Advertisment

Shubanshu Shukla: ସ୍ପେଶ୍ ଷ୍ଟେସନରେ ନିଜ ମୂତ୍ର ଓ ଝାଳକୁ ପିଇଥାନ୍ତି ମହାକାଶଚାରୀ

ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ପ୍ରଥମ ଭାରତୀୟ ଭାବେ ପହଞ୍ଚିଛନ୍ତି ଶୁଭାଂଶୁ ଶୁକ୍ଳା। ଆକ୍ସିଅମ-୪ ମିଶନରେ ସଫ୍ଟ ଡକିଂ ସଫଳତାର ସହ ଶେଷ ହୋଇଛି। ଏହି ପ୍ରକ୍ରିୟା ପାଇଁ ପ୍ରାୟ ଅଢ଼େଇ ଘଣ୍ଟାର ସମୟ ଲାଗିଥିଲା।

author-image
Tapaswini Nayak
Shubhashu Shukla

Shubhashu Shukla

ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ପ୍ରଥମ ଭାରତୀୟ ଭାବେ ପହଞ୍ଚିଛନ୍ତି ଶୁଭାଂଶୁ ଶୁକ୍ଳା। ଆକ୍ସିଅମ-୪ ମିଶନରେ ସଫ୍ଟ ଡକିଂ ସଫଳତାର ସହ ଶେଷ ହୋଇଛି। ଏହି ପ୍ରକ୍ରିୟା ପାଇଁ ପ୍ରାୟ ଅଢ଼େଇ ଘଣ୍ଟାର ସମୟ ଲାଗିଥିଲା। ଶେଷରେ ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ ସ୍ପେଶ୍ ଷ୍ଟେସନରେ ପ୍ରବେଶ କରିଥିଲେ। ୧୪ ଦିନ ଯାଏଁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ରହିବେ ଶୁଭ୍ରାଶୁ ଆଣ୍ଡ ଟିମ୍। ତେବେ ଏହି ସମୟରେ ଆପଣଙ୍କ ମନକୁ

Advertisment

ଅଧିକ ପଢନ୍ତୁ:  ଇତିହାସ ରଚିଲେ ଶୁଭାଂଶୁ ଶୁକ୍ଳା: ମହାକାଶ ଯିବା ପୂର୍ବରୁ ଲେଖିଲେ ଏମିତି, ସମସ୍ତେ ହେଲେ ଇମୋସନାଲ...

ପ୍ରଶ୍ନ ଆସୁଥିବ କଣ ଏହି ଇଣ୍ଡରନାସନାଲ ସ୍ପେଶ୍ ଷ୍ଟେସନ୍ ? ଏଠାରେ ମହାକାଶଚାରୀ କିପରି ରୁହନ୍ତି? କିପରି ଖାଆନ୍ତି, ପିଅନ୍ତି ଏବଂ ଶୁଅନ୍ତି ? ତେବେ ଆସନ୍ତୁ ଜାଣିବା ।

Advertisment

ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ବା ISS ହେଉଛି ପୃଥିବୀର ନିମ୍ନ କକ୍ଷପଥରେ ଅବସ୍ଥିତ ଏକ ବିଶାଳ ମହାକାଶ ପରୀକ୍ଷାଗାର। ପୃଥିବୀଠାରୁ ପ୍ରାୟ 400 କିଲୋମିଟର ଉଚ୍ଚତାରେ ଅବସ୍ଥିତ। ଏହାର ଆକାର ପ୍ରାୟ ଏକ ଫୁଟବଲ୍ ପଡ଼ିଆ ପରି। ଏହାର ଲମ୍ବ ୭୩ ମିଟର, ପ୍ରସ୍ଥ ୧୦୯ ମିଟର ଏବଂ ଉଚ୍ଚତା ୨୦ ମିଟର। ଆଉ ମୋଟ ଓଜନ ହେଉଛି ୪୨୦ ଟନ୍। ଘଣ୍ଟାପ୍ରତି 27,600 କିଲୋମିଟର ବେଗରେ ଏହା ପୃଥିବୀ ଚାରିପାଖରେ ଘୂରିଥାଏ। ଏଥିପାଇଁ ISSକୁ ପ୍ରାୟ 90 ମିନିଟର ସମୟ ଲାଗିଥାଏ ।

ତେବେ ISS ର ନିର୍ମାଣ 1998 ରେ ଆରମ୍ଭ ହୋଇଥିଲା। ଏହା 2011 ସୁଦ୍ଧା ସମାପ୍ତ ହୋଇଥିଲା। ଏହାକୁ ଅନେକ ଦେଶ ମିଶି ନିର୍ମାଣ କରିଛନ୍ତି। ISS 8ଟି ବିଶାଳ ସୌର ପ୍ୟାନେଲ ସାହାଯ୍ୟରେ ବିଦ୍ୟୁତ ତିଆରି କରେ। ଏଥିରୁ 84 ରୁ 120 କିଲୋୱାଟ୍ ବିଦ୍ୟୁତ୍ ଉତ୍ପାଦନ ହୋଇପାରେ। ଏଠାକୁ ସାଧାରଣତଃ ୬ଜଣ ସ୍ଥାୟୀ ସଦସ୍ୟଙ୍କ ପାଇଁ ଡିଜାଇନ୍ କରାଯାଇଛି। କିନ୍ତୁ କିଛି ସ୍ୱତନ୍ତ୍ର ମିଶନରେ ଏଥିରେ ୧୦ ଜଣ ରହିବା ଭଳି ବ୍ୟବସ୍ଥା କରାଯାଇଛି। ISSରେ 6ଟି ଶୋଇବା କ୍ୟାବିନ୍ ସହ୨ଟି ବାଥରୁମ୍ ଏବଂ ଏକ ଜିମ୍ ଅଛି। ମହାକାଶଚାରୀମାନେ ଶୋଇବା ପାଇଁ କାନ୍ଥରେ ବନ୍ଧା ହୋଇଥିବା ସ୍ଲିପିଂ ବ୍ୟାଗ୍‌ରେ ବ୍ୟବହାର କରିଥାନ୍ତି।

ISSରେ ଅମ୍ଳଜାନ, ଜଳ ଏବଂ ତାପମାତ୍ରା ନିୟନ୍ତ୍ରଣ ପାଇଁ ଉନ୍ନତ ବ୍ୟବସ୍ଥା ସ୍ଥାପନ କରାଯାଇଛି। ବୈଦ୍ୟୁତିକ ବିଶ୍ଳେଷଣ ମାଧ୍ୟମରେ ପାଣିକୁ ଭାଙ୍ଗି ଏଠାରେ ଅମ୍ଳଜାନ ଉତ୍ପାଦନ କରାଯାଏ। ସବୁଠାରୁ ରୋଚକ କଥା ହେଉଛି ISSରେ ଜଳ ପୁନଃଚକ୍ରଣ କରାଯାଏ। ଅର୍ଥାତ ଏଠାରେ ମହାକାଶଚାରୀଙ୍କ ଝାଳ, ମୂତ୍ର ଏବଂ ଅନ୍ୟାନ୍ୟ ଆର୍ଦ୍ରତାକୁ ବିଶୋଧିତ କରି ପାନୀୟ ଜଳରେ ପରିଣତ କରାଯାଏ। ଅର୍ଥାତ୍ ଏଠାରେ ପୁନଃଚକ୍ରଣ ମଧ୍ୟମରେ ମହାକାଶଚାରୀମାନେ ସେମାନଙ୍କର ଝାଳ ଏବଂ ମୂତ୍ର ପିଇଥାନ୍ତି।

ଏଠାରେ ଗୁରୁତ୍ୱାକର୍ଷଣ ଶକ୍ତି ଅଭାବରୁ ଗ୍ଲାସ୍‌ରେ ପାଣି ପିଇହେବ ନାହିଁ ତେଣୁ ପାଇପ୍ ମାଧ୍ୟମରେ ପାଣି ପିଇବାକୁ ପଡେ। ସେହିପରି ଏଠାରେ ସବୁକିଛି ଭାସମାନ ଅବସ୍ଥାରେ ରହୁଥିବାରୁ ମହାକାଶଚାରୀଙ୍କ ଖାଦ୍ୟ ବନ୍ଦ କ୍ୟାନ କିମ୍ବା ଫ୍ରିଜ୍ ଡ୍ରାଏଡ୍ ହୋଇଥାଏ। ଏହାକୁ ଗରମ କରିବା ପରେ ସେମାନେ ଖାଇଥାନ୍ତି। ଲୁଣ ଏବଂ ଲଙ୍କାମରିଚ ପରି ଜିନିଷକୁ ତରଳ ଆକାରରେ ରଖାଯାଏ। ଯାହା ଫଳରେ ସେଗୁଡ଼ିକ ବାୟୁରେ ବ୍ୟାପି ନ ଥାଏ। ବର୍ତ୍ତମାନ ଶୁଭ୍ରାଶୁ ୧୪ ଦିନ ISSରେ ଏପରି ନୂତନ ଜିନିଷ ଅନୁଭବ କରିବେ ।   

ଅଧିକ ପଢନ୍ତୁ:  ଲଞ୍ଚ ହେଲା ଆକ୍ସିଅମ-୪ ମିଶନ, ISS ଯାତ୍ରାରେ ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ

NASA ISRO Uttar Pradesh Space Scientist Space Mission
Advertisment
Advertisment