Advertisment

Shubanshu Shukla: ଇତିହାସ ରଚିଲେ ଶୁଭାଂଶୁ ଶୁକ୍ଳା: ମହାକାଶ ଯିବା ପୂର୍ବରୁ ଲେଖିଲେ ଏମିତି, ସମସ୍ତେ ହେଲେ ଇମୋସନାଲ...

ଲଞ୍ଚ ହୋଇଛି ଆକ୍ସିଅମ୍-୪ ମିଶନ୍ । ମହାକାଶ ଗଲେ ଶୁଭାଶୁଂ ଶୁକ୍ଳା । ପୁଅର ଏହି ସଫଳତାକୁ ଦେଖି ଭାବବିହ୍ୱଳ ହୋଇପଡ଼ିଛନ୍ତି ଶୁଭାଂଶୁଙ୍କ ମାଆ । ସେପଟେ ମହାକାଶ ଯିବା ପୂର୍ବରୁ ଶୁଭାଂଶୁ କରିଥିବା ଇନଷ୍ଟାଗ୍ରାମ ପୋଷ୍ଟ ଏବେ ଭାଇରାଲ ହେଉଛି । ଯାହାକୁ ଦେଖି ଭାବବିହ୍ୱଳ ହୋଇଛନ୍ତି ୟୁଜର୍ସ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Subhanshu Shukla

Subhanshu Shukla

ଯେତେବେଳେ ପରିବାରର କେହି ସଦସ୍ୟ ଘର ଛାଡି ଅନ୍ୟ ସହରକୁ ଯାଆନ୍ତି, ସେତେବେଳେ ପରିବାରର ସମସ୍ତେ ଭାବବିହ୍ୱଳ ହୋଇଯାଆନ୍ତି । କ'ଣ ଆପଣ କେବେ ଭାବିଛନ୍ତି ? ଯଦି ଆପଣଙ୍କର ପରିବାରର କେହି ମହାକାଶ ଯାଏ ତେବେ କେମିତି ଅନୁଭବ ହେବ? ଅନ୍ୟ ସହର, ବାହାର ରାଜ୍ୟ କି ବିଦେଶ ନୁହେଁ । ପୃଥିବୀ ପୃଷ୍ଠରୁ ମହାକାଶ ଯାତ୍ରା କରିଛନ୍ତି ଶୁଭାଶୁଂ ଶୁକ୍ଳା । 

Advertisment

ମହାକାଶ ଗଲେ ଶୁଭାଂଶୁ, ମାଆ ହେଲେ ଭାବବିହ୍ୱଳ:

ଆଜି ଲଞ୍ଚ ହୋଇଛି ଆକ୍ସିଅମ୍-୪ ମିଶନ୍ । ଫ୍ଲୋରିଡା ସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ ଅନ୍ତରୀକ୍ଷକୁ ଯାଇଛନ୍ତି ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ୩ ମହାକାଶଚାରୀ । ପୁଅର ଏହି ସଫଳତାକୁ ଦେଖି ଭାବବିହ୍ୱଳ ହୋଇପଡ଼ିଛନ୍ତି ଶୁଭାଂଶୁଙ୍କ ମାଆ । ପୁଅ ପାଇଁ ଯେତିକି ଗର୍ବ ଅନୁଭବ ହେଉଛି ମନରେ ସେତିକି ଡର ବି ରହିଛି । କାରଣ ସେ ପରା ମା' । ସନ୍ତାନ ଯେତେ ବଡ଼ ହେଲେ ବି ମା' ପାଇଁ ସେ ସବୁବେଳେ ଛୋଟ ପିଲାଟି ପରି । ନିଜ ପୁଅକୁ ମହାକାଶ ଯାତ୍ରା କରିବାର ଦେଖି ଗର୍ବରେ ଛାତି କୁଣ୍ଢେମୋଟ ହୋଇଛି ସିନା, କିନ୍ତୁ ଏତେ ଦୂରକୁ ପୁଅକୁ ପଠାଇବା ବେଳେ ମା' ଆଖିର ଲୁହ ବୋଲ ମାନିନି । 

ଶୁଭାଂଶୁଙ୍କ ଇମୋସନାଲ ନୋଟ୍ :

ସେପଟେ ପୂର୍ବରୁ ଶୁଭାଂଶୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ପରିବାରବର୍ଗ, ବନ୍ଧୁ ଏବଂ ସମର୍ଥକମାନଙ୍କ ସହ ଫଟୋ ସେୟାର କରିଛନ୍ତି । ନିଜ ପତ୍ନୀଙ୍କର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ଇମୋସନାଲ ନୋଟ୍ । ପତ୍ନୀଙ୍କ ପ୍ରତି ଥିବା ଭଲପାଇବା ଓ ନିଜ ମନର ଭାବନାକୁ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଶୁଭାଂଶୁ । ଯାହା ପଢିବା ପରେ ଭାବବିହ୍ୱଳ ହୋଇଛନ୍ତି ୟୁଜର୍ସ ।  

Advertisment

କ'ଣ ଲେଖିଛନ୍ତି ଶୁଭାଂଶୁ?

@gagan.shux ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦୁଇଟି ଫଟୋ ପୋଷ୍ଟ କରି ଶୁଭାଂଶୁ ଲେଖିଛନ୍ତି- "ଆମେ ୨୫ ତାରିଖ ସକାଳୁ ଖୁବଶୀଘ୍ର ଏହି ଗ୍ରହ ଛାଡିବାର ପ୍ଲାନ୍ କରିଛୁ । ସେଥିପାଇଁ ମୁଁ ଏହି ମିଶନରେ ସାମିଲ ଥିବା ସମସ୍ତଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି । ଏହାସହ ଘରେ ଥିବା ସବୁ ସଦସ୍ୟଙ୍କ ଆଶୀର୍ବାଦ ଓ ଭଲପାଇବା ପାଇଁ ମଧ୍ୟ ଧନ୍ୟବାଦ ଜଣାଉଛି ।" 

ପତ୍ୱୀଙ୍କ ପାଇଁ ଏମିତି ଲେଖିଲେ:

ପତ୍ନୀଙ୍କ ଉଦ୍ଦେଶ୍ୟରେ ଶୁଭାଂଶୁ ଲେଖିଛନ୍ତି, "ଜଣେ ସର୍ବୋତ୍ତମ ଜୀବନ ସାଥୀ ହୋଇପାରିଥିବାରୁ @kamnashubha ଙ୍କୁ ଖାସ୍ କରି ଧନ୍ୟବାଦ । ତୁମ ବିନା ଏସବୁ ସମ୍ଭବ ହୋଇପାରିନଥାନ୍ତା । କେହି ବି ବ୍ୟକ୍ତି ଏକୁଟିଆ ଅନ୍ତରୀକ୍ଷ ଯାତ୍ରା କରିବା ସମ୍ଭବ ନୁହେଁ । ଏଥିପାଇଁ ଆମକୁ କିଛି ଲୋକଙ୍କ କାନ୍ଧ ଆବଶ୍ୟକ ପଡିଥାଏ। ମୁଁ ଆପଣ ସମସ୍ତଙ୍କ ପାଖରେ ଋଣି ।"ସେପଟେ ଶୁଭାଂଶୁଙ୍କ ଏହି ପୋଷ୍ଟରେ ବହୁ କମେଣ୍ଟ କରିଛନ୍ତି ୟୁଜର୍ସ । ସମସ୍ତେ ତାଙ୍କୁ ପ୍ରଶଂସା କରିବା ସହ ମହାକାଶକୁ ସୁରକ୍ଷିତ ଯାତ୍ରା ପାଇଁ ଶୁଭକାମନା ଜଣାଇଛନ୍ତି । 

ଅଧିକ ପଢନ୍ତୁ:  ଲଞ୍ଚ ହେଲା ଆକ୍ସିଅମ-୪ ମିଶନ, ISS ଯାତ୍ରାରେ ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ

Lucknow Uttar Pradesh ISRO Space Scientist NASA Space Mission
Advertisment
Related Articles
Advertisment