୫୨୮ ଜଣ ପ୍ରାର୍ଥୀ ରହିଥିଲେ । ସେମାନଙ୍କ ମଧ୍ୟରେ ୪୭୨ ପୁରୁଷ ଥିବାବେଳେ ୫୫ ଜଣ ମହିଳା ପ୍ରାର୍ଥୀ ରହିଥିଲେ । ରାଜ୍ୟରେ କ୍ଷମତାସୀନ ଜେଏମଏମ-କଂଗ୍ରେସ ମେଣ୍ଟକୁ ଟକ୍କର ଦେଉଛି ଭାରତୀୟ ଜନତା ପାର୍ଟି । ଆସନ୍ତା ୨୩ରେ ଉଭୟ ରାଜ୍ୟରେ ଭୋଟ ଗଣତି ହେବ ।
ନଜର ପକାନ୍ତୁ ଝାଡ଼ଖଣ୍ତରେ ନିର୍ବାଚନରେ ଲଢୁଥିବା ହେଭିୱେଟଙ୍କ ଉପରେ । ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ସଢେଇକେଲାରୁ ବିଜେପିରୁ ଚଂପାଇ ସୋରେନ, ରାଞ୍ଚିରୁ ଜେଏମଏମ ପ୍ରାର୍ଥୀ ମହୁଆ ମାଜୀ, ଗାଣ୍ଡେ ଆସନରୁ ଜେଏମଏମରୁ କଳ୍ପନା ସୋରେନ, ଜାମସେଦପୁର ପଶ୍ଚିମରୁ ବାନ୍ନା ଗୁପ୍ତା ପ୍ରାର୍ଥୀ ହୋଇଛନ୍ତି ।