Advertisment

ISRO: ବଡ ସଫଳତା ଅଭିମୁଖେ ଇସ୍ରୋ: ମହାକାଶକୁ ପଠାଯିବ CMS-03 ଯୋଗାଯୋଗ ଉପଗ୍ରହ

ଦେଶର ସବୁଠୁ ଶକ୍ତିଶାଳୀ ରକେଟ୍ LVM3-M5 ସହାୟତାରେ ପଠାଯିବ। ଉତକ୍ଷେପଣ ପୂର୍ବରୁ ସବୁ ବ୍ୟବସ୍ଥା ଠିକ୍ ଥିବା ଇସ୍ରୋ ପକ୍ଷରୁ ସୂଚନା। ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ ହେବ।

author-image
Chinmayee Sahoo
ISRO

ISRO Photograph: (OTV)

ବଡ ସଫଳତା ଅଭିମୁଖେ ଇସ୍ରୋ। କମ୍ୟୁନିକେସନ୍ ସାଟେଲାଇଟ୍ CMS-03 ଉତକ୍ଷେପଣ ପାଇଁ ପ୍ରସ୍ତୁତ । ଭାରତୀୟ ମହାକାଶ ଗବେଷଣା ସଂଗଠନ ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମିଶନ୍ ହେବାକୁ ଯାଉଛି। ଦେଶର ସବୁଠୁ ଶକ୍ତିଶାଳୀ ରକେଟ୍ LVM3-M5 ମାଧ୍ୟମରେ CMS-03  ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ଉପଗ୍ରହକୁ ମହାକାଶକୁ ପଠାଯିବ। ଏଥିପାଇଁ ସମସ୍ତ ଯାଞ୍ଚ ଓ ଇନ୍ଧନ ଭର୍ତ୍ତି କାର୍ଯ୍ୟ ସରିଛି । ସବୁ ବ୍ୟବସ୍ଥା ଠିକ୍ ଥିବା ଇସ୍ରୋ ପକ୍ଷରୁ ସୂଚନା ମିଳିଛି । 
ଏହି ଉତକ୍ଷେପଣ ଆଜି ସନ୍ଧ୍ୟା ୫ଟା ୨୬ ମିନିଟରେ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ହେବ। CMS-03 ଉପଗ୍ରହର ଓଜନ ପ୍ରାୟ ୪ ହଜାର ୪୧୦ କିଲୋଗ୍ରାମ । ଭାରତୀୟ ମାଟିରୁ ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର କକ୍ଷପଥକୁ ଯାଉଥିବା ଏହା ହେଉଛି ସବୁଠୁ ଓଜନିଆ ଯୋଗାଯୋଗ ସାଟେଲାଇଟ୍ । ଏହି ଉପଗ୍ରହ ମୁଖ୍ୟତଃ ଭାରତୀୟ ନୌସେନା ପାଇଁ ନିର୍ମିତ ହୋଇଛି। 
ଏହା ଜାହାଜ, ବୁଡ଼ାଜାହାଜ ଓ ବିମାନଗୁଡ଼ିକୁ ସୁରକ୍ଷିତ ତଥା ଉନ୍ନତ ଯୋଗାଯୋଗ ସେବା ଯୋଗାଇବ। ସାମୁଦ୍ରିକ ଓ ରଣନୈତିକ ସଂଯୋଗ ବୃଦ୍ଧିରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ମିଶନ୍ ଦ୍ୱାରା ଭାରତର ମହାକାଶ ଭିତ୍ତିକ ସାମରିକ ଓ ବେସାମରିକ ଯୋଗାଯୋଗ ବ୍ୟବସ୍ଥା ଆହୁରି ମଜଭୁତ ହେବ । ଭବିଷ୍ୟତର ଗଗନଯାନ ମିଶନ୍ ପାଇଁ ମଧ୍ୟ ଅତ୍ୟନ୍ତ ସହାୟକ ହେବ ।

Advertisment

ଅଧିକ ଦେଖନ୍ତୁ:

•    ବଡ ସଫଳତା ଅଭିମୁଖେ ଇସ୍ରୋ
•    କମ୍ୟୁନିକେସନ୍ ସାଟେଲାଇଟ୍ CMS-03 ଉତକ୍ଷେପଣ ପାଇଁ ପ୍ରସ୍ତୁତ
•    CMS-03 ଯୋଗାଯୋଗ ଉପଗ୍ରହକୁ ପଠାଯିବ ମହାକାଶ
•    ଦେଶର ସବୁଠୁ ଶକ୍ତିଶାଳୀ ରକେଟ୍ LVM3-M5 ସହାୟତାରେ ପଠାଯିବ
•    ଉତକ୍ଷେପଣ ପୂର୍ବରୁ ସବୁ ବ୍ୟବସ୍ଥା ଠିକ୍ ଥିବା ଇସ୍ରୋ ପକ୍ଷରୁ ସୂଚନା 
•    ଆଜି ସନ୍ଧ୍ୟା ୫ଟା ୨୬ରେ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ
•    CMS-03 ଉପଗ୍ରହର ଓଜନ ପ୍ରାୟ ୪ ହଜାର ୪୧୦ କିଲୋଗ୍ରାମ

ISRO
Advertisment
Advertisment