/odishatv-khabar/media/post_attachments/uploadimage/library/16_9/16_9_0/NISAR_1753881780.jpg)
NISAR
ଆନ୍ଧ୍ର ଶ୍ରୀହରିକୋଟାରୁ ଉତ୍କ୍ଷେପଣ ହେଲା NISAR ଉପଗ୍ରହ । GSLV-F16 ଜରିଆରେ ମହାକାଶ ପଠାଗଲା । ISRO ଏବଂ NASAର ମିଳିତ ବିକଶିତ NISAR -ଜଳବାୟୁ ଓ ବିପର୍ଯ୍ୟୟ ତଥ୍ୟ ହାସଲରେ ସହାୟକ ହେବ ।
ମହାକାଶ ବିଜ୍ଞାନରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଆଜି ଲଞ୍ଚ ହୋଇଛି ସାଟେଲାଇଟ୍ 'ନିସାର' । ଚୁଟକିରେ ମିଳିବ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟର ପ୍ରାକ୍ ସୂଚନା । ଭୂକମ୍ପ, ଭୂସ୍ଖଳନ, ଜଙ୍ଗଲ ନିଆଁ, ଝଡ଼ବର୍ଷା ସହ ବାତ୍ୟା ଉପରେ ରହିବ କଡ଼ା ନଜର ।
#WATCH | Union MoS(Ind. Charge) Science & Technology, Jitendra Singh tweets, "Congratulations India! Successful launch of GSLV-F16 carrying the world’s first dual-band radar satellite NISAR…a game changer in precise management of disasters like cyclones, floods etc. Also, it’s… pic.twitter.com/spMuOpuViZ
— ANI (@ANI) July 30, 2025
ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ କରାଯାଇଛି । ଇସ୍ରୋ ଏବଂ ନାସା ଏହାକୁ ମିଳିତଭାବେ ପ୍ରସ୍ତୁତ କରିଛନ୍ତି। ଏହି ଗୁଇନ୍ଦା ସାଟେଲାଇଟ୍ ଭୂକମ୍ପ, ଭୂସ୍ଖଳନ, ଜଙ୍ଗଲ ନିଆଁ, ବର୍ଷା, ବାତ୍ୟା, ଝଡ଼, ବଜ୍ରପାତ, ଆଗ୍ନେୟଗିରି ବିସ୍ଫୋରଣ, ଟେକ୍ଟୋନିକ୍ ପ୍ଲେଟ୍ ଗୁଡ଼ିକର ଗତିବିଧି ଉପରେ ନଜର ରଖିବ ।
ପ୍ରାକୃତିକ ଘଟଣା ପୂର୍ବରୁ ସତର୍କ କରାଇଦେବ । ଟେକ୍ଟୋନିକ୍ ପ୍ଲେଟ୍ ଗୁଡ଼ିକର ଗତିବିଧିକୁ ସେଣ୍ଟିମିଟର ସ୍ତରରେ ରେକର୍ଡ କରିପାରିବ ନିସାର୍। କେଉଁ ସ୍ଥାନରେ ଓ କେତେବେଳେ ଭୂକମ୍ପ ହୋଇପାରେ, ତାହା ଜଣାପଡ଼ିବ ।
With a successful stage separation, GSLV-F16 delivers NISAR to orbit. pic.twitter.com/MXjVMBv97d
— ANI (@ANI) July 30, 2025
ଏହା ୧୨ ଦିନରେ ପୃଥିବୀର ଗୋଟିଏ ପରିକ୍ରମା ଶେଷ କରିବ। ଏହି ବ୍ୟବଧାନରେ ପୃଥିବୀ ପୃଷ୍ଠରେ ହେବାକୁ ଥିବା ପରିବର୍ତ୍ତନ ବିଷୟରେ ଜଣାପଡ଼ିଯିବ । ଫଳରେ କେଉଁ ଦେଶରେ କେଉଁ ପ୍ରକାର ପାଣିପାଗ ବା କେଉଁ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଆଶଙ୍କା ରହିଛି, ସେ ବିଷୟରେ ସଠିକ୍ ତଥ୍ୟ ମିଳିପାରିବ ।
ଏହା ବିଶ୍ୱର ସବୁଠୁ ମହଙ୍ଗା ପୃଥିବୀ ଅବଲୋନକାରୀ ସାଟେଲାଇଟ୍ ବୋଲି କୁହାଯାଉଛି । ଏହାର ନିର୍ମାଣରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)