Advertisment

Maharashtra Assembly Election Results 2024: ଖୋଲିଲା EVM, ଆରମ୍ଭ ହେଲା ଗଣତି

ବୁଥ୍ ବାହୁଡ଼ାର ମତ ଅନୁସାରେ ମହାରାଷ୍ଟ୍ରରେ ‘ମହାୟୁତି’କୁ ସ୍ପଷ୍ଟ ବହୁମତ ମିଳୁଥିବା ଅଧିକାଂଶ ଏଗଜିଟ ପୋଲରେ ଜଣାପଡିଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Election Result

କାହାର ହେବ ମହାରାଷ୍ଟ୍ର ? ଖୋଲିଲା ଇଭିଏମ୍

ଖୋଲିଲା ଇଭିଏମ । ଆସିବ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ । ମହାରାଷ୍ଟ୍ରର ୨୮୮ ଆସନ ଭୋଟ୍ ଗ୍ରହଣ ହୋଇଥିଲା । ଦୁଇ ମେଣ୍ଟ - ମହାୟୁତି ଏବଂ ମହା ବିକାଶ ଅଘାଡି ମଧ୍ୟରେ ହେଉଛି ଜୋରଦାର ଟକ୍କର। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା, ବିଜେପି ଏବଂ NCP ଅଜିତ ପାୱାର ଗୋଷ୍ଠୀକୁ ନେଇ ଗଠନ ହୋଇଛି ମହାୟୁତି ମେଣ୍ଟ।

Advertisment

ସେହିଭଳି କଂଗ୍ରେସ, ଶିବସେନା (ୟୁବିଟି) ଏବଂ NCP - ଶରଦ ପାୱାର ଗୋଷ୍ଠୀକୁ ନେଇ ହୋଇଛି ମହା ବିକାଶ ଅଘାଡି। ପୂର୍ବ ନିର୍ବାଚନରେ କଂଗ୍ରେସ, ଶିବସେନା ମେଣ୍ଟ ଏବଂ କଂଗ୍ରେସ, ଏନସିପି ମେଣ୍ଟ ଭିତରେ ଲଢେଇ ହୋଇଥିଲା। ତେବେ ପରେ ଏକନାଥ ସିନ୍ଦେ ଶିବସେନାରୁ ଏବଂ ଅଜିତ ପାୱାର ଏନସିପିରୁ ଅଲଗା ହୋଇ ଭିନ୍ନ ଦଳ ଗଠନ କରିଥିଲେ। ଏଇ ଦୁଇ ଦଳ ବିଭାଜିତ ହେବା ପରେ ଏହା ରାଜ୍ୟରେ ପ୍ରଥମ ବିଧାନସଭା ନିର୍ବାଚନ। ବୁଥ୍ ବାହୁଡ଼ାର ମତ ଅନୁସାରେ ମହାରାଷ୍ଟ୍ରରେ ‘ମହାୟୁତି’କୁ ସ୍ପଷ୍ଟ ବହୁମତ ମିଳୁଥିବା ଅଧିକାଂଶ ଏଗଜିଟ ପୋଲରେ ଜଣାପଡିଛି।

ଅଧିକ ପଢନ୍ତୁ:କିଏ ହେବ ମୁଖ୍ୟମନ୍ତ୍ରୀ, କଂଗ୍ରେସ ଓ ଶିବସେନା(ଉଦ୍ଧବ ଠାକରେ) ମଧ୍ୟରେ କଥା କଟାକଟି

Advertisment

ସେପଟେ ଝାଡଖଣ୍ଡ ବିଧାନସଭା ଆସନ ପାଇଁ ମଧ୍ୟ ଆଜି ଆସିବ ରେଜଲଟ। ରାଜ୍ୟରେ କ୍ଷମତାସୀନ ଜେଏମଏମ-କଂଗ୍ରେସ ମେଣ୍ଟକୁ ଟକ୍କର ଦେଉଛି ଭାରତୀୟ ଜନତା ପାର୍ଟି। ଏଗ୍‌ଜିଟ ପୋଲ ଅନୁସାରେ ଦୁଇ ମେଣ୍ଟ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ। ୨୦୧୯ରେ ଅନୁଷ୍ଠିତ ନିର୍ବାଚନରେ ଜେଏମ୍ଏମ୍ କଂଗ୍ରେସ ଓ ଆରଜେଡି ସହ ମେଣ୍ଟ କରି ସରକାର ଗଢ଼ିଥିଲା । ବିଜେପି ବିରୋଧୀ ଦଳ ଭୂମିକା ନେଇଥିଲା।

ମହାରାଷ୍ଟ୍ର ଭଳି ଝାଡଖଣ୍ଡରେ ବି ବହୁ ରାଜନୈତିକ ହାଇ ଡ୍ରାମା ଦେଖିବାକୁ ମିଳିଥିଲା। ନିର୍ବାଚନ କିଛି ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ହେମନ୍ତ ସୋରେନଙ୍କ ଇସ୍ତଫା, ପରେ ଗିରଫ ହୋଇ ଜେଲ ଯିବା, ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ହେବା ଏବଂ ପରେ ଇସ୍ତଫା ଦେଇ ବିଜେପିରେ ସାମିଲ ହେବାକୁ ନେଇ ଘଟଣାବହୁଳ ଥିଲା ରାଜୟର ରାଜନୈତିକ ଦୃଶ୍ୟପଟ୍ଟ।

BJP Congress JMM Jharkhand Election
Advertisment
Advertisment